Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ

ଅର୍ଗସ ବ୍ୟୁରୋ : ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଜାନୁଆରୀ ୨୦୨୫ରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିଛି। ‘ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ’ର ମୌଳିକ ଭାବନାକୁ ଅନୁସରଣ କରି ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ କୋଡ୍ ଆଇନ ଆରମ୍ଭ ହୋଇଛି। ୨୦୨୨ ମାର୍ଚ୍ଚରେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା।


ଏହା ଲାଗୁ ହେବା ପରେ ଝିଅମାନଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବୟସ ୨୧ ବର୍ଷ ରହିବ। ବାହାଘରର ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଛାଡ଼ପତ୍ର ପାଇଁ ପତି ଓ ପତ୍ନୀଙ୍କର ସମାନ କାରଣ ଏବଂ ଆଧାର ରହିବା ଦରକାର। ଛାଡ଼ପତ୍ର ପାଇଁ ଯେଉଁ କାରଣ ସ୍ୱାମୀଙ୍କ ପାଇଁ ଲାଗୁ ହେବ, ସେହି କାରଣ ପତ୍ନୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ବହୁ ବିବାହ ପ୍ରଥା ବନ୍ଦ ହେବ। ପତ୍ନୀ ବଞ୍ଚିଥିବା ଯାଏ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିପାରିବେ ନାହିଁ। ପୁଅ ଭଳି ଝିଅର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିବ। ଏହାସହ ଲିଭ ଇନ ସମ୍ପର୍କ ପାଇଁ ଘୋଷଣାପତ୍ର ବାଧ୍ୟତାମୂଳକ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uniform Civil Code came implement in Uttarakhand from today | Argus News