Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲେଖ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲେଖ୍ୟ

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲେଖ୍ୟ । ପରୀକ୍ଷା ଓ ଜୀବନ ଯୁଦ୍ଧ ପାଇଁ ସଫଳତାର ମନ୍ତ୍ର ଶୀର୍ଷକରେ ସେ ଲେଖିଛନ୍ତି, ପ୍ରତ୍ୟେକ ପିଲାଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ଥାଏ; କିଛି ଉଜ୍ଜ୍ୱଳ ଶିକ୍ଷାଗତ ପ୍ରତିଭାରେ ଚହଟିଥା’ନ୍ତି, ଅନ୍ୟ କେତେକଙ୍କ ପାଖରେ ସୃଜନଶୀଳ ଭାବନା ରହିଥାଏ ତ ଆଉ କେହି କ୍ରୀଡ଼ା କୌଶଳ ଓ ବୃତ୍ତିଗତ ଦକ୍ଷତାରେ ଉତ୍କର୍ଷ ହାସଲ କରନ୍ତି। ଏହି ଅଭିନବ ଗୁଣ ଉପରେ ଆଲୋକପାତ କରି ସ୍ୱାମୀ ବିବେକାନନ୍ଦ ଏକଦା କହିଥିଲେ, ‘‘ଶିକ୍ଷା ମଣିଷ ଭିତରେ ପୂର୍ବରୁ ରହିଥିବା ପରିପୂର୍ଣ୍ଣତାର ଅଭିବ୍ୟକ୍ତି ଅଟେ।’’ ଆଜି ‘ଏନ୍‌ଇପି’ କାରଣରୁ ଏହି ଅଭିନବ ଦୃଷ୍ଟିକୋଣ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି, ଫଳରେ ଶିଖିବା ଏକ ବୋଝ ପରିବର୍ତ୍ତେ ଆନନ୍ଦଦାୟକ ଅନୁଭୂତି ପାଲଟିଛି। ପ୍ରତ୍ୟେକ ପିଲା ନିଜର ପ୍ରାକୃତିକ ପ୍ରତିଭା ବଳରେ ଚମକିବା ଉଚିତ ବୋଲି ଆମ ଶିକ୍ଷା ବ୍ୟବସ୍ଥା ବିବେଚନା କରିଥାଏ।


ପରୀକ୍ଷା ଆମ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ଏକ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଯେଉଁଥିରେ ପରୀକ୍ଷାର ସଫଳତା କିମ୍ବା ବିଫଳତା କେବେ ବି ପିଲାମାନଙ୍କର ସାମଗ୍ରିକ ବିକାଶ ଉପରେ ପ୍ରଭାବ ପକାଇବ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ସ୍ୱୀକାର କରି ଆମ ସରକାର ପରୀକ୍ଷା ଜନିତ ଚାପ ଦୂର କରିବାରେ ସାହାଯ୍ୟ କରିବା ଲାଗି ଏହାକୁ ଏକ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ ପରୀକ୍ଷା ଜନିତ ଚିନ୍ତାକୁ ଏକ ଜାତୀୟ ଆଲୋଚନାର ପ୍ରସଙ୍ଗରେ ପରିଣତ କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ଷ ବର୍ଷ ଧରି ପ୍ରଭାବଶାଳୀ ମସ୍ତିଷ୍କ ଉପରେ ଅନାବଶ୍ୟକ ଚାପ ପକାଉଥିବା ପରୀକ୍ଷା ଚିନ୍ତାକୁ ଦୂର କରିବା ପାଇଁ ସେ ପ୍ରୟାସ କରିଛନ୍ତି। ନିଜ ଜୀବନ ଓ ଅଭିଜ୍ଞତାରୁ ପ୍ରାପ୍ତ ପ୍ରଧାନମନ୍ତ୍ରