Viral Video / ତାଙ୍କ ଝିଅକୁ ପ୍ରେମ କରୁଥିଲେ ବୋଲି ଉଲଗ୍ନ କରି ରାସ୍ତାରେ ଚଲାଇଲେ, ଦେଖନ୍ତୁ ଭିଡିଓ..

Key Points
କିନ୍ତୁ ପରେ ପୋଲିସ ଷ୍ଟେସନରେ ସେମାନେ ଆତ୍ମସମର୍ପଣ କରିଥିଲେ ।
ପ୍ରେମ ପାଇଁ ୧୬ ବର୍ଷ ବୟସର ନାବାଳକକୁ ରାଜରାସ୍ତାରେ କଲେ ଉଲଗ୍ନ । ସୀମା ଟପିଗଲା ନୃଶଂସତା । ସର୍ବ ସମ୍ମୁଖରେ ଦେହରୁ ଖୋଲାଗଲା ପୋଷାକ । ଉଲଗ୍ନ କରି ଦେଢ଼ କିଲୋମିଟର ଚଲାଇଲେ । କାନ୍ଦି କାନ୍ଦି କାକୁତିମିନତି ହେଉଥିଲା ପ୍ରେମିକ । ଏମିତି ଏକ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଉଛି ।
ଗୋଟିଏ ପରିବାର ପୁଅ ପାଇଁ ନ୍ୟାୟ ମାଗୁଛି । କୁହାଯାଉଛି କି, ନାବାଳକ ଜଣକ ତା’ ସମାନ ବୟସର ଜଣେ ଝିଅକୁ ପ୍ରେମ କରୁଥିଲା । ଆଉ ଭୟରେ ଘରୁ ପଳାଯାଇଥିଲେ । ଆଉ ସେମାନଙ୍କୁ ଝିଅ ଘର ଲୋକ ପାଇବା ପରେ ନାବାଳକଟିକୁ ଏହିପରି ଦଣ୍ଡ ଦେଇଛନ୍ତି । ମଧ୍ୟପ୍ରଦେଶ ଉଜ୍ଜୟିନୀରୁ ଏହି ଘଟଣା ସାମ୍ନାକୁ ଆସିଛି । ଏନେଇ ପୋଲିସ କହିଛି, ମାକ୍ସି ରୋଡର ପାନୱାସାରେ ରହୁଥିବା ନାବାଳକ ଜଣକ ସେହି ଅଞ୍ଚଳର ସମାନ ବୟସର ଜଣେ ଝିଅ ସହିତ ସମ୍ପର୍କରେ ଥିଲେ । ଦୁଇଜଣ ତିନି ମାସ ପୂର୍ବରୁ ପଳାଇ ଯାଇଥିଲେ । କିନ୍ତୁ ପରେ ପୋଲିସ ଷ୍ଟେସନରେ ସେମାନେ ଆତ୍ମସମର୍ପଣ କରିଥିଲେ ।
ଗୁରୁବାର ଦିନ ନାବାଳକ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା । ଯାହା ଫଳରେ ପୁଅଟି ଉଜ୍ଜୟିନୀର ଶ୍ରୀ ସିନ୍ଥେଟିକ୍ସ ଅଞ୍ଚଳକୁ ଫେରି ଜଣେ ବନ୍ଧୁଙ୍କୁ ଭେଟି ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ପାଣ୍ଠି ବ୍ୟବସ୍ଥା କରିଥିଲା । ସେହି ସମୟରେ ଝିଅର ପରିବାର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନାବାଳକଙ୍କ ଅଭିଯୋଗ ଅନୁସାରେ, ଭୋଳା ବୈରାଗୀ, ସୀମା ବୈରାଗୀ, ରାହୁଲ ବୈରାଗୀ, ରୁଦ୍ରାକ୍ଷ ବୈରାଗୀ ଏବଂ ବିଷ୍ଣୁ ବୈରାଗୀ ତାଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଛନ୍ତି । ତାଙ୍କ ପୋଷାକ ଚିରି ହାତକୁ ରଶିରେ ବାନ୍ଧିଥିଲେ । ପରେ ତାଙ୍କୁ ଉଲଗ୍ନ କରି ଦେଢ଼ କିଲୋମିଟର ରାସ୍ତାରେ ଚଲାଇ ଚଲାଇ ନେଇଛନ୍ତି । ପୁରା ଘଟଣାକୁ କୋହଭରା କଣ୍ଠରେ ସେ ପୋଲିସ ନିକଟରେ କହିଛନ୍ତି ।
ଖାଲି ସେତିକି ନୁହେଁ, ତାଙ୍କୁ ଝିଅ ଘର ପରିବାର ଲୋକେ ଧମକ ଦେଇଥିଲେ । ନାବାଳକ ଜଣକ ଯଦି ଉଜ୍ଜୟିନୀ ଫେରିବେ ତେବେ ତାଙ୍କୁ ଜୀବନରୁ ମାରିଦେବେ ବୋଲି କହିଛନ୍ତି ଝିଅ ଘର ଲୋକ । ଉଲଗ୍ନ କରି ରାସ୍ତାରେ ଚଲାଇବା ସମୟରେ ନାବାଳକ ଦେଖାଣାହାରୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ, କିନ୍ତୁ କେହି ହସ୍ତକ୍ଷେପ କରି ନଥିବା ସେ କହିଛନ୍ତି ।
ଶୁକ୍ରବାର ଦିନ, ନାବାଳକ ଏବଂ ତାଙ୍କ ବିକଳାଙ୍ଗ ମାଆ ଏହିପରି ଅଭିଯୋଗ ଥାନାରେ କହିଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିସାରିଛି । ଅତିରିକ୍ତ ପୋଲିସ ଅଧିକ୍ଷକ ଆଲୋକ ଶର୍ମା କହିଛନ୍ତି, ୧୬ ବର୍ଷୀୟ ନାବାଳକଙ୍କୁ ଉଲଗ୍ନ କରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଘଟଣାରେ ଚାରି ଜଣ ବ୍ୟକ୍ତି ସାମିଲ ଥିଲେ । ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଛି ।
उज्जैन जिला युवा कांग्रेस अध्यक्ष ने उठाई आवाज बंजारा समाज के नाबालिक बालक के साथ हो रहे अन्यया को लेकर pic.twitter.com/MUholhpgzP
— Arpit Chiki Yadav (@ArpitChiki) January 16, 2026
📱 Get Argus News App
✨Related Topics
Explore more stories