Videos
|
National

UCC ବିଲ୍ ବିଧାନସଭାରେ ଆଗତ; ବଦଳିବ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀତ୍ବ ନିୟମ

Ritu Das
Browse all articles by Ritu Das
·2 years ago·2 min read
UCC ବିଲ୍ ବିଧାନସଭାରେ ଆଗତ; ବଦଳିବ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀତ୍ବ ନିୟମ

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ବିଧାନସଭାରେ UCC ବିଲ୍ ଆଗତ। ଏହାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଗତ କରିଛନ୍ତି। ବିଲ୍ ପାସ୍ ହେବାପରେ ରାଜ୍ୟପାଳଙ୍କ ଅୁମୋଦନ ପରେ ଖୁବଶୀଘ୍ର ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ ହେବାକୁ ଯାଉଛି । 

ବିଧାନସଭାରେ ବିଲ୍ ଆଗତ ସମୟରେ ଜୋରଦାର ଜୟ ଶ୍ରୀରାମ ନାରା ଲଗାଯାଇଥିଲା । ସମାନ ନାଗରିକ ସଂହିତା ବା ୟୁସିସି ହେଉଛି ନାଗରିକମାନଙ୍କର ବ୍ୟକ୍ତିଗତ ଆଇନ ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ଯାହା ସମସ୍ତ ନାଗରିକଙ୍କ ଧର୍ମ, ଲିଙ୍ଗ ଏବଂ ଯୌନ ଆଭିମୁଖ୍ୟ ନିର୍ବିଶେଷରେ ସମାନ ଭାବରେ ଲାଗୁ ହୁଏ।

ବହୁବିବାହ ଉପରେ ଲାଗିବ ପ୍ରତିବନ୍ଧକ
କିଛି ଆଇନରେ ବହୁ ବିବାହ ପାଇଁ ଅନୁମତି ରହିଛି । ହେଲେ ହିନ୍ଦୁ, ପାରସୀ ଓ ଇସାଇ ଧର୍ମରେ ବହୁ ବିବାହ ଉପରେ ପ୍ରତିବନ୍ଧକ ରହିଛି । ତେଣୁ କିଛି ଲୋକ ଦ୍ୱିତୀୟ ବିବାହ କରିବାକୁ ଧର୍ମ ପରିବର୍ତ୍ତନ କରୁଛନ୍ତି । ଏହା ଉପରେ ରୋକ ଲଗାଇବାକୁ ୟୁସିସିରେ ପ୍ରାବଧାନ ରହିଛି ।

ବିବାହର ବୟସ ସୀମା
ବିବହାର ସର୍ବନିମ୍ନ ବୟସ କେଉଁଠି ନିର୍ଦ୍ଧାରଣ କରାଯାଇଛି ତ କେଉଁଠି କରାଯାଇନାହିଁ । ନିଦ୍ଧିଷ୍ଟ ଏକ ଧର୍ମରେ ବହୁତ କମ୍ ବୟସର ବାଳିକାମାନଙ୍କର ବିବାହ କରିଦିଆଯାଉଛି । ହେଲେ ୟୁସିସି ଲାଗୁ ହେବା ପରେ କୌଣସି ଧର୍ମର ଲୋକ ୨୧ ବର୍ଷରୁ କମ୍ ବୟସର ଝିଅମାନଙ୍କର ବିବାହ କରାଇପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲିଭ୍ ଇନ୍ ସଂପର୍କ
ଏବେ ଅନ୍ୟ ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଲିଭ୍ ଇନ୍ ରିଲେସନସିପ୍ ବଢିବାରେ ଲାଗିଛି । ଏହାକୁ ନେଇ ଅନେକ ସମୟରେ ଅପରାଧୀକ ଘଟଣାମାନ ସାମ୍ନାକୁ ଆସୁଛି । ହେଲେ ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବା ପରେ ଲିଭ୍ ଇନରେ ରହିବାକୁ ଚାହୁଁଥିବା ଯୁବକ ଯୁବତୀମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଏନେଇ ରାଜ୍ୟ ସରକାର ଏକ ୱେବପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଯଦି ପଞ୍ଜିକରଣ ନକରି ଲିଭ୍ ଇନରେ ରହୁଛନ୍ତି ତେବେ ଉଭୟ ଯୁବକ ଓ ଯୁବତୀଙ୍କୁ ୬ ମାସ ଜେଲ ଓ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ।

ବିିବାହ ପଞ୍ଜିକରଣ
ଏବେ ଉତ୍ତରାଖଣ୍ଡରେ ସମସ୍ତ ବିବାହ ସରକାରୀ ପଞ୍ଜିକରଣ ହେବ । ଯଦି କେହି ବିବାହକୁ ସରକାରୀ ପଞ୍ଜିକରଣ ନ କରନ୍ତି ତେବେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବ ।

ଉତ୍ତରାଧିକାରୀ ନିୟମ
ଉତ୍ତରାଧିକାରୀ ଆଇନ ନେଇ ଭାରତରେ ବିଭିନ୍ନ ଆଇନ ରହିଛି । ବିଭିନ୍ନ ଧର୍ମର ଲୋକଙ୍କ ପାଇଁ ଏହି ଆଇନ ଭିନ୍ନ ଭିନ୍ନ । ତେଣୁ ଉତ୍ତରାଧିକାରୀ ଆଇନକୁ ସରଳ କରିବା ଓ ରାଜ୍ୟର ସମସ୍ତ ଧର୍ମର ନାଗରିକଙ୍କ ପାଇଁ ସମାନ ଉତ୍ତରାଧିକାରୀ ଆଇନ ଆଣିବା ନେଇ ୟୁସିସିରେ ପ୍ରାବଧାନ ରହିଛି ।

ଭରଣ ପୋଷଣ ଆଇନ
ୟୁସିସି ଲାଗୁ ହେବା ପରେ ଯଦି କୌଣସି ଚାକିରୀ କରିଥିବା ପୁଅର ମୃତ୍ୟୁ ହୁଏ ତେବେ ତା’ର ବୃଦ୍ଧ ବାପା ଓ ମାଙ୍କ ଭରଣ ପୋଷଣ ସଂପୃକ୍ତ ପୁଅର ସ୍ତ୍ରୀଙ୍କୁ ବୁଝିବାକୁ ପଡିବ   । ସ୍ୱାମୀଙ୍କ ମୃତ୍ୟୁ ପରେ ଯଦି ପତ୍ନୀ ଦ୍ୱିତୀୟ ବିବାହ କରନ୍ତି ତେବେ ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀକୁ ମିଳିଥିବା ସହାୟତା ରାଶିରୁ ପୁଅର ପିତାମାତାଙ୍କୁ ଭାଗ ମିଳିବ ।

ପୋଷ୍ୟ ସନ୍ତାନ ଗ୍ରହଣ କରିବା ଆଇନ
ୟୁସିସି ଲାଗୁ ହେବା ପରେ ମୁସଲିମ ମହିଳାଙ୍କୁ ବି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅଧିକାର ମିଳିବ । ଅନ୍ୟପଟେ ଯଦି ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୁଏ ତେବେ ସନ୍ତାନଙ୍କୁ ଜେଜେ ବାପା ଓ ଜେଜେମା ପାଖରେ ରହିବାର ଅଧିକାର ମିଳିବ ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

UCC Bill Introduced in | Argus News