Aadhaar: ୫ରୁ ୧୫ ବର୍ଷର ପିଲାଙ୍କ ଆଧାର କାର୍ଡରେ କରି ନିଅନ୍ତୁ ବାୟୋମେଟ୍ରିକ୍ ଅପଡେଟ୍

Key Points
UIDAI ଅନୁସାରେ, ଛୁଆଙ୍କ ଆଧାର କାର୍ଡ ୨ ଥର ଅପଡେଟ୍ କରିବା ନିହାତି ଆବଶ୍ୟକ । ଥରେ ୫ ବର୍ଷ ବୟସରେ ଆଉ ଥରେ ୧୫ ବର୍ଷ ପୂରଣା ହେବା ପରେ ।
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ପିଲାଙ୍କ ଆଧାର କାର୍ଡ ଅପଡେଟ୍ କରାଇ ନାହାନ୍ତି ତାହେଲେ ଶୀଘ୍ର ଅପଡେଟ୍ କରାଇ ନିଅନ୍ତୁ । ଛୁଆଙ୍କ ଆଧାର କାର୍ଡର ବାୟୋମେଟ୍ରିକ୍ ଅପଡେଟ୍ କରିବା ଜରୁରି ଅଟେ । ଏନେଇ UIDAI ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏନେଇ ଚିଠି କରି ଅପଡେଟ୍ ଶୀଘ୍ର କରିବାକୁ କୁହାଯାଇଛି ।
UIDAI ଅନୁସାରେ, ଛୁଆଙ୍କ ଆଧାର କାର୍ଡ ୨ ଥର ଅପଡେଟ୍ କରିବା ନିହାତି ଆବଶ୍ୟକ । ଥରେ ୫ ବର୍ଷ ବୟସରେ ଆଉ ଥରେ ୧୫ ବର୍ଷ ପୂରଣା ହେବା ପରେ ।
ସ୍କୁଲ୍ରେ ହେବ କ୍ୟାମ୍ପ
📱 Get Argus News App
✨
ପିଲାଙ୍କ ଆଧାର ଅପଡେଟ୍ ପାଇଁ ବିଦ୍ୟାଳୟଗୁଡ଼ିକରେ କ୍ୟାମ୍ପ କରାଯିବ । ଏନେଇ UIDAI ମୁଖ୍ୟ ଭବେଶ କୁମାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାର୍ଟନରସିପ୍ କରିଛି UIDAI । ଏଣିକି ୟୁନିଫାଇଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର୍ ଏଜୁକେସନ୍ ପ୍ଲସ୍ (UDISE+) ଆପ୍ଲିକେସନ୍ ମାଧ୍ୟମରେ ବିଦ୍ୟାଳଯକୁ ସୂଚନା ମିଳିଯିବ କେଉଁ ଛୁଆଙ୍କର ବାୟୋମେଟ୍ରିକ୍ ଅପଡେଟ୍ ବାକି ଅଛି ।
ବାୟୋମେଟ୍ରିକ୍ ଅପଡେଟ୍ ଜରୁରି କାହିଁକି ?
UIDAI ଅନୁସାରେ, ସମୟରେ ବାୟୋମେଟ୍ରିକ୍ ଅପଡେଟ୍ କରିବା ବହୁତ ଜରୁରି ଅଟେ । ଏହା ଫଳରେ ଛୁଆଙ୍କ ଆଧାର କାର୍ଡରେ ସଠିକ୍ ତଥ୍ୟ ରୁହେ । ଏବେ ଦେଶରେ ଏଭଳି ୧୭ କୋଟି ଆଧାର ନମ୍ବର ରହିଛି, ଯେଉଁଥିରେ ବାୟୋମେଟ୍ରିକ୍ ଅପଡେଟ୍ ହୋଇ ନାହିଁ । ଯଦି ଆଧାରରେ ବାୟୋମେଟ୍ରିକ୍ ଅପଡେଟ୍ କରାଯିବ ନାହିଁ ତ ଛୁଆଙ୍କୁ ସରକାରୀ ଯୋଜନାର ଲାଭ ମିଳିବାରେ ଅସୁବିଧା ହୋଇପାରେ । ଏହାଛଡ଼ା NEET, JEE, CUET ଭଳି ବିଶ୍ଵବିଦ୍ୟାଳୟ ଓ କମ୍ପିଟିଟିଭ୍ ପରୀକ୍ଷା ପଞ୍ଜିକରଣ ସମୟରେ ଅସୁବିଧା ହୋଇପାରେ ।