ନିଯୁକ୍ତିର ଭଣ୍ଡାର ଖୋଲିଦେଲେ ନିର୍ମଳା

Key Points
- କଥା ଦେଇଥିଲେ, କଥା ରଖିଲେ
- ନିଯୁକ୍ତିର ଭଣ୍ଡାର ଖୋଲିଦେଲେ ନିର୍ମଳା
- ଫ୍ରେସରଙ୍କୁ ଦରମା ଦେବେ ସରକାର !
ଅର୍ଗସ ବ୍ୟୁରୋ : ଆଉ ରହବନି ନିଯୁକ୍ତି ସମସ୍ୟା । କେମିତି ପିଲାଏ ନିଯୁକ୍ତି ପାଇବେ ସେନେଇ ଦୀର୍ଘମିୟାଦି ଯୋଜନା କରିଛନ୍ତି ମୋଦି ସରକାର । ଦେଶରେ ଉଦ୍ୟମିତାକୁ ପ୍ରେତ୍ସାହିତ କରିବା ଓ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ୩ଟି ବଡ଼ ସ୍କିମ ଘୋଷଣା କରିଛନ୍ତି । ରୋଜଗାର ସୃଷ୍ଟି କରୁଥିବା ଉଦ୍ୟୋଗମାନଙ୍କୁ ପ୍ରେତ୍ସାହନ ଦେବାକୁ ସରକାର ୩ଟି ସ୍କିମ ଘୋଷଣା କରିଛନ୍ତି । ତେବେ ପ୍ରଥମ ସ୍କିମଟି ହେଉଛି ପ୍ରଥମ ଥର ପାଇଁ ଜଣେ ପେସାଦାର (ଫ୍ରେସର)ଙ୍କୁ ନିଯୁକ୍ତି ଦେଲେ ପ୍ରଥମ ମାସର ଦରମା ସହାୟତା ସରକାରଙ୍କ ପକ୍ଷରୁ ମିଳିବ । ତେବେ ଇପିଏଫଓରେ ପଂଜୀକରଣ ଅନୁସାରେ ଏହି ସହାୟତା ମିଳିବ । ଠିକ୍ ସେହିପରି ଦ୍ଵିତୀୟ ସ୍କିମଟି ହେଉଛି ମାନୁଫାକଚରିଂ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ତୃତୀୟଟି ସ୍କିମ ହେଉଛି ନିଯୁକ୍ତିଦାତାମାନଙ୍କୁ ସହାୟତା କରାଯିବ ।
ଚାକିରିକୁ ନେଇ ଅନେକ ସମୟରେ ସରକାରଙ୍କୁ ସମାଲୋଚନା ହେବାକୁ ପଡୁଥିଲା । ହେଲେ ଏବେ ଯେଉଁପରି ଢଙ୍ଗରେ ଚାକିରିର ଭଣ୍ଡାର ଖୋଲିଦେଲେ ନିର୍ମଳା ତାହାକୁ ନେଇ ଗାଁ ଗାଁରେ...ଛକ ଛକରେ ବଢିଲା ଚର୍ଚ୍ଚା । କାରଣ ନିର୍ମଳାଙ୍କ ଘୋଷଣା ଅନୁସାରେ, ନିଯୁକ୍ତି ଓ ଦକ୍ଷତା ବିକାଶ ସରକାର ୯ଟି ପ୍ରାଥମିକତା ଗୁରୁତ୍ଵ ଦେଇଛନ୍ତି । ଏହା ଅଧୀନରେ ପ୍ରଥମଥର ପାଇଁ କାମ କରୁଥିବା କର୍ମଚାରୀଙ୍କୁ ଅନେକ ସୁବିଧା ମିଳିବ । ଖାସ୍ କରି ସଂଗଠିତ କ୍ଷେତ୍ରରେ ପ୍ରଥମ ଥର ପାଇଁ ଚାକିରି ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ଏକ ମାସର ଦରମା ଦେବ କେନ୍ଦ୍ର । ମିଳିବାକୁ ଥିବା ଦରମା ଡିବିଟି ମାଧ୍ୟମରେ ତିନୋଟି କିସ୍ତିରେ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ଏହାର ସର୍ବାଧିକ ପରିମାଣ ୧୫ ହଜାର ଟଙ୍କା ହେବ । ଯେଉଁମାନେ ଇପିଏଫଓରେ ପଞ୍ଜୀକୃତ ହେବେ ସେମାନଙ୍କୁ ଏହି ସହାୟତା ମିଳିବ । ଏହା ସହିତ ପିଏଫର ଗୋଟିଏ ମାସର ଟଙ୍କା ବି ସରକାର ଦେବେ ।
କେମିତି ବେକାରୀ ସମସ୍ୟା କମିବ ସେନେଇ ବଡ଼ ଯୋଜନା କରିଛନ୍ତି ମୋଦି ସରକାର । କାରଣ ୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ଇଣ୍ଟନସିପର ସୁଯୋଗ ଦେବାକୁ ସରକାର ଯୋଜନା ଆରମ୍ଭ କରିବେ । ଯେଉଁଥିରେ ୫ ହଜାର ଟଙ୍କାର ମାସିକ ଇଣ୍ଟନସିପ୍ ଭତ୍ତା ପ୍ରଦାନ କରାଯିବ । ଏଥିସହ ୬ ହଜାର ଟଙ୍କାର ସହାୟତା ସରକାର ପ୍ରଦାନ କରାଯିବ । ଏହାସହ ମହିଳା ଏବଂ ଯୁବତୀମାନେ ଉପକୃତ ହେଉଥିବା ଯୋଜନାଗୁଡିକ ପାଇଁ ୩ ଲକ୍ଷ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ତା' ସହିତ ପୂର୍ବୋତ୍ତର କ୍ଷେତ୍ରରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା ପ୍ରତିଷ୍ଠା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ନିଯୁକ୍ତି କ୍ଷେତ୍ରରେ ଅର୍ଥତମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ପରେ ଏବେ ଚର୍ଚ୍ଚା ଜୋର ।