Videos
|
National

Tyson / ଗୁଳି ଖାଇ ବି ବତାଇଥିଲା ଆତଙ୍କବାଦୀଙ୍କ ଠିକଣା; ଏବେ ମିଳିଲା ବୀରତ୍ଵ ସମ୍ମାନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଗୁଳି ଖାଇ ବି ବତାଇଥିଲା ଆତଙ୍କବାଦୀଙ୍କ ଠିକଣା; ଏବେ ମିଳିଲା ବୀରତ୍ଵ ସମ୍ମାନ
Army Dog Gets Bravery Honour

Key Points

ସର୍ଚ୍ଚ ଅପରେସନ୍ ବେଳେ ଯବାନ ଯେତେବେଳେ ସନ୍ଦେହ କରି ଗୋଟିଏ ସ୍ଥାନକୁ ବଢ଼ିଥିଲେ । ସେତେବେଳେ ସବୁଠୁ ଆଗରେ ମଣିଷ ନୁହେଁ ବରଂ 'ଟାୟସନ' ଥିଲା ।
ନୂଆଦିଲ୍ଲୀ: ଭାରତର ୮୦ତମ ସ୍ଵାଧୀନତା ଦିବସ ଅବସରରେ ଏକ ବିଶେଷ ନାମ ଚର୍ଚ୍ଚାରେ ରହିଛି । ଆଉ ଏହି ନାମ କୌଣସି ସୈନିକଙ୍କ ନୁହେଁ ବରଂ ସେନାର ଏକ କୁକୁରର । ଏହି ସେନା କୁକୁର ହେଉଛି- 'ଟାୟସନ' । ତେବେ 'ଟାୟସନ' କୌଣସି ପୋଷା କୁକୁର ନୁହେଁ ।

'ଟାୟସନ' ହେଉଛି ଏକ ତାଲିମପ୍ରାପ୍ତ ଆସଲ୍ଟ ଡଗ୍ । ଯିଏ କି ସେନାର ୨ ପାରା ସ୍ପେଶାଲ୍ ଫୋର୍ସ ୟୁନିଟ୍ ସହ କାମ କରୁଛି । ଏହାର କାମ ବହୁତ ବିପଜ୍ଜନକ ହୋଇଥାଏ । ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା, ବିପଦର ପୂର୍ବାଭାସ ଦେବା ଓ ସୈନିକଙ୍କୁ ଶତ୍ରୁର ସଠିକ୍ ଠିକଣା ଦେବା ।

ସ୍ଵାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଥଳ ସେନା, ନୌସେନା ଓ ବାୟୁସେନାର ମୋଟ ୮୯ ଯବାନଙ୍କୁ 'ଉଲ୍ଲେଖନୀୟ ସେବା' ପାଇଁ ସମ୍ମାନିତ କରିବାକୁ ମଞ୍ଜୁରୀ ଦେଇଥିଲେ । ଯେଉଁଥିରେ ସେନାର ୭୫ ଜଣ, ନୌସେନାରୁ ୪ ଜଣ ଓ ବାୟୁସେନାରୁ ୧୦ ଜଣଙ୍କ ନାଁ ଥିଲା ।

ଆଉ ଏହି ତାଲିକାରେ ଜର୍ମାନ ଶେଫର୍ଡ ଆସଲ୍ଟ 'ଟାୟସନ'ର ନାଁ ମଧ୍ୟ ସାମିଲ୍ ରହିଥିଲା । ଯିଏକି ରିମାଉଣ୍ଟ ଭେଟରନରୀ କୋର୍ ସହ ଜଡ଼ିତ । ଆସନ୍ତୁ ଜାଣିବା 'ଟାୟସନ'ର ବୀରତ୍ଵ...

ଏଥିସହ ପଢ଼ନ୍ତୁ: ପହଲଗାଓଁ ଆକ୍ରମଣ; ପ୍ରଧାନମନ୍ତ୍ରୀ ମୋଦି ଅଜିତ ଡୋଭାଲଙ୍କୁ ପ୍ରଥମେ କ'ଣ ପ୍ରଶ୍ନ କରିଥିଲେ ? 

କାଶ୍ମୀର କିସ୍ତୱାଡ଼ରେ କ'ଣ ହୋଇଥିଲା ?

ଗତ ଫେବ୍ରୁଆରୀରେ ଜମ୍ମୁ-କାଶ୍ମୀର କିସ୍ତୱାଡ଼ରେ ଏକ ଆତଙ୍କବାଦୀ ବିରୋଧୀ ଅପରେସନ୍ ହୋଇଥିଲା । ସର୍ଚ୍ଚ ଅପରେସନ୍ ବେଳେ ଯବାନ ଯେତେବେଳେ ସନ୍ଦେହ କରି ଗୋଟିଏ ସ୍ଥାନକୁ ବଢ଼ିଥିଲେ । ସେତେବେଳେ ସବୁଠୁ ଆଗରେ ମଣିଷ ନୁହେଁ ବରଂ 'ଟାୟସନ' ଥିଲା । 'ଟାୟସନ' ଧିରେ ଧିରେ ଆଗକୁ ବଢ଼ିଥିଲା, ଯେଉଁଠି ଆତଙ୍କବାଦୀ ଥିବା ଆଶଙ୍କା ଥିଲା ।

'ଟାୟସନ' ଯେମିତି ପାଖାପାଖି ପହଞ୍ଚିଲା ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ଗୁଳି 'ଟାୟସନ'ର ଗୋଡ଼ରେ ବାଜିଥିଲା । ତଥାପି 'ଟାୟସନ' ଅଟକି ନଥିଲା ବରଂ ଆଗକୁ ବଢ଼ିଥିଲା । ଆଉ ଆତଙ୍କବାଦୀ ଗୁଳିମାଡ଼ ଜାରି ରଖିବାରୁ ସେମାନଙ୍କ ପ୍ରକୃତ ସ୍ଥିତି ଜଣାପଡ଼ିଥିଲା ।

ଫଳରେ ସେନାର ଯବାନ ଉକ୍ତ ଅଞ୍ଚଳକୁ ଘେରି ଯାଇ ଅପରେସନ୍ ମାଧ୍ୟମରେ ଜୈଶ୍ ଏ ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହି ଅପରେସନ୍‌ରେ 'ଟାୟସନ' ଗମ୍ଭୀର ଆହତ ହୋଇଥିବା ବେଳେ ଜୀବନ ବଞ୍ଚି ଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: