Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆୟୁଷ୍ମାନ ଯୋଜନାରେ ଦେଶର ୧୯୪୯ଟି ମେଡିକାଲରେ ମିଳିବ ଚିକିତ୍ସା

Smruti Parija
Browse all articles by Smruti Parija
·1 year ago·1 min read
ଆୟୁଷ୍ମାନ ଯୋଜନାରେ ଦେଶର ୧୯୪୯ଟି ମେଡିକାଲରେ ମିଳିବ ଚିକିତ୍ସା

ଅର୍ଗସ ବ୍ୟୁରୋ: ବିଶ୍ବର ସର୍ବବୃହତ୍ ସ୍ବାସ୍ଥ୍ୟ ବୀମା ଯୋଜନା । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା । ସବୁ ଲିଙ୍ଗ, ବୟସ ବର୍ଗର ବ୍ୟକ୍ତିମାନେ ଏଥିରେ ଉପକୃତ ହେବେ । ପରିବାରର ସଦସ୍ୟ ସଂଖ୍ୟାକୁ ନେଇ କୌଣସି କଟକଣା ନାହିଁ । ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ମିଳିବ ସୁବିଧା । 

ଆୟୁଷ୍ମାନ ଯୋଜନାରେ ଦେଶର ୧୯୪୯ଟି ମେଡିକାଲରେ ମିଳିବ ଚିକିତ୍ସା । ୭୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ରହିଛି । ଏଥିପାଇଁ ସେମାନଙ୍କ ଆୟକୁ ବିଚାରକୁ ନିଆଯିବ ନାହିଁ । ଆୟୁଷ୍ମାନ ଭାରତ ଯୋଜନାରେ ୬ କୋଟିରୁ ଅଧିକ ବୟସ୍କ ଲୋକ ଉପକୃତ ହେବେ । ସବୁ ମେଡିକାଲରେ ମିଳିବ କ୍ୟାସଲେସ୍ ଚିକିତ୍ସା । ଘରୋଇ ଓ ସରକାରୀ ମେଡିକାଲରେ ମିଳିବ ମାଗଣା ଚିକିତ୍ସା । ଆୟୁଷ୍ମାନ ଯୋଜନାରେ ଉପକୃତ ହେବେ ୧୨ କୋଟି ପରିବାର ।  ୫୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଫାଇଦା । 

ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ଯୋଜନା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Under Ayushman Yojana, treatment will be available in 1949 medical centers across the country. | Argus News