Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

UPI ଲାଇଟ୍ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ହେଲା ନୂଆ ନିୟମ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
UPI ଲାଇଟ୍ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ହେଲା ନୂଆ ନିୟମ

ଅର୍ଗସ ବ୍ୟୁରୋ: ଆଜିଠାରୁ ଭାରତୀୟ ରେଳର ଆଡଭାନ୍ସ ରିଭରଭେସନ୍ ପିରିୟଡରେ ପରିବର୍ତ୍ତନ । ୬୦ ଦିନ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ । ନୂତନ ଆଇଆରସିଟିସି ଟ୍ରେନ ଟିକେଟ୍ ରିଭରଭେସନ୍ ନିୟମ ଅନ୍ତର୍ଗତ ଏହି ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହା ୧୨୦ ଦିନ ଥିଲା । ଟିକେଟ କ୍ରୟର ବ୍ୟବସ୍ଥାକୁ ଆହୁରି ସହଜ ଓ ସରଳ କରି ଯାତ୍ରୀଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଇଛି । ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ବିଦେଶୀ ପର୍ଯ୍ୟଟକମାନେ ୩୬୫ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିପାରିବେ ।

ସେପଟେ,  ଆଜିଠାରୁ UPI ଲାଇଟ୍ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । UPI ଲାଇଟ୍ ବ୍ୟବହାରକାରୀମାନେ କରିପାରିବେ ଅଧିକ ଅର୍ଥ ନେଣଦେଣ । UPI ଲାଇଟ୍ ହେଉଛି ଏକ ୱାଲେଟ୍ ଯାହା ଉପଭୋକ୍ତାମାନଙ୍କୁ UPI PIN ବ୍ୟବହାର ନକରି ୫୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ କାରବାର କରିବାକୁ ଅନୁମତି ଦେଇଥାଏ ।  ୱାଲେଟ୍‌ରୁ ଏହି ଅର୍ଥ ଶେଷ ହେବା ପରେ ବ୍ୟବହାରକାରୀଙ୍କୁ ପେମେଣ୍ଟ୍ ଜାରି ରଖିବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୱାଲେଟ୍ ବାଲାନ୍ସକୁ ମାନୁଆଲ ରିଚାର୍ଜ କରିବାକୁ ପଡିଥାଏ । ତେବେ ନୂତନ ଅଟୋ-ଟପ୍ ଅପ୍ ମାଧ୍ୟମରେ ଏହା ଆପେ ଆପେ ରିଚାର୍ଜ ହୋଇପାରିବ । ଏହା ସହ ୫୦୦ ବଦଳରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ନେଣଦେଣ କରିହେବ । UPI ଲାଇଟ୍ ୱାଲେଟ୍‌ରେ ଗୋଟିଏ ଦିନରେ ପାଞ୍ଚଟି ଟପ୍ ଅପ୍ ଅନୁମତି ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UPI Transaction | Argus News