Videos
|
National

ୟୁକେ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵିପାକ୍ଷିକ ଆଲୋଚନା

Rashmita Mishra
Browse all articles by Rashmita Mishra
·1 year ago·1 min read
ୟୁକେ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵିପାକ୍ଷିକ ଆଲୋଚନା

ଅର୍ଗସ ବ୍ୟୁରୋ: ବ୍ରାଜିଲ ରାଜଧାନୀ ରିଓରେ ଆରମ୍ଭ ହୋଇଥିବା 19 ତମ G20 ସମ୍ମିଳନୀର ୨ୟ ଦିନରେ ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଆଲୋଚନା ରେ ଦେଶରେ ଆର୍ଥିକ ଅନିୟମିତା କରିଥିବା ଦୁଇ ପଳାତକ ନିରଭ ମୋଦି ଏବଂ ବିଜୟ ମାଲିଆଙ୍କ ବ୍ରିଟେନ୍ ରୁ ଭାରତ ପ୍ରତ୍ୟାବର୍ତନ କୁ ନେଇ କିର୍ ଷ୍ଟାର୍ମରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି..ଅନେକ ବର୍ଷ ଧରି ଦୁଇ ପଳାତକ ଙ୍କୁ ଭାରତ କାନୁନ ବ୍ୟବସ୍ଥା ଅନୁସାରେ ଦଣ୍ଡ ବିଧାନ ପାଇଁ ଭାରତ ଫେରାଇ ଆଣିବାକୁ ପ୍ରୟାସ ଜାରୀ ରହିଥିବା ବେଳେ ବର୍ତମାନ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହ ମୋଦିଙ୍କ ଆଲୋଚନା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି.. ଏହା ବ୍ୟତୀତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ଅଗ୍ରଗତି, ଅର୍ଥନୀତି, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଦୁଇ ଦେଶର ଲୋକ ସମ୍ପର୍କ ତଥା ଭାରତ-ୟୁକେର ବିସ୍ତୃତ ରଣନୀତିକ ଭାଗିଦାରୀକୁ ମଜବୁତ କରିବାକୁ ଦୁଇ ନେତା ଆଲୋଚନା କରିଛନ୍ତି ।ପ୍ରଧାନମନ୍ତ୍ରୀ ଷ୍ଟାର୍ମର ତାଙ୍କ ଦାୟିତ୍ବ ଗ୍ରହଣ କରିବା ପରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ...ସେହିପରି ଜି-୨୦ ସମିଟ୍ ର ସାଇଡ୍ ଲାଇନରେ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି G20 ସଦସ୍ୟଭୂକ୍ତ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାକୁ ଯାଉଛନ୍ତି । G20 ବୈଠକ ପରେ ପିଏମ ମୋଦି ୟୁଏନ ସେକ୍ରାଟୀରୀ ଜେନେରାଲ ଆଣ୍ଟେନିଓ ଗୁଟେରସ, ବ୍ରାଜିଲ ରାଷ୍ଟ୍ରପତି, ସିଙ୍ଗାପୁର ପିଏମ ଲୟରେନ୍ସ ୱଙ୍ଗଙ୍କୁ ଭେଟିଥିଲେ । ତେବେ ବିଦେଶ ଗସ୍ତର ଶେଷ ପର୍ଯ୍ୟାୟରେ କାଲିଠାରୁ ୨ ଦିନ ପାଇଁ ଦକ୍ଷିଣ ଆମେରିକିୟ ଦେଶ ଗୁଆନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
UK President, PM Modi hold bilateral talks | Argus News