Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Father Last Call / ଉଠାଇ ପାରିଲେନି ବାପା ମା'ଙ୍କ ଶେଷ କଲ୍, ଚାଲିଗଲେ ବାପା, ସୋସିଆଲ ମିଡିଆରେ ଲେଖିଲେ କିଛି ଏମିତି...

Swoyang prajna Mishra
Browse all articles by Swoyang prajna Mishra
·9 months ago·3 min read
ଉଠାଇ ପାରିଲେନି ବାପା ମା'ଙ୍କ ଶେଷ କଲ୍, ଚାଲିଗଲେ ବାପା, ସୋସିଆଲ ମିଡିଆରେ ଲେଖିଲେ କିଛି ଏମିତି...

Key Points

କୋହଭରା ହୃଦୟରେ ନିଜ ମନର କଷ୍ଟକୁ ଶେୟାର କରିଛନ୍ତି ସଫ୍ଟୱେୟାର ଇଞ୍ଜିନିୟର ବିବେକ ନସ୍କର । ନିଜ ବାପାଙ୍କୁ ହରାଇ ଭାଙ୍ଗି ପଡିଥିବା ବେଳେ ଛଳଛଳ ଆଖିରେ ଗୋଟି ଗୋଟି କରି ନିଜ ମନର ଅକୁହା କଥାକୁ ସେ ସୋସିଆଲ ମିଡିଆରେ ସମସ୍ତଙ୍କ ସହ ଶେୟାର କରିଛନ୍ତି ।

ଆଜି ସକାଳେ ମୁଁ ମୋର ବାପାଙ୍କୁ ହରାଇଲି । ମୋ ମାଆ ମତେ ସକାଳୁ ୨୦ଟି କଲ କରିଛନ୍ତି, କିନ୍ତୁ ମୁଁ ଗତକାଲି ବିଳମ୍ବିତ ରାତିଯାଏଁ କାମ କରିଥିବାରୁ କଲ ଉଠାଇପାରିନଥିଲି । ଆଉ ଶେଷରେ ସକାଳ ୮ଟାରେ ହିଁ ମୁଁ କଲ ଉଠାଇ ଏପରି ଖବର ପାଇଲି । ଆଉ ବିଳମ୍ବ ନକରି ସାଙ୍ଗେସାଙ୍ଗେ ସବୁଠୁ ଦ୍ରୁତ ବିମାନରେ ଟିକେଟ ବୁକ୍ କରିବାକୁ ଚେଷ୍ଟା କଲି । କିନ୍ତୁ ତାହା ରାତି ୭ଟାରେ ଘରେ ପହଞ୍ଚାଇପାରିବ । ଏବେ ଆଉ ଏକ ବିମାନ ପାଇଁ ଅପେକ୍ଷା କରିଛି । ବାପାଙ୍କ ସହ ଶେଷଥର ବି ଠିକରେ କଥା ହୋଇପାରିଲିନି , ବହୁତ ଚାହୁଁଥିଲି କି ତାଙ୍କୁ ଅଧିକ ସମୟ ଦେବି, କିନ୍ତୁ ପାରିଲିନି.....

କୋହଭରା ହୃଦୟରେ ନିଜ ମନର କଷ୍ଟକୁ ଶେୟାର କରିଛନ୍ତି ସଫ୍ଟୱେୟାର ଇଞ୍ଜିନିୟର ବିବେକ ନସ୍କର । ନିଜ ବାପାଙ୍କୁ ହରାଇ ଭାଙ୍ଗି ପଡିଥିବା ବେଳେ ଛଳଛଳ ଆଖିରେ ଗୋଟି ଗୋଟି କରି ନିଜ ମନର ଅକୁହା କଥାକୁ ସେ ସୋସିଆଲ ମିଡିଆରେ ସମସ୍ତଙ୍କ ସହ ଶେୟାର କରିଛନ୍ତି । ଶେଷ ମୁହୁର୍ତ୍ତରେ ବି ବାପାଙ୍କ ସହ କଥା ନହୋଇପାରିବାର କଷ୍ଟ ଯେ କେତେ ଅଧିକ ଥିଲା, ତାହା ବର୍ଣ୍ଣନା କରିଛନ୍ତି ବିବେକ ।

