Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାମ୍ମୁ କାଶ୍ମୀରର କଠୁଆରେ ୫ ଆତଙ୍କବାଦୀ ନିପାତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜାମ୍ମୁ କାଶ୍ମୀରର କଠୁଆରେ ୫ ଆତଙ୍କବାଦୀ ନିପାତ

ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ । କଠୁଆ ଜିଲ୍ଲାର ରାଜବାଗ ଥାନା ଅଞ୍ଚଳରେ ୫ ଦିନ ଧରି ଚାଲିଥିବା ଅପରେସନ ସଫଳ । ଭାରତୀୟ ସେନାକୁ ଚକମା ଦେଇ ଘନ ଜଙ୍ଗଲ ଭିତରେ ଛପିଥିବା ସମସ୍ତ ୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ଯବାନ । ଗତ ୨୪ ତାରିଖରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଦେଇଥିଲେ ଆହ୍ବାନ । କିନ୍ତୁ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଯବାନଙ୍କ ଉପରେ ଅନ୍ଧାଧୁନିଆ ଗୁଳିମାଡ଼ କରି ଜୁଥାନା ଓ ଅମ୍ବା ନାଲ ଜଙ୍ଗଲ ଭିତରେ ଘୁରି ବୁଲୁଥିଲେ । ଗୁରୁବାର ରାଜବାଗ ଘାଟି ନିକଟରେ ମୁହାଁମୁହିଁ ହେବା ପରେ ଦୀର୍ଘ ସମୟ ଧରି ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ସେନା ଗୁଳିମାଡ଼ରେ ୫ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଗୁଳି ବିନିମୟରେ ଡିଏସପି ଧୀରଜ କାଟୋଚଙ୍କ ସମେତ ୩ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି ।

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଲଗାତାର ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ । ଆଧୁନିକ ରାଡାର ଓ ଡ୍ରୋନର ଉପଯୋଗ କରି ସୀମା ଉପରେ ରଖାଯାଉଛି ସତର୍କ ଦୃଷ୍ଟି । କିନ୍ତୁ ଜମ୍ମୁ କାଶ୍ମୀରରେ କିଛି ବିଚ୍ଛିନ୍ନତାବାଦୀ ସଂଗଠନ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା କରୁଥିବା ଅଭିଯୋଗ ହେଉଛି । ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଚିହ୍ନଟ ପାଇଁ ମଧ୍ୟ NIA ପକ୍ଷରୁ ମଧ୍ୟ ଲଗାତାର ଜାରି ରହିଛି ଚଢ଼ାଉ । ଆଧିୁନିକ ରାଡାର ଓ ଡ୍ରୋନର ଉପଯୋଗ କରି ଏଲଓସିରେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ସେନା ରଖିଛି ସତର୍କ ନଜର ।

ରବିବାର ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାନ୍ତରେ ଥିବା ହିରାନଗର ସେକ୍ଟରର ସାନ୍ୟାଲ ଗାଁ ନିକଟରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଆର୍ମି, ବିଏଏସଏଫ, ଜମ୍ମୁ କାଶ୍ମୀର ପୋଲିସ, ସିଆରପିଏଫ, ସ୍ପେଶାଲ୍ ଅପରେସନ ଗ୍ରୁଫ ସହ ସୋମବାର ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ସାମିଲ ହୋଇ ଅପରେସନକୁ ଜୋରଦାର କରିଥିଲେ । ସୋମବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଆହତ ହୋଇଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-terrorists-killed-in-fierce-gun-battle-in-kathua-5-security-personnel-injured | Argus News