ବ୍ରିଟିଶ ନୈସେନାର F-35B ଫାଇଟର ଜେଟ୍ ଏବେ ଦରମରା ହୋଇ ପଡ଼ିଛି ଭାରତରେ

Key Points
ଏହି ଜେଟକୁ ଆକାଶମାର୍ଗରେ ଇଂଲଣ୍ଡ ଫେରାଇବାକୁ ସ୍ଥିର କରିଛି ବ୍ରିଟିଶ ନୌସେନା ।
F-35B ର ଡେଣାକୁ କାଟିବାକୁ ପଡ଼ିବ ।
କେରଳ ଉପକୂଳ ଠାରୁ ୧୦୦ ନଟିକାଲ୍ ମାଇଲ୍ସ ଦୂରରେ ସମୁଦ୍ରରେ ଅପରେସନ ଥିଲା ।
ଭଙ୍ଗାଯିବ ଲଣ୍ଡନର ଫାଇଟର ଜେଟ୍ । ବ୍ରିଟିଶ ନୈସେନାର F-35B ଫାଇଟର ଜେଟ୍କୁ ଭଙ୍ଗାଯାଇ ଲଣ୍ଡନ ପଠାଯିବ । ୧୪ ଜୁନରେ କେରଳରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲା F-35B ଫାଇଟର ଜେଟ୍ । ଏହାକୁ ଠିକ୍ କରିବାକୁ ଲଣ୍ଡନର ୪୦ ଜଣ ଇଞ୍ଜିନିୟର ଏଠାକୁ ଆସିଥିଲେ, ହେଲେ ଟିମ୍ ଏହାକୁ ଠିକ କରିପାରିଲେ ନାହିଁ । ଏବେ ଏହି ଜେଟକୁ ଆକାଶମାର୍ଗରେ ଇଂଲଣ୍ଡ ଫେରାଇବାକୁ ସ୍ଥିର କରିଛି ବ୍ରିଟିଶ ନୌସେନା ।
F-35B ର ଡେଣାକୁ କାଟିବାକୁ ପଡ଼ିବ । ଯାହା ଫଳରେ ଏହାକୁ ଏକ ବୃହତ୍ ମିଲିଟାରୀ କାର୍ଗୋ ବିମାନରେ ରଖିହେବ । କୁହାଯାଏ, ଯାହା ଭାଙ୍ଗିନି, ତାକୁ ଠିକ କରିବା ଦରକାର ନାହିଁ । କିନ୍ତୁ ବେଳେବେଳେ କିଛି ଜିନିଷକୁ ଠିକ୍ କରିବା ପାଇଁ ଭାଙ୍ଗିବାକୁ ପଡିପାରେ । ଯାହା ବର୍ତ୍ତମାନ ଏହି ବ୍ରିଟିଶ ରୟାଲ ନ୍ୟାଭିର F-35B ଷ୍ଟେଲ୍ଥ୍ ଫାଇଟର ଜେଟ୍ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି ବିମାନ ୧୪ ଜୁନରୁ କେରଳର ଥିରୁବନନ୍ତପୁରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅଚଳାବସ୍ଥାରେ ପଡ଼ିରହିଛି । ଏହି ଜେଟ କେରଳର ବର୍ଷାରେ ଖୋଲାଆକାଶ ତଳେ CISF ର ନୀରିକ୍ଷଣରେ ରହିଛି।
📱 Get Argus News App
✨କେରଳ ଉପକୂଳ ଠାରୁ ୧୦୦ ନଟିକାଲ୍ ମାଇଲ୍ସ ଦୂରରେ ସମୁଦ୍ରରେ ଅପରେସନ ଥିଲା । ପ୍ରତିକୂଳ ପାଗର ସାମନା କରିଥିଲା ଏହି ଲଢ଼ୁଆ ବିମାନ । ଇନ୍ଧନ ବି ସରି ସରି ଆସୁଥିଲା । ଜରୁରୀକାଳୀନ ଅବତରଣ ଛଡା ଅନ୍ୟ ବାଟ ହିଁ ନଥିଲା । ତେଣୁ ତିରୁବନନ୍ତପୁରମ ବିମାନ ବନ୍ଦରରେ କରିଥିଲା ଅବତରଣ । ଭାରତୀୟ ବାୟୁସେନା ବି ଏହି ଅବତରଣରେ ସହାୟତା କରିଥିଲା । ଏହି ବିମାନରେ ଇନ୍ଧନ ମଧ୍ୟ ଦେଇଥିଲା ବାୟୁସେନା ।
ପରେ ବିମାନଟି ଫେରିଯିବାକୁ ବାହାରିଥିଲା । ତେବେ ଚେକିଂ ବେଳେ ହାଇଡ୍ରୋଲିକ ଫେଲୁଅର୍ ଥିବାର ଜଣାଡିଥିଲା । ତାପରେ ଏହାର ସ୍ୱତନ୍ତ୍ର ଇଞ୍ଜିନିୟରମାନେ ଆସି ଯାଞ୍ଚ କରି କହିଥିଲେ, ଏହା ଆଉ ଉଡ଼ିପାରିବନି । ଏହାକୁ ନିଆଯାଇ ବିମାନବନ୍ଦରର ବେ ୪'ରେ ପାର୍କ କରାଯାଇଛି ।