'x' ଆକାଉଣ୍ଟରେ ସିନିୟର ସଫ୍ଟୱେୟାର ଇଞ୍ଜିନିୟର ଏପରି ଲେଖି ଶେୟାର କରିଛନ୍ତି । ନିଜ କାମରେ ସେ ଏତେ ବ୍ୟସ୍ତ ରହିଯାଇଥିଲେ ଯେ ନିଜ ବାପାଙ୍କ ସହ ଶେଷ କଥା ମଧ୍ୟ ହୋଇପାରିଲେନି, ଆଉ ତାଙ୍କ ବାପା ଚାଲିଗଲେ । ନିଜ ପୋଷ୍ଟରେ ସେ ଭାବବିହ୍ଵଳ ହୋଇ ଲେଖିଛନ୍ତି, "ଏବେ ଏୟରପୋର୍ଟରେ ମୁଁ ଦ୍ଵିତୀୟ ବିମାନ ପାଇଁ ଅପେକ୍ଷା କରିଛି । ମୋ ମୁଣ୍ଡରେ ହଜାର ପ୍ରକାରର ଚିନ୍ତା ଚାଲିଛି । ଯାହାକୁ ମୁଁ ନିଜ ନିୟନ୍ତ୍ରଣରେ ରଖିପାରୁନି । ମୁଁ ଶେଷଥର ପାଇଁ ବାପାଙ୍କ ସହ ଠିକରେ କଥା ହୋଇ ପାରିନଥିଲି । ତା ପୂର୍ବରୁ ଯେବେ କଥା ହୋଇଥିଲି, ସେତେବେଳେ କୌଣସି କଥା ନେଇ ଆମଭିତରେ ମତଭେଦ ଚାଲିଥିଲା । ପରେ ତାଙ୍କୁ କଲ କରିବି ଭାବିଥିଲି । ମତେ ତାଙ୍କୁ ଟିକେ ଅଧିକ ସମୟ ଦେବାର ଥିଲା । କିନ୍ତୁ ମୁଁ ଦେଇ ପାରିଲିନି । ଆମେ ପରସ୍ପରକୁ ଖୁବ ଭଲପାଉ । ସେ ସବୁବେଳେ ମୋ ମାଆଙ୍କୁ କୁହନ୍ତି, ମୋ ଉପରେ ସେ ଗର୍ବ କରନ୍ତି, କିନ୍ତୁ ମୋ ପାଇଁ ନୁହେଁ । ମୁଁ, ଇମୋସନାଲ ନୁହେଁ, କିନ୍ତୁ ମୁଁ ଏହି ପୋଷ୍ଟ ଗୋଟେ ଗଭିର ଦୁଃଖର ସହ ଲୁହଭରା ଆଖିରେ ଲେଖୁଛି । ଏଥିପାଇଁ ଲେଖୁଛି କି, ମୁଁ ଶେଷଥର ପାଇଁ ବାପାଙ୍କୁ ଦେଖା କରିବା ପାଇଁ ପ୍ରସ୍ତୁତ ରହିପାରିବି ।"

ଅଧିକ ପଢନ୍ତୁ : ଜୀବିତ ଅବସ୍ଥାରେ କୋକେଇରେ ଶୋଇଥିଲେ, ନିଜେ କଲେ ନିଜ ଶବ ସଂସ୍କାର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମ୍ପୁର୍ଣ୍ଣ କାହାଣୀ ୟୁଜର୍ସ ମାନଙ୍କୁ ମଧ୍ୟ ଖୁବ ଭାବୁକ କରିଦେଇଛି । ସମସ୍ତେ ଏହି ପୋଷ୍ଟରେ ନିଜ ନିଜର ମତ ଦେଇଛନ୍ତି । କିଛିଜଣ ମଧ୍ୟ ନିଜ ନିଜର ଏହିପରି ଥିବା କିଛି ଅନୁଭୂତିକୁ ଶେୟାର କରିଛନ୍ତି ।

ତେବେ ଏହି ଭିଡିଓ ଦ୍ଵାରା ଆମେ ଜଣାଇଦେବାକୁ ଚାହୁଁଛୁ କି, ଜୀବନରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜର ବାପାମାଆଙ୍କୁ କେବେ ଅବହେଳା କରନ୍ତୁ ନାହିଁ । କାରଣ ତାଙ୍କର ଉପସ୍ଥିତି ଆମ ଜୀବନର ଅଧା ଯାଏଁ ହିଁ ରହିଥାଏ । ଆଉ ସେହି ସ୍ଵଳ୍ପ ସମୟରେ ତାଙ୍କୁ ନିଜର ପୁରା ସମୟ ଦେବାକୁ ଚେଷ୍ଟା କରନ୍ତୁ । ନହେଲେ ତାଙ୍କର ଶେଷ କଲକୁ ଅଣଦେଖା କରିଦେଇ ଜୀବନ ସାରା ଅନୁତାପ କରିବା ଛଡା କୌଣସି ରାସ୍ତା ନଥିବ ।

Related Topics

Explore more stories

Sponsored
Unable to pick up, father and mother's last call | Argus News