Obscene Video Viral / ଛାତ୍ରୀଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ କରି ନିଲମ୍ବିତ ହେଲେ ଦୁଇ ଶିକ୍ଷକ, ଗିରଫ ଦାବି
·1 hour ago·2 min read

Key Points
ଛାତ୍ରୀଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ ଅଭିଯୋଗ
ନିଲମ୍ବିତ ହେଲେ ଦୁଇ ଶିକ୍ଷକ, ଗିରଫ ଦାବି
ବିହାରର ବକ୍ସରର ଘଟଣା
ନିଲମ୍ବିତ ହେଲେ ଦୁଇ ଶିକ୍ଷକ, ଗିରଫ ଦାବି
ବିହାରର ବକ୍ସରର ଘଟଣା
ବକ୍ସର,୦୩/୦୯: ଗୁରୁଙ୍କ ନାଁରେ କଳଙ୍କ। ଛାତ୍ରୀଙ୍କ ଭିଡିଓ ଭାଇରାଲ କରି ନିଲମ୍ବିତ ହେଲେ ଦୁଇ ଜଣ ଶିକ୍ଷକ। ଏଭଳି ସାଙ୍ଘାତିକ ଅଭିଯୋଗ ଅସିଛି ବିହାରର ବକ୍ସରରୁ। ଛାତ୍ରୀଙ୍କୁ ନେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ଓ ଭାଇରାଲ କରିବା ଭଳି ଗୁରୁତର ଅଭିଯୋଗରେ ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ବିହାରର କୃଷ୍ଣବ୍ରହ୍ମ ଥାନା ଅଞ୍ଚଳର ଆରିଆନଭ ପଞ୍ଚାୟତରେ ଥିବା ନାଥୁନି ଅହିର ଡେରା ମଧ୍ୟ ବିଦ୍ୟାଳୟର ଦୁଇ ଶିକ୍ଷକ ଅରବିନ୍ଦ କୁମାର ଓ ବୀରେନ୍ଦ୍ର ପ୍ରସାଦଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି।
ଅଭିଯୋଗ ଅନୁସାରେ, ଶିକ୍ଷକ ଅରବିନ୍ଦ କୁମାର ଜଣେ ନାବାଳିକା ଛାତ୍ରୀଙ୍କୁ ହୋଟେଲକୁ ନେଇ ଯୌନ ନିର୍ଯାତନା ଦେବା ସହ ଘଟଣାର ଭିଡିଓ ରେକର୍ଡ କରି ପରେ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ସେହିପରି ଅନ୍ୟ ଶିକ୍ଷକ ବୀରେନ୍ଦ୍ର ପ୍ରସାଦଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭିଡିଓ ତିଆରି ଓ ଭାଇରାଲ କରିବା ସହ ଧମକ ଦେବାର ଅଭିଯୋଗ ରହିଛି। ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବିଳମ୍ବିତ ରାତିରେ ବହୁ ସଂଖ୍ୟକ ଗ୍ରାମବାସୀ କୃଷ୍ଣବ୍ରହ୍ମ ଥାନାରେ ପହଞ୍ଚି ଦୁଇ ଶିକ୍ଷକଙ୍କ ଗିରଫ ଦାବି କରିଥିଲେ। ଛାତ୍ରୀମାନଙ୍କ ସୁରକ୍ଷାରେ କୌଣସି ପ୍ରକାର ସାଲିସ ନକରିବାକୁ ସେମାନେ ଦାବି କରିଥିଲେ। ଅନ୍ୟପଟେ, ମାମଲାରେ ଏପର୍ଯ୍ୟନ୍ତ ଏଫଆଇଆର ରୁଜୁ ହୋଇନଥିବା ସୂଚନା ମିଳିଛି। ତେବେ ପୋଲିସ ଅଭିଯୋଗର ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କ ସମ୍ଭାବ୍ୟ ଠିକଣାରେ ଚଢ଼ାଉ କରୁଥିବା କୁହାଯାଇଛି।
ପଢନ୍ତୁ ଏହି ଖବର: ସହରରେ ସେକ୍ସ ରାକେଟର ପର୍ଦ୍ଦାଫାସ, ୯ ଦେହଜୀବୀ ଉଦ୍ଧାର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଇ ଶିକ୍ଷକ ନିଲମ୍ବିତ
ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷା ବିଭାଗକୁ ଦିଆଯାଇଥିବା ଅଭିଯୋଗରେ ଦୁଇ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପ୍ରସାରଣ ଏବଂ ଧମକ ଦେବା ଭଳି ଗୁରୁତର ଅଭିଯୋଗ ରହିଛି। ଅଗଷ୍ଟ ୩୧, ୨୦୨୬ରେ ଡୁମରାଓଁର ବ୍ଲକ ଶିକ୍ଷା ଅଧିକାରୀ ଜିଲ୍ଲା ଶିକ୍ଷା ବିଭାଗକୁ ତଦନ୍ତ ରିପୋର୍ଟ ପଠାଇଥିଲେ। ରିପୋର୍ଟରେ ଅଭିଯୋଗଗୁଡ଼ିକ ଉଲ୍ଲେଖ କରି ଦୁଇ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଥିଲା।
ରିପୋର୍ଟ ସମୀକ୍ଷା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିହାର ସରକାରୀ କର୍ମଚାରୀ (ବର୍ଗୀକରଣ, ନିୟନ୍ତ୍ରଣ ଓ ଆପିଲ୍) ନିୟମ, ୨୦୦୫ ଅନୁଯାୟୀ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ପୋଲିସ ତଦନ୍ତ ଏବଂ ଆଇନଗତ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର। ଭାଇରାଲ ଭିଡିଓ, ଅଭିଯୋଗ ଓ ଅନ୍ୟ ପ୍ରମାଣର ଯାଞ୍ଚ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସ୍ପଷ୍ଟ ହେବ।

Related Topics
Explore more stories