Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦିଙ୍କ ପୂର୍ବୋଦୟ ସ୍ୱପ୍ନକୁ ସାକାର କରିବ ବଜେଟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

National

ମୋଦିଙ୍କ ପୂର୍ବୋଦୟ ସ୍ୱପ୍ନକୁ ସାକାର କରିବ ବଜେଟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୋଦିଙ୍କ ପୂର୍ବୋଦୟ ସ୍ୱପ୍ନକୁ ସାକାର କରିବ ବଜେଟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Key Points

କେନ୍ଦ୍ର ବଜେଟରୁ ଓଡ଼ିଶାକୁ ବଡ଼ ଲାଭ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ, ମୋଦିଙ୍କ ପୂର୍ବୋଦୟ ସ୍ବପ୍ନକୁ ସାକାର କରିବ ବଜେଟ
ମେକ ଇନ ଓଡ଼ିଶା କନକ୍ଲେଭରେ 13ଲକ୍ଷ କୋଟିର ପୁଞ୍ଜିନିବେଶ
ଆଇଟି, ଇଲେକଟ୍ରୋନିକ୍ସ, ଫାର୍ମାସୁଟିକାଲ, ଟେକ୍ସଟାଇଲ ଓ କୃଷି କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ
ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହନ, ଅଧିକ ଲାଭାନ୍ବିତ ହେବେ ଓଡ଼ିଆ ଉଦ୍ୟୋଗୀ
ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରୀୟ ବଜେଟରୁ ଓଡିଶାକୁ ସିଂହଭାଗ ଲାଭ ମିଳିବ । ଡବଲ ଇଂଜିନ ସରକାର ଓଡ଼ିଶାର ବିକାଶକୁ ଦ୍ବିଗୁଣିତ କରିବ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ପ୍ରସ୍ତୁତ ହୋଇଛି ବଜେଟ୍ ।ବଜେଟରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଦିଆଯାଇଛି ଗୁରୁତ୍ବ । ମେକ ଇନ୍ ଓଡିଶା କନକ୍ଲେଭରେ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ଆସିଛି । ଆଇଟି, ଇଲେକଟ୍ରୋନିକ୍ସ, ଫାର୍ମାସୁଟିକାଲ, ଟେକ୍ସଟାଇଲ ଓ କୃଷି କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ । ବଜେଟକୁ ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ।

() ଶିଶୁର ଜନ୍ମ ହେବା ପର ଠାରୁ ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ସବୁ ଆବଶ୍ୟକତାକୁ ପୂରଣ କରିବ ବଜେଟ୍ । ସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏମଏସଏମଇ କ୍ଷେତ୍ରକୁ ଦିଆଯାଇଛି ପ୍ରୋତ୍ସାହନ । ଏଥିରୁ ସବୁଠୁ ଅଧିକ ଲାଭାନ୍ବିତ ହେବେ ଓଡ଼ିଆ ଉଦ୍ୟୋଗୀ ।

() ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ମଧ୍ୟବିତ୍ତଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର।। ଚଳିତ ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଦେଶର ୫୦ଟି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି । ଏଥିରୁ ଓଡିଶା ଲାଭାନ୍ବିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସବ୍‌କା ସାଥ୍ ସବ୍‌କା ବିକାଶ ସଂକଳ୍ପକୁ ସାକାର କରୁଥିବା ଏହି ବଜେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ସ୍ବପ୍ନକୁ ସାକାର କରିବାରେ ବିଶେଷ ସହାୟକ ହେବ । …

() ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ 2.0 କାର୍ଯ୍ୟକ୍ରମରେ ଓଡିଶାର 36ଲକ୍ଷରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ । ପିଏମ ଧନ ଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମ ଅଧିନରେ 100ଟି ଜିଲ୍ଲାକୁ ସାମିଲ କରାଯିବ । ଓଡ଼ିଶାରେ କିଷାନ କ୍ରେଡିଟ କାର୍ଡଧାରୀଙ୍କ ପାଇଁ କ୍ରେଡିଟ ସୀମା 3ଲକ୍ଷରୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଦ୍ବାରା ଓଡ଼ିଶାରେ ଥିବା 40ଲକ୍ଷ କିଷାନ କ୍ରେଡିଟ କାର୍ଡଧାରୀ ଉପକୃତ ହେବେ । ଓଡ଼ିଶାରେ ଏବେ 863ଟି ଅଟଳ ଟିଙ୍କରିଂ ଲ୍ୟାବ ଥିବା ବେଳେ ବଜେଟ ବ୍ୟବସ୍ଥା ଦ୍ବାରା ଅଧିକ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ ।


ଭାରତନେଟ ପ୍ରକଳ୍ପ ଅଧିନରେ ଇଣ୍ଟରନେଟ ଓ ବ୍ରଡବ୍ୟାଣ୍ଡ ସଂଯୋଗ ନଥିବା ସମସ୍ତ 3659ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଇଣ୍ଟରନେଟ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ । ଆସନ୍ତା 3ବର୍ଷ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଡେ-କେୟାର କ୍ୟାନସର ସେଣ୍ଟର ପ୍ରତିଷ୍ଠା ହେବ । ଓଡ଼ିଶାରେ ଆଇଆଇଟି ଭୁବନେଶ୍ବର, ଆଇଆଇଏମ ସମ୍ବଲପୁର ଏବଂ ଏନଆଇଟି ରାଉରକେଲାରେ 2036ସୁଦ୍ଧା 100ଟି ଷ୍ଟାର୍ଟଅପ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ତାକୁ ପୂରଣ କରିବାରେ ସହାୟକ ହେବ ଏହି ବଜେଟ । 1ଲକ୍ଷ କୋଟିର ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଦ୍ବାରା ଓଡ଼ିଶାର ବିଭିନ୍ନ ସହର ବିକାଶ ହୋଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Union Education Minister Lauds Budget 2025-26, Emphasizing Welfare and Empowerment | Argus News