କରୋନାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

Key Points
ପୁଣି କୋଭିଡ୍ ଭୟ
ମୁମ୍ବାଇରେ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ
ମୁମ୍ବାଇ KEM ହସ୍ପିଟାଲରେ ଦୁଇ ରୋଗୀଙ୍କ ମୃତ୍ୟୁ
କ୍ୟାନସର ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଦୁଇ ରୋଗୀ
ଭାରତକୁ ପୁଣି ଫେରିଲା କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୁମ୍ବାଇ ପରେଲରେ ଥିବା BMC ପରିଚାଳିତ KEM ହସ୍ପିଟାଲରେ ଏହି ଦୁଇଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରୁ ଜଣେ କ୍ୟାନସରରେ ପୀଡ଼ିତ ଥିବାବେଳେ ଅନ୍ୟ ଜଣଙ୍କର କିଡ୍ନୀ ସମସ୍ୟା ଥିଲା। କୋଭିଡ ମୃତ୍ୟୁ ସାମ୍ନାକୁ ଆସିବା ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ବଡ଼ ବୟାନ । ଗୁରୁତର ରୋଗରେ ପିଡିତ ରୋଗୀ ସତର୍କ ରହିବାକୁ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। କୋମର୍ବିଟ ରୋଗୀ ସାବଧାନ ରୁହନ୍ତୁ। କୀଡୀନି ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧନ୍ତୁ। ଏବେ ବ୍ୟାପିଥିବା କୋଭିଡ଼ ଓମିକ୍ରନର ସବଭାରିଆଣ୍ଟ। ଏଥିରେ ମାଇଲଡ ସିମଟମ ରହୁଛି। ଏ ପର୍ଯ୍ୟନ୍ତ କେନ୍ଦ୍ର ରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ। ଓଡିଶା ରେ ଚି଼ହ୍ନଟ ହେଲେ ଜିନମ ସିକ୍ୟୁଏନସି ପାଇଁ ପଠାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ମୁମ୍ବାଇର କେଇଏମ୍ ହସ୍ପିଟାଲରେ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଜଣେ ରୋଗୀ କ୍ୟାନସରରେ ଆକ୍ରାନ୍ତ ଥିଲେ। ସେହିପରି ଅନ୍ୟ ଜଣେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି।
ସିଙ୍ଗାପୁର ଏବଂ ହଂକଂରେ ବୃଦ୍ଧି ପାଉଥିବା କୋଭିଡ୍ ମାମଲା ମଧ୍ୟରେ ଭାରତୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟୀକରଣ ରଖିଛନ୍ତି। ଦେଶରେ କରୋନାଭାଇରସ୍ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ସେ କହିଛନ୍ତି। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବିଶେଷଜ୍ଞ ସମୀକ୍ଷା ବୈଠକରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC), ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ, ICMR ଏବଂ କେନ୍ଦ୍ରୀୟ ହସ୍ପିଟାଲଗୁଡ଼ିକର ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
ଜଣେ ଅଧିକାରୀ କହିଛନ୍ତି ଯେ, ମେ ୧୯ ତାରିଖ ସୁଦ୍ଧା ଭାରତରେ ସକ୍ରିୟ କୋଭିଡ-୧୯ ମାମଲା ସଂଖ୍ୟା ମାତ୍ର ୨୫୭। ଯାହା ଦେଶର ବିଶାଳ ଜନସଂଖ୍ୟାକୁ ବିଚାରକୁ ନେଲେ ବହୁତ କମ୍। ପ୍ରାୟ ସମସ୍ତ ମାମଲା ସାମାନ୍ୟ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମନ୍ୱିତ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ (IDSP) ଏବଂ ICMR ମାଧ୍ୟମରେ ଶ୍ୱାସକ୍ରିୟା ରୋଗ ଉପରେ ନଜର ରଖିବା ଜାରି ରଖିଛି। ଇନଫ୍ଲୁଏଞ୍ଜା ଭଳି ରୋଗ ଏବଂ ଗୁରୁତର ଶ୍ୱାସକ୍ରିୟା ସଂକ୍ରମଣ ମାମଲା ଉପରେ ନଜର ରଖିବାକୁ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।