Videos
|
National

Deepavali / 'ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ': ମୋଦି

Banajyotshna Ray
Browse all articles by Banajyotshna Ray
·9 months ago·2 min read
'ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ': ମୋଦି
Deepavali

Key Points

UNESCO ତାଲିକାରେ 'ଦୀପାବଳି'
'X'ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମୋଦି କହିଲେ, ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ
ଭାରତ ପାଇଁ ଏକ ଐତିହାସିକ ଦିନ। UNESCO ତାଲିକାରେ 'ଦୀପାବଳି' । UNESCO ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା 'ଦୀପାବଳି' । ଏନେଇ 'X'ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ପ୍ରକାଶ କରିଛନ୍ତି । ଦୀପାବଳିକୁ ଆନୁଷ୍ଠାନିକ ଭାବରେ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି 'ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ' । 'ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ' । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି । ପୋଷ୍ଟରେ କହିଛନ୍ତି ଯେ, ଭାରତ ଏବଂ ବିଶ୍ୱର ଲୋକମାନେ ଏହି ଖବର ପାଇଁ ଉତ୍ସାହିତ ଏବଂ ଗର୍ବିତ। ଆମ ପାଇଁ, ଦୀପାବଳି କେବଳ ଏକ ପର୍ବ ନୁହେଁ, ବରଂ ଆମର ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡିତ। ଏହା ଆମର ସଭ୍ୟତାର ଆତ୍ମା।

ଏଥିସହ ପଢ଼ନ୍ତୁ: ଥାଇଲାଣ୍ଡ–କାମ୍ବୋଡିଆ ଯୁଦ୍ଧ ପୁଣି ଆରମ୍ଭ: ଟ୍ରମ୍ପ କହିଲେ—ମୁଁ ଫୋନ୍ କରି ଯୁଦ୍ଧ ବନ୍ଦ କରିଦେବି

ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ନେଇ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ। ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେ ପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା।ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହି ଦିନକୁ ସ୍ମରଣୀୟ କରିବାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବାରୁ ଏହାପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ। କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇନଥିଲା ଏବଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍‌କ୍ଷଣାତ୍‌ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହିଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜା କରାଯାଇଥାଏ। ତେଣୁ ଶାସ୍ତ୍ରୀୟ ମତରେ ବିଭିନ୍ନ କାରଣକୁ ନେଇ ଏହି ଦୀପାବଳି ଉତ୍ସବ ପାଳନ କରାଯିବାର ବିଧି ରହିଛି। ଦୀପାବଳି ପର୍ବକୁ ନେଇ ରାଜ୍ୟ ଏବଂ ଦେଶରେ ଖୁସି ମନାନ୍ତି ଲୋକେ। ବର୍ତ୍ତମାନ ଏହି ଖୁସିକୁ ଦ୍ୱିଗୁଣିତ କରିଛି ୟୁନେସ୍କୋ। ୟୁନେସ୍କୋ ତାଲିକାରେ 'ଦୀପାବଳି' ପର୍ବ ଆମ ପାଇଁ ନିଶ୍ଚିତ ଗର୍ବ ଏବଂ ଗୌରବର ବିଷୟ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories

Deepavali | Deepavali inscribed on UNESCO's Intangible Cultural Heritage list | Argus News | Argus News