Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓ୍ବାନ ନେସନ୍, ଓ୍ବାନ ଇଲେକସନ ବିଲକୁ କ୍ୟାବିନେଟର ମଞ୍ଜୁରୀ

National

ଓ୍ବାନ ନେସନ୍, ଓ୍ବାନ ଇଲେକସନ ବିଲକୁ କ୍ୟାବିନେଟର ମଞ୍ଜୁରୀ

Smruti Parija
Browse all articles by Smruti Parija
·1 year ago·2 min read
ଓ୍ବାନ ନେସନ୍, ଓ୍ବାନ ଇଲେକସନ ବିଲକୁ କ୍ୟାବିନେଟର ମଞ୍ଜୁରୀ

ଅର୍ଗସ ବ୍ୟୁରୋ:  ଓ୍ବାନ ନେସନ୍, ଓ୍ବାନ ଇଲେକସନ ବିଲକୁ କ୍ୟାବିନେଟର ମଞ୍ଜୁରୀ । ଆଉ ପାଦେ ଆଗେଇଲା ଏକ ଦେଶ, ଏକକ ନିର୍ବାଚନ  । ଏହି ବିଲ୍‌ କୁ ମୋଦି କାବିନେଟ୍ ରେ ମଞ୍ଜୁରୀ ମିଳିଛି । ବହୁ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ । ଆଜି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ କୁ କାବିନେଟ୍ ବୈଠକ ରେ ମଞ୍ଜୁରୀ ମିଳିଛି । ଚଳିତ ଶୀତ ଅଧିବେଶନରେ ସଂସଦରେ ଉପସ୍ଥାପନ ପାଇଁ ରଖିବେ । ଏହା ପରେ ଜୁଗ୍ମ ସଂସଦିୟ କମିଟି ଗଠନ କରାଯିବ ଏବଂ ସମସ୍ତ ଦଳର ପରାମର୍ଶ ନିଆଯିବ । ଶେଷରେ ଏହା ସଂସଦରେ ପାସ୍ ହେବା ପାଇଁ ବିଲ୍ କୁ ସଂସଦ କୁ ପଠାଯିବ । 

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଟିର ସୁପାରିଶ କ୍ରମେ ଅନୁମୋଦିତ ହୋଇଥିଲା ଏକକ ନିର୍ବାଚନ ବିଧେୟକ । ଗତ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ବିଲ୍ କୁ ମଞ୍ଜୁରୀ ଦେଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୬୨ଟି ରାଜନୈତିକ ଦଳର ମତାମତ ନେଇ ବିଲ୍ ପ୍ରସ୍ତୁତ କରିଛନ୍ତି । ପ୍ରସ୍ତାବକୁ 32 ରାଜନୈତିକ ଦଳ ସମର୍ଥନ କରିଥିବାବେଳେ 15 ଦଳ ବିରୋଧ କରିଥିଲେ ଏବଂ 15ଟି ଦଳ ନିରୁତ୍ତର ରହିଥିଲେ ।  ମାର୍ଚ୍ଚ 14 ତାରିଖରେ ରାଷ୍ଟ୍ରପତିଙ୍କୁ 18ହଜାର ପୃଷ୍ଠାର ରିପୋର୍ଟ ହସ୍ତାନ୍ତର କରିଥିଲା ଏକକ ନିର୍ବାଚନ କମିଟି । ଏକକ ନିର୍ବାଚନ ବିଲ୍ ସଂସଦରେ ପାରିତ ହେବା ପରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏହାଫଳରେ ନିର୍ବାଚନ କମିସନ ଉପରେ ଚାପ କମିବା ସହ କମିବ ଆର୍ଥିକ ବ୍ୟୟ ।

ପ୍ରସ୍ତାବ ଅନୁସାରେ - ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ 
- MP, MLA ନିର୍ବାଚନର 100 ଦିନ ମଧ୍ୟରେ ହେବ ପଞ୍ଚାୟତ, ନଗରପାଳିକା ଭଳି ଲୋକାଲ ବଡି ଇଲେକ୍ସନ୍
- ଦେଶରେ ସମସ୍ତ ନିର୍ବାଚନ ପାଇଁ ବ୍ୟବହାର ହେବ ଏକକ ଭୋଟର ପରିଚୟ ପତ୍ର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Cabinet Approves One Nation, One Election | Argus News