Education Innovation / ଦିଲ୍ଲୀରେ `ବିକଶିତ ଭାରତ ବିଲଡଥନ'ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points
ଧର୍ମେନ୍ଦ୍ର କହିଲେ, ପିଲାଙ୍କ ବିଚାରଧାରାରୁ ବାହାରିବ ଦେଶର ପ୍ରଗତିର ରାସ୍ତା
ସ୍ବଦେଶୀ, ଭୋକାଲ୍ ଫର୍ ଲୋକାଲ୍, ଆତ୍ମନିର୍ଭର ଭାରତ ଓ ସମୃଦ୍ଧ ଭାରତ
ଏହି ୪ଟି ଥିମରେ ଛାତ୍ରଛାତ୍ରୀ ରଖିବେ ନିଜର ମତାମତ ଓ ଚିନ୍ତାଧାରା
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନୀତି ଆୟୋଗର `PATHWAYS TO PROGRESS' ରିପୋର୍ଟ ପ୍ରକାଶିତ । ଆତ୍ମନିର୍ଭର ଭାରତର ଆହ୍ବାନ ଓ ବିକଶିତ ଭାରତର ନିର୍ମାଣ ଲକ୍ଷ୍ୟରେ ଦିଲ୍ଲୀରେ ସର୍ବବୃହତ ସ୍କୁଲ୍ ହାକାଥନ୍ `ବିକଶିତ ଭାରତ ବିଲଡଥନ ୨୦୨୫'ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହାର ଥିମ୍ ରଖାଯାଇଛି - 'ଭୋକାଲ୍ ଫର୍ ଲୋକାଲ୍, ଆତ୍ମନିର୍ଭର ଭାରତ, ସ୍ୱଦେଶୀ ଏବଂ ସମୃଦ୍ଧ ଭାରତ' । ଏହା ପିଲାଙ୍କୁ ଚିନ୍ତାଧାରା ଏବଂ ଉତ୍ପାଦ ନିର୍ମାଣ କରିବାକୁ ଉତ୍ସାହିତ କରି ତୃଣମୂଳସ୍ତରରେ ନବସୃଜନର ସଂସ୍କୃତିକୁ ଆହୁରି ମଜବୁତ କରିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି- ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ଜଟିଳ ବିଚାରଧାରା ଉପରେ ଜୋର୍ ଦେଉଛନ୍ତି ।
ଭାରତକୁ ଏକ ଉପଭୋକ୍ତା ଅର୍ଥନୀତିରୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡିବ । CBSE, ରାଜ୍ୟ ବୋର୍ଡ, ବେସରକାରୀ ସ୍କୁଲ ସବୁଠି ଏହି କାର୍ଯ୍ୟକ୍ରମ ହେବ । ୩ ଦିନରେ ସବୁ ସ୍କୁଲରେ ଲୋଗ ସୂଚନା ଲାଗିବ, ପିଲାମାନେ ରେଜିଷ୍ଟ୍ରେସନ କରିବେ । ୬ ଲକ୍ଷ ବିଦ୍ୟାଳୟରେ ୧୨ କୋଟି ପିଲାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ଜରୁରୀ । ଏହି କାର୍ଯ୍ୟକ୍ରମ ସେବା ପକ୍ଷରେ ବଡ଼ ପଦକ୍ଷେପ ହେବ ।
📱 Get Argus News App
✨
ସେହିପରି ଦିଲ୍ଲୀରେ `PATHWAYS TO PROGRESS: ଭାରତର ନବସୃଜନ କାହାଣୀର ବିଶ୍ଳେଷଣ ଏବଂ ଅନ୍ତର୍ଦୃଷ୍ଟି' ଶୀର୍ଷକ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଓ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ସାରସ୍ବତ ପ୍ରମୁଖ ଉପସ୍ଥିତ ଥିଲେ । ଏହା କେବଳ ରିପୋର୍ଟ ନୁହେଁ ବରଂ ଭାରତ କେତେ ଦୂର ଆସିଛି ତାହାର ଏକ ଦର୍ପଣ ।
୨୦୪୭ ସୁଦ୍ଧା ସମୃଦ୍ଧ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ହାସଲ ପାଇଁ ଆମେ କିପରି ନବସୃଜନକୁ ବ୍ୟବହାର କରିବୁ ତାର ଏକ ରୋଡମ୍ୟାପ୍ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।`PATHWAYS TO PROGRESS ଆମ ସ୍ୱଦେଶୀ ଜ୍ଞାନ ଏବଂ ଭାରତୀୟ ଭାଷା ଗୁଡ଼ିକ- AI ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଯୁଗରେ ନବସୃଜନକୁ ପୋଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
Related Topics
Explore more stories