କାଥୁଆରେ ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଅର୍ଗସ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ପୃଥକ ଏନକାଉଣ୍ଟରରେ ୨ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ ଓ କାଶ୍ମୀର କାଥୁଆ ସୁରକ୍ଷାବଳଙ୍କ ଗୁଳିରେ ୨ ଆତଙ୍କୀ ଟଳିଛନ୍ତି । ତେବେ କିସ୍ତୱାଡ଼ରେ ଆଉ ଏକ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଛନ୍ତି ।
ସେହିପରି ଏନକାଉଣ୍ଟରରେ ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି । କିସ୍ତୱାଡ ଚଟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟ ହୋଇଛି । ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଆହତ ହୋଇଥିଲେ । ପରେ ଆହତ ଯବାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
#WATCH | Kishtwar Encounter | J&K: Security forces along with Jammu and Kashmir police continue the search operation in Kishtwar.
Two Indian Army personnel lost their lives in the encounter yesterday.
(Visuals deferred by unspecified time) pic.twitter.com/1hhRFEFajh
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...
