ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

Key Points
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ସଦୈବ ଅଟଳରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ସଦୈବ ଅଟଳରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ। ସୋସିଆଲ ମିଡିଆ ଏକ୍ସରେ ଶ୍ରଦ୍ଧାଞ୍ଜଳି ଜଣାଇକେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ସଂସ୍ଥାପକ ସଦସ୍ୟ ଏବଂ କୋଟି କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ସ୍ରୋତ ଏବଂ ଭାରତରତ୍ନ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ କୋଟି ନମନ କରୁଛି। ଯେବେ ବି ଦେଶରେ ରାଜନୈତିକ ନୈତିକତା ନିଷ୍ଠା ଓ ସିଦ୍ଧାନ୍ତର ଚର୍ଚ୍ଚା ହେବ, ସେତେବେଳେ ଶ୍ରଦ୍ଧେୟ ଅଟଳ ଜୀଙ୍କର ନାମ ନିଶ୍ଚୟ ଭାବରେ ନିଆଯିବ।
देश के पूर्व प्रधानमंत्री, भाजपा के संस्थापक सदस्य एवं करोड़ों कार्यकर्ताओं के प्रेरणास्रोत 'भारत रत्न' श्रद्धेय अटल बिहारी वाजपेयी जी की पुण्यतिथि पर उन्हें कोटि-कोटि नमन करता हूँ।
— Dharmendra Pradhan (@dpradhanbjp) August 16, 2025
जब भी देश में राजनीतिक नैतिकता, राष्ट्रहित के प्रति सच्ची निष्ठा और सिद्धांतों पर अडिगता की… pic.twitter.com/r0nKSoyXIH
📱 Get Argus News App
✨ତାଙ୍କର ଦୃଢ ବିଶ୍ବାସ ଥିଲା ଯେ ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧି ସେତେବେଳେ ସମ୍ଭବ ଯେବେ ଆମେ ଆମ ଦେଶର ଆଦର୍ଶକୁ ନେଇ ବେପାର ନ କରୁ। ପୋଖରଣ ପରମାଣୁ ପରୀକ୍ଷଣ ଓ ସୁଦୃଢ଼ ଅର୍ଥନୀତି ତାଙ୍କର ଦୂରଦର୍ଶିତା ଓ ସାହସର ପ୍ରତୀକ। ବିଜେପିର ସ୍ଥାପନାରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ, ସେ ସଦା ରାଷ୍ଟ୍ରହିତକୁ ସର୍ବୋପରି ରଖିଛନ୍ତି। ଶ୍ରଦ୍ଧେୟ ଅଟଲ ଜୀଙ୍କର ସ୍ମୃତିଗୁଡିକ ଆମ ସମସ୍ତଙ୍କ ହୃଦୟରେ ସଦା ଜୀବନ୍ତ ରହିବ।