ବଜେଟ୍ରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

Key Points
ବଜେଟ୍ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ
ଅର୍ଥନୀତିକୁ ମିଳିବ ବୁଷ୍ଟ୍, ସଶକ୍ତ ହେବ ଦେଶର ସାମାଜିକ କ୍ଷେତ୍ର
ଶିକ୍ଷା ପାଇଁ 21.28 ଲକ୍ଷ କୋଟି ଓ ସ୍ବାସ୍ଥ୍ୟ ପାଇଁ 95 ହଜାର 958 କୋଟି ଆବଣ୍ଟିତ
5 ବର୍ଷରେ ଦେଶର ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲକୁ ହେବ ବ୍ରଡବ୍ୟାଣ୍ଡ ସଂଯୋଗ
ସବୁ ଜିଲ୍ଲା ହସପିଟାଲରେ ପ୍ରତିଷ୍ଠା ହେବ କ୍ୟାନସର ଡେ କେୟାର ସେଣ୍ଟର
ନୂଆ ଯୋଜନା ଦେଶର ଶିକ୍ଷା ବ୍ୟବସ୍ଥା ପାଇଁ ହେବ ଗେମ୍ ଚେଞ୍ଜର
ଅର୍ଗସ ବ୍ୟୁରୋ: ଦେଶର ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ରୀୟ ବଜେଟରେ ବଡ଼ ଘୋଷଣା । ଏଣିକି ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା । ଦେଶର ସରକାରୀ ସ୍କୁଲରେ 50 ହଜାର ଅଟଳ ଟିଙ୍କରିଙ୍ଗ ଲ୍ୟାବ ପ୍ରତିଷ୍ଠା ସହ ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ବଜେଟରେ 5 ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି । ଦେଶର ଶିକ୍ଷା କ୍ଷେତ୍ରକୁ ବଡ଼ ବୁଷ୍ଟ ଦେବା ପାଇଁ ବଜେଟରେ ଅନେକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମେଡିକାଲ ସିଟ୍ ବୃଦ୍ଧି, ସ୍କୁଲରେ ଇଣ୍ଟରନେଟ୍ ସୁବିଧା ଏବଂ IIT ଗୁଡ଼ିକର ବିକାଶ ପାଇଁ ହୋଇଛି ବଡ଼ ଯୋଜନା ।
- ଦକ୍ଷତା ବିକାଶ ପାଇଁ ୫ଟି ରାଷ୍ଟ୍ରୀୟ କେନ୍ଦ୍ର ସ୍ଥାପନ କରିବାକୁ ଘୋଷଣା ହୋଇଛି
-5ଟି IITରେ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି କରିବା ସହ IIT ପାଟନାର ହେବ ବିସ୍ତାର
-ଭାରତୀୟ ଭାଷା ପୁସ୍ତକ ଯୋଜନାରେ ଭାରତୀୟ ଭାଷା ପୁସ୍ତକଗୁଡ଼ିକର ହେବ ଡିଜିଟାଲାଇଜ
-ବୈଷୟିକ ଶିକ୍ଷା କ୍ଷେତ୍ରରେ ୧୦ ହଜାର ଫେଲୋସିପ ପ୍ରଦାନ ପାଇଁ ପ୍ରତିଷ୍ଠା ହେବ ସ୍ପେଶାଲ ମିଶନ
ଏହା ବ୍ୟତୀତ ଆହୁରି ଏପରି ଅନେକ ଘୋଷଣା କରାଯାଇଛି ଯାହା ଶିକ୍ଷା କ୍ଷେତ୍ର ପାଇଁ ଗେମ ଚେଞ୍ଚର ହେବାକୁ ଯାଉଛି ।
ନୂଆ ଶିକ୍ଷାନୀତି-2020ରେ ହା ଫଳରେ ଶିକ୍ଷା କ୍ଷେତ୍ରରେ ଆହୁରି ଉନ୍ନତି ଆଶା କରାଯାଉଛି।
ସରକାର ବଜେଟରେ ସ୍ବାସ୍ଥ୍ୟସେବାକୁ ମଜଭୂତ କରିବାକୁ ବଡ଼ ଘୋଷଣା କରିଛନ୍ତି । କର୍କଟ ରୋଗର ଚିକିତ୍ସାକୁ ସହଜ କରିବା ଉପରେ ଫୋକସ କରିଛନ୍ତି କେନ୍ଦ୍ର ସରକାର । ଗ୍ରାମୀଣ ଭାରତର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ଡିଜିଟାଲ ହେଲ୍ଥ ମିଶନକୁ ପ୍ରୋତ୍ସାହନ ଦେଇଛନ୍ତି ସରକାର ।
📱 Get Argus News App
✨-ଦେଶର 2 ଶହ କ୍ୟାନସର ଡେ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ବଜେଟରେ ଅର୍ଥ ଆବଣ୍ଟିତ ହୋଇଛି ।
-ଆସନ୍ତାବର୍ଷ ମେଡିକାଲ କଲେଜ ଏବଂ ହସ୍ପିଟାଲଗୁଡ଼ିକରେ 10 ହଜାର ସିଟ୍ ଯୋଡାଯିବ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 75 ହଜାର ସିଟ୍ ଯୋଡା ଯିବାକୁ ଲକ୍ଷ୍ୟ ରଖାଯାଇଛି ।
- 36 ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ହଟାଇ ଦେଇଛନ୍ତି ସରକାର ।
- ହିଲ୍ ଇନ ଇଣ୍ଡିଆ ଯୋଜନାରେ ମେଡିକାଲ ଟୁରିଜିମକୁ ପ୍ରୋତ୍ସାହନ ପାଇଁ ଲକ୍ଷ୍ୟ ରଖାଯାଇଛି ।
- ପିଏମ ଜନଆରୋଗ୍ୟ ଯୋଜନା ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରିବାରେ ହେବ ସହାୟକ ।
ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରି ଯୁବବର୍ଗଙ୍କ ପାଇଁ ଆୟର ଉତ୍ସ ବନାଇବା ସହ ଦେଶର ଅର୍ଥବ୍ୟବସ୍ଥାକୁ ଦୃଢ଼ କରିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ସରକାର ।
ଅଧିକ ପଢ଼ନ୍ତୁ ଦେଶ ଖବର: