Videos
|
National

Sisters To Marry / ୮ ଲକ୍ଷ ଦେଇ ଲିଙ୍ଗ ପରିବର୍ତ୍ତନ କଲେ, ଘରେ ନକହି ପରସ୍ପରକୁ ବାହା ହେଲେ ଦୁଇଭଉଣୀ

Banajyotshna Ray
Browse all articles by Banajyotshna Ray
·3 months ago·2 min read
୮ ଲକ୍ଷ ଦେଇ ଲିଙ୍ଗ ପରିବର୍ତ୍ତନ କଲେ, ଘରେ ନକହି ପରସ୍ପରକୁ ବାହା ହେଲେ ଦୁଇଭଉଣୀ
Sisters To Marry

Key Points

ପରସ୍ପରକୁ ବାହାହେଲେ ଦୁଇଭଉଣୀ
ପ୍ରେମ କଲେ, ଚାକିରି କଲେ
ଝିଅରୁ ପୁଅ ହେଇ ବିବାହ କଲେ
ବିବାହ ଏକ ପବିତ୍ର ବନ୍ଧନ । ଦୁଇଟି ହୃଦୟର ମିଳନ। ଏକ ପବିତ୍ର ସମ୍ପର୍କ। କିନ୍ତୁ ଏହି ବିବାହକୁ ନେଇ କାହାର କେମିତି ସତ ଏବଂ କିଏ କଣ ଭାବୁଛି। ଠିକ୍‌ ଏମିତି ଏକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଭଉଣୀ। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ସେତିକି ନୁହେଁ, ୮ ଲକ୍ଷ ଦେଇ ବଦଳାଇଦେଲେ ଲିଙ୍ଗ। ରାକ୍ଷୀରୁ ପାଲଟିଲେ ରାହୁଲ । ଆଉ ନିଜ ଭଉଣୀକୁ କଲେ ବିବାହ । ପାଞ୍ଚ ବର୍ଷର ପ୍ରେମ ସମ୍ପର୍କକୁ ସ୍ଵୀକୃତି ଦେଲେ ପରିବାର । ଏହି ଖବର ଯେତିକି ଆଶ୍ଚର୍ଯ୍ୟ ସେତିକି ନିଆରା ।

ବିହାରର ଜାମୁଇ ଜିଲ୍ଲାରେ ଜଣେ ବିପିଏସସି(BPSC) ଶିକ୍ଷୟତ୍ରୀ ଭଉଣୀ ରାକ୍ଷୀ ଓରଫ ରାହୁଲଙ୍କୁ ବିବାହ କରିଛନ୍ତି । ନିକଟରେ ଥିବା ପଟେଶ୍ଵର ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ପାଞ୍ଚବର୍ଷ ପୂର୍ବରୁ ଦୁହେଁ ମିଶି ପାଠ ପଢିବା ପାଇଁ ଘରୁ ଗୋଡ କାଢିଥିଲେ । ପରିବାର ଲୋକଙ୍କର ଆଶାଥିଲା ଉଭୟ ପାଠପଢି ଭଲ ଚାକିରି କରିବେ । ତେବେ ବାହାରେ ରହିବା ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହା ପରିବାର ଲୋକଙ୍କୁ ଜଣାନଥିଲା । ଉଭୟ ବାହାରେ ରହି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ । ପରେ ବିପିଏସସି ଶିକ୍ଷୟତ୍ରୀ ଭାବେ ଭଉଣୀ ନୟନଶ୍ରୀ ଚାକିରି ପାଇଥିଲେ ।

ଆଉ ଏହାପରେ ଅନ୍ୟ ଭଉଣୀ ରାକ୍ଷୀରୁ ପାଲଟିଲେ ରାହୁଲ । ୮ ଲକ୍ଷ ଟଙ୍କା ଦେଇ ଲିଙ୍ଗ ପରିବର୍ତ୍ତନ କରିବା ପରେ ବିବାହ କରିବାକୁ ସ୍ଥିର କଲେ ଦୁଇ ଭଉଣୀ । ତେବେ ଲକ୍ଷ୍ମୀପୁରଠାରେ ପୁରା ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ପରିବାର ଲୋକେ କହିଛନ୍ତି, ଉଭୟ ପିଲାଦିନୁ ପରସ୍ପର ସହ ବହୁତ ମିଶୁଥିଲେ । ହେଲେ ସେମାନେ ପ୍ରେମ ସମ୍ପର୍କରେ ଥିବା ଜାଣିନଥିଲେ ପରିବାର । ତେବେ ସବୁଠୁ ବଡ କଥା ହେଉଛି, ୮ ଲକ୍ଷ ଟଙ୍କା ଦେଇ ଭଉଣୀ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଏହାସହ ଦୁହେଁ, ସମ୍ପର୍କରେ ଦୁଇ ଭଉଣୀ ହେବେ ବୋଲି ସୂଚନା ରହିଛି।''

ଏହି ୮ ଲକ୍ଷ ଟଙ୍କା ନୟନଶ୍ରୀ ବ୍ୟାଙ୍କରୁ ଲୋନ ଆଣିଥିଲେ । ଯଦି ସେ ନିଜେ ଲିଙ୍ଗ ପରିବର୍ତ୍ତନ କରାଇଥାନ୍ତେ, ତାହେଲେ ଆଗକୁ ପ୍ରଶାସନିକ ସେବାରେ ସମ୍ବନ୍ଧୀୟ କାମରେ ତାଙ୍କୁ ଅସୁବିଧା ଭୋଗିବାକୁ ପଡିଥାନ୍ତା । ସେଥିପାଇଁ ରାକ୍ଷୀ ହିଁ ଝିଅରୁ ପୁଅ ହେଇଥିଲେ । ପରିବାର ଲୋକେ ଜାଣିବା ପରେ ସମସ୍ତେ ଚିନ୍ତାରେ ପଡି ଯାଇଥିଲେ । ଧିରେ ଧିରେ ଏହା ଏକ ବିବାଦର ରୂପ ନେଇଥିଲା । ହେଲେ ଆପୋଷ ବୁଝାମଣାରେ ସେମାନେ ବିବାହ ପାଇଁ ରାଜି ହୋଇଥିଲେ । ଯେଉଁ ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories