Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କଂଗ୍ରେସ ଦଳ ନିଜ ବ୍ୟବହାର ପାଇଁ ସଂସଦୀୟ ବ୍ୟବସ୍ଥାକୁ ଲଜ୍ଜିତ କରିଛି ।  ଏପରିକି ସେମାନେ ନିଜ ଦଳର ସାଂସଦଙ୍କୁ କହିବାକୁ ଅନୁମତି ଦେଉନାହାନ୍ତି। ରାହୁଲଙ୍କ ୯୦ ମିନିଟର ଭାଷଣ ପରେ ମଣିପୁର କଂଗ୍ରେସ ସାଂସଦଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ  । କଂଗ୍ରେସ ସତ ଶୁଣିବାକୁ ପ୍ରସ୍ତୁତ ନୁହେଁ ।

ଏପରିକି ସେମାନେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଳେ ବାଧା ସୃଷ୍ଟି ପାଇଁ ଷଡଯନ୍ତ୍ର କରିଥିଲେ । ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ଦଳ ନିଜ ବ୍ୟବହାର ସଂଯମ ଆଣିବାର ଆବଶ୍ୟକତା ରହିଛି । ନିଟ୍ ପ୍ରସଙ୍ଗରେ ପୂର୍ବରୁ ରାଷ୍ଟ୍ରପତି ମତ ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ଏନେଇ ଗୃହରେ ବକ୍ତବ୍ୟ ରଖିଛନ୍ତି । ଆଜି ମଧ୍ୟ ନିଟ୍ ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan has again targeted Congress and Rahul Gandhi | Argus News