ନାରାୟଣପୁରରେ ଏନ୍କାଉଣ୍ଟର: ଟଳିଲେ ୨ ହାର୍ଡକୋର ମାଓବାଦୀ

ଛତିଶଗଡ଼ ନାରାୟଣପୁରରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ହାର୍ଡକୋର ମାଓବାଦୀ । କୋଣ୍ଡାଗାଁ ସୀମାନ୍ତ କିମଲ ଓ ବୁରଗୁମ ଜଙ୍ଗଲରେ ହୋଇଛି ଗୁଳି ବିନିମୟ । ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି । ଘଟଣାସ୍ଥଳରୁ ଏକେ-୪୭ ରାଇଫଲ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।
ଡିଆର୍ଜି ଓ ବସ୍ତର ଫାଇଟର୍ ଯବାନଙ୍କ ଅପରେସନରେ ବଡ଼ ସଫଳତା ମିଳିଛି । ନିହତ ହୋଇଥିବା ୨ ମାଓବାଦୀଙ୍କ ମୁଣ୍ଡରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ନିହତ ମାଓବାଦୀ ହେଉଛନ୍ତି, ବସ୍ତର ପୂର୍ବ ଡିଭିଜନର କମାଣ୍ଡର ଡିବିସିଏମ୍ ହଲଦର ଓ ଏସିଏମ୍ ରାମେ । ହଳଦରଙ୍କ ଉପରେ ୮ ଲକ୍ଷ ଓ ରାମେଙ୍କ ମୁଣ୍ଡରେ ୫ ଲକ୍ଷ ପୁରସ୍କାର ରାଶି ଥିଲା ।
📱 Get Argus News App
✨୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦ ମୁକ୍ତ ଭାରତ ନେଇ ଅମିତ ଶାହଙ୍କ ଆହ୍ଵାନ ପରେ ଛତିଶଗଡ଼ରେ ଚାଲିଛି ଜୋରଦାର ମାଓବିରୋଧୀ ଅପରେସନ୍ । ଗତ କିଛି ମାସ ହେଲା ଏଥିରେ ସୁରକ୍ଷାବାହିନୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ବି ମିଳି ଚାଲିଛି । ୨୦୨୫ ଜାନୁଆରୀରୁ ଏବେ ସୁଦ୍ଧା ଛତିଶଗଡ଼ରେ ଏକାଧିକ ଏନ୍କାଉଣ୍ଟରରେ ୧୩୦ରୁ ଅଧିକ ମାଓବାଦୀ ନିପାତ ହେଲେଣି ।