Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୟୁକେ ପିଏମ୍ କିର୍ ଷ୍ଟାର୍ମର ରିଷି ସୁନକଙ୍କୁ ଦୀପାବଳିର ଜଣାଇଲେ ଶୁଭେଚ୍ଛା

National

ୟୁକେ ପିଏମ୍ କିର୍ ଷ୍ଟାର୍ମର ରିଷି ସୁନକଙ୍କୁ ଦୀପାବଳିର ଜଣାଇଲେ ଶୁଭେଚ୍ଛା

Sangram Tripathy
Browse all articles by Sangram Tripathy
·1 year ago·1 min read
ୟୁକେ ପିଏମ୍ କିର୍ ଷ୍ଟାର୍ମର ରିଷି ସୁନକଙ୍କୁ ଦୀପାବଳିର ଜଣାଇଲେ ଶୁଭେଚ୍ଛା

ଅର୍ଗସ ବ୍ୟୁରୋ:ୟୁକେ ପାର୍ଲିଆମେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ୟୁକେ ପିଏମ୍ କିର୍ ଷ୍ଟାର୍ମର। ଗତବର୍ଷ ଦୀପାବଳିରେ ଟେନ୍ ଡାଉନ୍ ଷ୍ଟ୍ରିଟ୍ ରେ ସୁନକ ଏବଂ ତାଙ୍କ ପରିବାରଙ୍କ ସହ ଦୀପାବଳୀ ପାଳନ କରିଥିଲେ ଯାହା ଏକ ଅତି ସୁନ୍ଦର ଦୃଶ୍ୟ ଥିଲା ବୋଲି କହିଛନ୍ତି ଷ୍ଟାର୍ମର। ପୂର୍ବତନ ପ୍ରଧାନମନ୍ତ୍ରୀ  ତଥା ବରତ୍ମାନ ବିରୋଧୀ ଦଳ ନେତା ଥିବା ସୁନକ, ଦିପାବଳୀ ଏକ ଖୁସି ଏବଂ ସମୃଦ୍ଧିର ଉତ୍ସବ ବୋଲି କହିବା ସହିତ ସମସ୍ତ ସଦସ୍ୟଙ୍କୁ ଦିପାବଳୀର ଶୁଭେଛା ଜଣାଇଛନ୍ତି। ଅନ୍ୟପଟେ  ୟୁଏସ୍ ଆମ୍ବାସଡର୍ ଏରିକ୍ ଗ୍ରାସେଟିଙ୍କ ଦୀୱାଲୀ ଧୁମ୍ ଦେଖିବାକୁ ମିଳିଛି। ଦିଲ୍ଲୀର ୟୁଏସ୍ ଏମ୍ବାସିରେ ଦିପାବଳୀ ପାଳନ କରିବା ସହିତ ବଲିଉଡ୍ ସଙ୍ଗରେ ଡାନ୍ସ କରିଛନ୍ତି। ଭାରତୀଯ ବେଶ ପୋଷାକ ପିନ୍ଧି ଏମ୍ବାସିର ଅନ୍ୟ ଅଧିକାରୀ ମାନଙ୍କ ସହିତ ବଲିଉଡ୍ ସଙ୍ଗ୍ ତୋବା ତୋବାରେ ନାଚି ସମସ୍ତଙ୍କୁ ଚକିତ କରିଛନ୍ତି ୟୁଏସ୍ ଆମ୍ବାସଡର୍ ଏରିକ୍ ଗ୍ରାସେଟି।  ଉତ୍ସବ ଅବସରରେ ମାନବିକତା ପାଇଁ ଦିପାବଳୀ ପର୍ବର ମହତ୍ବ କୁ ନେଇ କହିବା ସହିତ ଆମେରିକାରେ ଭାରତୀୟ ମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ ଏରିକ୍ ଗ୍ରାସେଟି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UK PM Keir Starr wishes Rishi Sunak on Diwali | Argus News