Videos
|
National

Viral Video / ଅଟୋ ଚଳାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·11 months ago·2 min read
ଅଟୋ ଚଳାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points

ଅଟୋ ଚଲାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଗାଡିରେ ବସିଲେ ପାସେଞ୍ଜର
ଡ୍ରାଇଭର ସାଜିଲେ ଧର୍ମେନ୍ଦ୍ର
ଆଉ ପ୍ରକୃତିକୁ କଲେ ମନଭରି ଉପଭୋଗ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ସାଧାରଣ ଜୀବନ ଯାପନ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଅଟୋ ଚଲାଇବା ଆଉ ସକାଳୁ ସକାଳୁ ଲୋକଙ୍କ ସହ ବୁଲି ବୁଲି ଗାଁର ସୁନ୍ଦର ଦୃଶ୍ୟକୁ ଅନୁଭବ କରିବା...ଗଛ ମୂଳେ ବସି ଆଲୋଚନା କରିବା ଦୃଶ୍ୟ ଲୋକଙ୍କ ମନ ଜିଣୁଛି । ଖାଲି ଏତିକି ନୁହେଁ ବାଟରେ ଯିବା ସମୟରେ ଯାହା ବି ସେ ଦେଖୁଛନ୍ତି ସମସ୍ତ କଳାକୃତି, ଟେକନୋଲୋଜି, ପ୍ରକୃତିକୁ ନିରୀଖି ଦେଖୁଛନ୍ତି ।


ଠିକ୍ ଯେମିତି ଟେନକାସିର ଜୋହୋ କ୍ୟାମ୍ପସରେ ବୁଲୁଥିବା ସମୟରେ ଏକ 3D ପେଣ୍ଟେଡ୍ ଘରକୁ ଦେଖି ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର । ଗ୍ରାମାଞ୍ଚଳରେ ଏହି ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରବେଶ କରିବା ଭବିଷ୍ୟତ ପାଇଁ ଭଲ ସଙ୍କେତ । ଏହା ପକେଟ୍ ଫ୍ରେଣ୍ଡଲି ଏବଂ ପରିବେଶ ପାଇଁ ମଧ୍ୟ ଭଲ ବୋଲି ସେ କହିଛନ୍ତି । ସେଥିପାଇଁ ଲୋକେ କହୁଛନ୍ତି କମନ୍ ମ୍ୟାନ୍ସ ଲିଡର୍ । ଧର୍ମେନ୍ଦ୍ରଙ୍କ ଏହି ନିଆରା ଅନ୍ଦାଜକୁ ନେଇ ଏବେ ଭାରି ଚର୍ଚ୍ଚା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



କାରଣ ସେ ଖାଲି ଜଣେ ସାଧାରଣ ମଣିଷ ଭଳି ଜୀବନ ଯାପନ କରୁନାହାନ୍ତି ବରଂ ଏତେ ଉଚ୍ଚ ପଦରେ ଥାଇ ମଧ୍ୟ ଗୁରୁଜନଙ୍କୁ ସମ୍ମାନ ଓ କନିଷ୍ଠଙ୍କୁ ଆଦର କରିବା ସେ ଭୁଲି ନାହାନ୍ତି । ସବୁବେଳେ ଲୋକଙ୍କ ସାଙ୍ଗରେ...ଲୋକଙ୍କ ମେଳରେ ରହି କାମ କରିବାକୁ ଭଲ ପାଉଛନ୍ତି ।



ତାମିଲନାଡୁ ଟେଙ୍କାସିରେ ଯୋହୋ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ସାଧାରଣ ଲୋକଙ୍କ ଭଳି ଏମିତି କିଛି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଅଟୋ ଚଲାଇବା, ଛାତ୍ରଛାତ୍ରୀଙ୍କ ଗହଣରେ ସମୟ ବିତାଇବା । ତାଙ୍କର କଳାକୁ ନୀରିଖି ଦେଖିବା ଏ ସବୁକୁ ଦେଖି ଲୋକେ ଖୁବ ପ୍ରଶଂସା କରୁଛନ୍ତି । ସମାଜ, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଯେଉଁଭଳି ଭାବରେ ଜଡିତ ହେଉଛନ୍ତି ତାହା ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶରେ ପଲିସି ମେକିଂରେ ଖୁବ ସାହାଯ୍ୟ କରିବ ବୋଲି କହିଛନ୍ତି ୟୁଜର୍ସ । ଏହା ପ୍ରଥମ ଥର ନୁହେଁ ବାରମ୍ବାର ଏମିତି ଲୋକଙ୍କ ସହ ମିଶି କାମ କରିବା ନୀତିକୁ ପ୍ରଶଂସା କରିଛନ୍ତି ଅନେକ ୟୁଜର ।




କେନ୍ଦ୍ରମନ୍ତ୍ରୀ କରିଥିବା ଏହି ପୋଷ୍ଟରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି । ଆଜିକାଲି ଆମେ ମାନେ କାର୍ଯ୍ୟ ବ୍ୟସ୍ତତା ହେତୁ ପ୍ରକୃତି ସହ ସମୟ ବିତାଇ ପାରୁନେ । କିନ୍ତୁ ପ୍ରକୃତି ସହ ଅଙ୍ଗାଅଙ୍ଗି ଭାବେ ଜଡିତ ହେଲେ ହିଁ ମିଳିବ ପ୍ରକୃତ ଆନନ୍ଦ । ଯେତେ କାର୍ଯ୍ୟବ୍ୟସ୍ତତା ଥାଉ ନା କାହିଁ ପ୍ରାକୃତିକ ପରିବେଶରେ ସମୟ ଅତିବାହିତ କରିବା ସହ ପ୍ରକୃତି ପାଇଁ ଆମ୍ଭମାନଙ୍କୁ କିଛି କରିବାର ଆବଶ୍ୟକତା ରହିଛି ।



Viral Video | union-education-minister-dharmendra-pradhan-drives-auto | Argus News