କାହା ଚାପରେ ମନ୍ତବ୍ୟ ବଦଳାଉଛି ସଞ୍ଜୟ?

ଅର୍ଗସ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନ ଗଡୁଥିବାବେଳେ ନୂଆନୂଆ ତଥ୍ୟ ଆସୁଛି ସାମ୍ନାକୁ । ଯାହା ଶୁଣିଲେ ଆପଣ ବି ଚିନ୍ତାରେ ପଡିଯିବେ,ଏହି ଘଟଣାରେ ମୁଖ୍ୟଅଭିଯୁକ୍ତ ସଞ୍ଜୟ ରୟର ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଅଗଷ୍ଟ ୯ତାରିଖରେ କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସିଥିବାବେଳେ ପ୍ରଥମେ ଅଭିଯୁକ୍ତ ସଞ୍ଜୟ ରୟ କହିଥିଲା,ମୁଁ ପାପ କରିଛି ମତେ ଫାଶୀ ଦିଅ,ମାତ୍ର ଦିନକେଇଟା ଯାଇନି କେମିତି ବଦଳିଗଲାଣି ସଞ୍ଜୟର ସ୍ବର,କାଲି ଯିଏ କହୁଥିଲା ମୁଁ ଦୁଷ୍କର୍ମ ଓ ହତ୍ୟା କରିଛି ,ଆଜି ସେ କହୁଛି ମୁଁ ନିର୍ଦ୍ଧୋଷ। ସିବିଆଇ ରିମାଣ୍ଡରେ ଥିବା ଅଭିଯୁକ୍ତ ସଞ୍ଜୟକୁ ନେଇ ନୂଆ ତଥ୍ୟ ଆସୁଛି ସାମ୍ନାକୁ।
ସିବିଆଇ ଅଧିକାରୀଙ୍କ ପ୍ରଶ୍ନ ଉତ୍ତରରେ ସଞ୍ଜୟ କହିଛି ସେ କୌଣସି ଅପରାଧ କରିନି,ତାକୁ ଫସାଇବାକୁ ଚେଷ୍ଟା କରାଯାଇଥିଲା। ତେବେ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ନିଶ୍ଚୟ.ସଞ୍ଜୟ ଯଦି ନିର୍ଦ୍ଧୋଷ ତେବେ ଦୋଷୀ କିଏ। କାହା ଚାପରେ ମନ୍ତବ୍ୟ ବଦଳାଉଛି ଅଭିଯୁକ୍ତ ସଞ୍ଜୟ। ପରଦା ପଛର ଖଳନାୟକ ସଞ୍ଜୟ ନା ଆଉ କିଏ। ଅଛିକି ଟିଏମସିର ଲିଙ୍କ। ଧିରେ ଧିରେ ମଧ୍ୟ ଏହି ଘଟଣାରେ ମମତା ସରକାରଙ୍କ ଲିଙ୍କ ଥିବା ସନ୍ଦେହ ବଢୁଛି। ପ୍ରଥମେ ଏହି ମାମଲା ଡାକ୍ତରଙ୍କୁ ତଣ୍ଟି ଚିପି ଜୀବନରୁ ମାରିଦିଆଯାଇଥିଲା,ମାତ୍ର ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା । ଏହି ଘଟଣା ଘଟିବାର କିଛି ଦିନ ପରେ ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ ।
ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ, ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ୍କୋର୍ଟ। ଉଚ୍ଚ ନ୍ୟାୟଳୟଙ୍କ ଅପିଲ୍ ପରେ ଆନ୍ଦୋଳନ ଛାଡି କାର୍ଯ୍ୟକୁ ଫେରିଛନ୍ତି ଡାକ୍ତର। କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତର ସଞ୍ଜୟ ରାୟର ସିସିଟିଭି ଫୁଟେଜ୍। ଅପରାଧ ଘଟାଇବା ପୂର୍ବରୁ ହସ୍ପିଟାଲରେ ପ୍ରବେଶ କରିବା ସମୟର ଝଲକ ଏବେ ସାମ୍ନାକୁ ଆସିଛି। ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି । ଯାହାର ଅଭ୍ୟାସ ଥିଲା ପର୍ଣ୍ଣ ଭିଡିଓ ଦେଖିବା । ଦୁଷ୍କର୍ମ ଓ ହତ୍ୟା ଘଟଣା ଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ତାର ନଥିଲା କୌଣସି ପଶ୍ଚାତାପ । ବରଂ ଆହୁରି ମନଗଢା ଗପ କହୁଛି ଅଭିଯୁକ୍ତ ସଞ୍ଜୟ ରୟ,କିନ୍ତୁ ସିବିଆଇର ପ୍ରଶ୍ନବାଣକୁ ଖସି ପାରିନି ,ସଞ୍ଜୟର ପଲିଗ୍ରାଫ୍ ଟେଷ୍ଟହେଲେ ଘଟଣା ପଛର ସତ ଆସିବ ସାମ୍ନାକୁ।
📱 Get Argus News App
✨କେବଳ ସନ୍ଦୀପ ଘୋଷ ନୁହଁନ୍ତି ସିବିଆଇ ସ୍କାନରରେ ଥିବା ମୋଟ ୬ଜଣଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ। ଜେରା ସମୟରେ ଏମାନେ ଦେଇଥିବା ତଥ୍ୟରେ କେତେ ସତ ରହିଛି ତାହା ସିବିଆଇ ଏପରି ଜାଣିପାରିବ। ମେଡିକାଲରେ ଚାଲିଥିଲା ଆଉ କଣ,କିଏ କିଏ ଏହି ଘଟଣାର ରହିଛନ୍ତି ସମ୍ପୃକ୍ତ। ସଞ୍ଜୟ ସହ ପରଦା ପଛର ମାଷ୍ଟରମାଇଣ୍ଡ କିଏ। ଅନେକ ଅକୁହା ସତ ଆସିବ ସାମ୍ନାକୁ