Videos
|
National

HanumanTemple / ମନ୍ଦିର ଚୁରମାର, କିନ୍ତୁ ଆସ୍ଥାନରୁ ଉଠିଲେନି ହନୁମାନ... ଭକ୍ତଙ୍କ ଭିଡ଼

Rashmita Mishra
Browse all articles by Rashmita Mishra
·1 month ago·2 min read
ମନ୍ଦିର ଚୁରମାର, କିନ୍ତୁ ଆସ୍ଥାନରୁ ଉଠିଲେନି ହନୁମାନ... ଭକ୍ତଙ୍କ ଭିଡ଼
HanumanTemple

Key Points

ମନ୍ଦିର ଭାଙ୍ଗିଗଲା, ହଲିଲେନି ହନୁମାନ! ୪୦ ଘଣ୍ଟାର ଚେଷ୍ଟା ବିଫଳ
କୁରାଢ଼ି, ସାବଳ, ମେସିନ୍ ଲଗାଇଲେ ବି ହଲିଲେନି ହନୁମାନ 
୧୭୦ ବର୍ଷର ପୁରୁଣା ହନୁମାନଙ୍କୁ ହଟାଇ ପାରିଲାନି ପ୍ରଶାସନ
ମନ୍ଦିର ଚୁରମାର, କିନ୍ତୁ ଆସ୍ଥାନରୁ ଉଠିଲେନି ହନୁମାନ ଭକ୍ତଙ୍କ ଭିଡ଼

ହନୁମାନ ମନ୍ଦିର ପୂରା ଭାଙ୍ଗିରୁଜି ଚୁରମାର ହୋଇଗଲା । କିନ୍ତୁ ପ୍ରଭୁ ହନୁମାନ ତାଙ୍କ ଆସ୍ଥାନରୁ ଉଠୁ ନାହାଁନ୍ତି । ଯେତେ ଚେଷ୍ଟା କଲେ ବି ହନୁମାନଙ୍କୁ କେହି ହଲେଇ ପାରୁ ନାହାଁନ୍ତି । କିଏ କୁରାଢ଼ିରେ ଖୋଳୁଥିଲା ତ କିଏ ସାବଳରେ ଆଘାତ ଦେଉଥିଲା । ମେସିନ୍‌ ଲଗାଇ ବି ଖୋଳାଗଲା । କିନ୍ତୁ ପ୍ରଭୁ ହନୁମାନ ହଲୁ ନାହାଁନ୍ତି । ଖୋଳି ଖୋଳି ଲୋକେ ହାଲିଆ ହୋଇଗଲେଣି ।

ଖୋଳି ଖୋଳି ଖାଲ ହୋଇଗଲାଣି ପ୍ରଭୁଙ୍କର ଚାରି ପାର୍ଶ୍ଵ । ତଥାପି ସେମିତି ବଶି ରହିଛନ୍ତି ପ୍ରଭୁ ହନୁମାନ । ତାଙ୍କୁ କେହି ବି ସେଠାରୁ ଉଠାଇ ପାରୁ ନାହାଁନ୍ତି । ସେ ହେଉଛନ୍ତି ସବୁଠାରୁ ଶକ୍ତିଶାଳି ପବନ ଦେବଙ୍କ ପୁତ୍ର ହନୁମାନ । ତାଙ୍କର ଲାଞ୍ଜକୁ ବି ମନ୍ଦ ଉଦ୍ଦେଶ୍ୟ ରଖୁଥିବା ଲୋକ ଉଠାଇବା ଅସମ୍ଭବ । ଆଉ ଏ ତ ସ୍ଵୟଂ ହନୁମାନ । ତାଙ୍କୁ ବା କେମିତି ଉଠାଇ ପାରିବେ । ସେଥିପାଇଁ ପୁରା ପ୍ରଶାସନ ଲାଗିଛି ଉଠାଇବା ପାଇଁ ତଥାପି ଉଠାଇ ପାରୁ ନାହିଁ ।

