Videos
|
National

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ

Ritu Das
Browse all articles by Ritu Das
·1 year ago·1 min read
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି। ଘଟଣାଟି ଘଟିଛି ବାବୁସାପାଲିଆଠାରେ ଥିବା ଅଂଜନାଦ୍ରି ଲେଆଉଟରେ। ୧୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ଶ୍ରମିକମାନଙ୍କୁ ଖୋଜିବା ପାଇଁ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଛି।

କୋଠା ଭୁଶୁଡ଼ିପଡ଼ିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା, ଯେଉଁଥିରେ ଉଦ୍ଧାରକାରୀ କର୍ମଚାରୀ ଓ ସ୍ଥାନୀୟ ଅଧିକାରୀମାନେ ଶ୍ରମିକଙ୍କୁ ଖୋଜିବା ଓ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। ବେଙ୍ଗାଲୁରୁ ଡିସିପି(ପୂର୍ବ)ଙ୍କ ସୂଚନା ଅନୁଯାୟୀ, ସମୁଦାୟ ଭଗ୍ନାବଶେଷ ତଳେ ୧୭ ଜଣ ଭିତରେ ଫସି ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣ ଏବେ ବି ଭିତରେ ଫସି ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଦମକଳ ବିଭାଗ ଓ ଜରୁରୀକାଳୀନ ସେବା ବିଭାଗର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Under-construction | Argus News