Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଜାପୁରରେ ଏନକାଉଣ୍ଡରରେ 2 ନକ୍ସଲ ନିପାତ

Smruti Parija
Browse all articles by Smruti Parija
·1 year ago
ବିଜାପୁରରେ ଏନକାଉଣ୍ଡରରେ 2 ନକ୍ସଲ ନିପାତ

ଅର୍ଗସ ବ୍ୟୁରୋ: ଭୁଶୁଡ଼ୁଛି ନକ୍ସଲଙ୍କ ଦୁର୍ଗ । ଛତିଶଗଡ଼ ବିଜାପୁରରେ ଏନକାଉଣ୍ଡରରେ 2 ନକ୍ସଲଙ୍କ ନିପାତ କରିଛି ବିଜାପୁର ପୋଲିସ । ବସ୍ତର ଆଇଡି ପି.ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଅସୁର-ବାସାଗୁଡ଼ା-ପାମେଡ ସେକ୍ଟରରେ ନକ୍ସଲ ବିରୋଧୀ କମ୍ବିଂ ଅପରେସନ ଜାରି ରହିଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ କ୍ୟାମ୍ପ ଚାଲିଥିବା ଗୁପ୍ତ ସୂଚନା ମିଳିବା ପରେ ବିଜାପୁର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ବର୍ତ୍ତମାନ ସୁଦ୍ଧା ପୋଲିସ ଓ ନକ୍ସଲଙ୍କ ମଧ୍ୟ ଗୁଳି ବିନିମୟ ଜାରିରହିଥିବା ବସ୍ତର ଆଇଡି ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-nauxal-killed-in-encounter-at-bijapur | Argus News