ନବାଳାକ ସହ ଶାରୀରିକ ସମ୍ପର୍କ, ୬ବର୍ଷ ଜେଲରେ ରହିବା ପରେ ଚାକିରିରୁ ବିଦା

ନୂଆଦିଲ୍ଲୀ: ୧୫ ବର୍ଷର ନାବାଳକ ଛାତ୍ରଙ୍କ ସହ ଜଣେ ଶିକ୍ଷୟତ୍ରୀଙ୍କୁ ଶାରୀରିକ ରଖିବା ପଡିଲା ମହଙ୍ଗା। ୬ବର୍ଷ ୨ ମାସ ଜେଲ ହେବା ସହ ଶିକ୍ଷୟତ୍ରୀ ଜଣଙ୍କୁ ତାଙ୍କ ଚାକିରି ହରାଇବାକୁ ପଡିଲା। ଆଜୀବନ ଶିକ୍ଷାଦାନ ବୃତ୍ତିରୁ ତାଙ୍କୁ ବାରଣ କରାଯାଇଛି।
ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା..
୩୮ ବର୍ଷୀୟ ମହିଳା କାଣ୍ଡିସ୍ ବାରବର୍ ବକିଂହାମସାୟରରେ ଥିବା ଏକ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। କାଣ୍ଡିସ୍ ବିବାହିତା ହୋଇ୍ଥିବାବେଳେ ତିନୋଟି ସନ୍ତାନର ଜନନୀ। କିନ୍ତୁ ନାବଳକ ଛାତ୍ର ପ୍ରତି ତାଙ୍କର ଖରପ ନଜର ଥିଲା। ଛାତ୍ର ଜଣଙ୍କୁ ଅଶ୍ଲିଳ ମ୍ୟାସେଜ, ଅଶ୍ଲିଳ ଫଟୋ ଦେଇ ନିଜ ଜାଲରେ ପକାଇଥିଲେ। ସେ ୨୦୧୮ରୁ ଉକ୍ତ ଛାତ୍ରକୁ ମ୍ୟାସେଜ୍ ଦେବା ଆରମ୍ଭ କରିଦେଇଥିଲେ। ଆଉ ଶେଷରେ ଏକ ଏକାନ୍ତ ସ୍ଥାନକୁ ଡାକି ନେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।
ଏହାପରେ ସ୍ନାପଚାଟରେ ମ୍ୟାସେଜ ପଠାଇ ଟିଚର ଜଣଙ୍କ ଛାତ୍ରଙ୍କୁ କହିଲେ, ମୁଁ ଯେତେବେଳେ ପଢାଇବି ସେତେବେଳେ ମୋତେ ଲାଜ କରିବ ନାହିଁ। ଆମ ବିଷୟରେ ଷ୍ଟାଫ ମାନଙ୍କୁ କିଛି କହିବ ନାହିଁ ଯଦି କୁହ ତେବେ ଛାତ ଉପରୁ ତଳକୁ ଖସାଇ ଦେବି । ଏଘଟଣା ସମ୍ପର୍କରେ ଜଣା ପଡ଼ିବା ପରେ ଶିକ୍ଷୟତ୍ରୀ ଜଣକ ଛଅ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିଥିଲେ । ବର୍ତ୍ତମାନ ବ୍ରିଟେନ ସରକାର ତାଙ୍କୁ ଶିକ୍ଷାଦାନରୁ ବହିଷ୍କାର କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
📱 Get Argus News App
✨ଅଧିକ ପଢନ୍ତୁ ବିଦେଶ ଖବର