Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ୟାବ୍ ରେ ମିଳୁଛି ବିମାନଠୁ ବି ବେଶୀ ସୁବିଧା...

Smruti Parija
Browse all articles by Smruti Parija
·1 year ago·1 min read
କ୍ୟାବ୍ ରେ ମିଳୁଛି ବିମାନଠୁ ବି ବେଶୀ ସୁବିଧା...

ଅର୍ଗସ ବ୍ୟୁରୋ: ଗାଡି ଲାଗୁଛି ମୋବାଇଲ ସର୍ଭିସ୍ ସେଣ୍ଡର । ସିଟ୍ ପଛ ପଟେ ଅଛି ୱାଇଫାଇ, ସ୍ନାକ୍ସ, କ୍ୟାଣ୍ଡି, ପାଣି ବୋତଲ, ଛତା, ସାନିଟାଇଜର ଏବଂ ଟିସୁ ସମେତ ବିଭିନ୍ନ ପ୍ରକାରର ଜିନିଷ । ଆଉ ସବୁଠୁ ବଡ କଥା ଯିଏ ଏହି ଗାଡିରେ ଯିବ ସେ ସବୁକିଛି ବ୍ୟବହାର କରିପାରିବ ତାହା ବି ମାଗଣାରେ । ଦିଲ୍ଲୀର ଜଣେ ଉବେର ଡ୍ରାଇଭରଙ୍କ ଏହା ହେଉଛି ନିଆରା ଷ୍ଟାଇଲ୍ । ଯାତ୍ରାରେ ଏକ ସୁନ୍ଦର ଅନୁଭୂତି ଦେବା ପାଇଁ ସେ ନିଜ ମାରୁତି ସେଲେରିଓ ଗାଡିରେ ଏହି ବ୍ୟବସ୍ଥା ରଖିଛନ୍ତି ।


Found cab facilities better than flights...
byu/Fancy-Past-6831 indelhi


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ତାଙ୍କ ଗାଡ଼ିରେ ଥଣ୍ଡା, କାଶ, ଜ୍ୱର ପାଇଁ ମଧ୍ୟ ଭଳିକି ଭଳି ମେଡିସିନ ରହିଛି । ଏହା ସହ ତେଲ, ପେଷ୍ଟ, ପିନ୍ , ପାଉଡର, ପରଫ୍ୟୁମ୍ ଜୋତା ପଲିସ । ଆଉ ଏ ସବୁ ଯାତ୍ରୀମାନେ ସମ୍ପୂର୍ଣ୍ଣ ମାଗଣାରେ ବ୍ୟବହାର କରିପାରିବେ । ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ସମସ୍ତଙ୍କ ମନ କିଣିଛି । ଏନେଇ ୟୁଜର୍ସ ଲେଖିଛନ୍ତି ବିମାନଠୁ ବି ଟ୍ୟାକ୍ସିରେ ଭଲ ସୁବିଧା ଅଛି ।


ଡ୍ରାଇଭରଙ୍କ ଜଣେ ଯାତ୍ରୀର କେଉଁ ଜିନିଷ ଦରକାର ପଡିବ ସେ ସମସ୍ତ ଜିନିଷ ଗାଡିରେ ରଖିଛନ୍ତି । ୟାହା ସମସ୍ତଙ୍କୁ ପ୍ରଭାବିତ କରିଛି । ଅନେକ ତାଙ୍କୁ ସ୍ୱତନ୍ତ୍ର ଭାବରେ ବୁକ୍ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଡ୍ରାଇଭର ଜଣଙ୍କ ହେଉଛନ୍ତି ଅବଦୁଲ କାଦିର । ଅନେକ ତାଙ୍କ ଗାଡିରେ ଯାତ୍ରୀ କରିଥିବା ସହ ସେ ଜଣେ ସୁନ୍ଦର ବ୍ୟକ୍ତିତ୍ତ୍ୱ ବୋଲି କମେଣ୍ଟରେ ଲେଖିଛନ୍ତି ।

Sponsored
uber-driver-transforms-cab-into-luxury-lounge | Argus News