ହନୁମାନଙ୍କ ମନ୍ଦିରକୁ ପୁରା ଭାଙ୍ଗି ଦିଆଯାଇଛି । ହନୁମାନଙ୍କୁ ସେଠାରୁ ଉଠାଇବା ପାଇଁ ଖୋଳା ଚାଲିଛି । ଯିଏ ଯେମିତି ପାରୁଛି ଖୋଳି ଚାଲିଛି । କିନ୍ତୁ ତିଳେମାତ୍ର ବି ହଲୁ ନାହାଁନ୍ତି ପ୍ରଭୁ ହନୁମାନ । ସେମିତି ପ୍ରଭୁ ରାମଙ୍କ ଧ୍ୟାନରେ ପୁରା ମଗ୍ନ । ଯଦି ଦେଖିବା ଏ ହେଉଛନ୍ତି ଉଜୈନ୍‌ର ଖଡ଼େ ହନୁମାନ । ଏହି ମନ୍ଦିରର ଆୟୁଷ ହେବ ୧୭୦ ବର୍ଷରୁ ଅଧିକ । ଏହି ମନ୍ଦିରରେ ରହିଛନ୍ତି ସାକ୍ଷାତ ପ୍ରଭୁ ହନୁମାନ ।

ତେବେ ଉଜୈନ୍‌ରେ ୨୦୨୮ ସିଂହସ୍ଥ କୁମ୍ଭ ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ ସେଥିପାଇଁ ରାସ୍ତାକୁ ଚଉଡ଼ା କରିବାକୁ ଯାଇ ଏହି ଖଡ଼େ ହନୁମାନ ମନ୍ଦିରକୁ ରାସ୍ତାରୁ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମନ୍ଦିର ପୂରା ଭାଙ୍ଗିଗଲାଣି । କିନ୍ତୁ ପ୍ରଶାସନ ଏବଂ ଇଞ୍ଜିନିୟର ମାନେ ୪୦ ଘଣ୍ଟା ହେଲାଣି ଯେତେ ଚେଷ୍ଟା କଲେ ବି ହନୁମାନ ଉଠୁ ନାହାଁନ୍ତି । ଭକ୍ତ ମାନେ ଏହାକୁ ଚମତ୍କାର ବୋଲି କହୁଛନ୍ତି । ଏମିତି ଚମତ୍କାର ଦେଖିବାକୁ ହନୁମାନଙ୍କ ପାଖରେ ଗଦା ହେଉଛନ୍ତି ହଜାର ହଜାର ଭକ୍ତ ।

ସେପଟେ ପ୍ରଶାସନକୁ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞମାନ ଚେତାବନୀ ଦେଇଛନ୍ତି । କହିଛନ୍ତି କି ଏହି ପ୍ରାଚୀନ ପ୍ରତିମାକୁ ହଲାଇବା କିମ୍ବା ବାହାର କରିବାର ଯେକୌଣସି ପ୍ରଚେଷ୍ଟା ଦ୍ୱାରା ଏଥିରେ ଗଭୀର ଫାଟ ଆସିପାରେ । ଏହାର ଅର୍ଥ ସ୍ପଷ୍ଟ ଯେ ମନ୍ଦିରର ବାହ୍ୟ ଢାଞ୍ଚା କିମ୍ବା ଅଂଶକୁ ହଟାଯାଇପାରିବ, କିନ୍ତୁ ପ୍ରାୟ ୧୭୦ ବର୍ଷ ପୁରୁଣା ଏହି ଚମତ୍କାରୀ ହନୁମାନଙ୍କ ପ୍ରତିମାକୁ କୌଣସି କ୍ଷତି ନ ପହଞ୍ଚାଇ ହଟାଇବା ପ୍ରଶାସନ ପାଇଁ ଅସମ୍ଭବପ୍ରାୟ ସାବ୍ୟସ୍ତ ହେଉଛି। ଯାହାପରେ ଏହି କାର୍ଯ୍ୟକୁ ଏବେ ବନ୍ଦ କରିଦିଆଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
HanumanTemple | Hanuman Idol Remains Unmoved as Temple Demolished in Ujjain | Argus News Odia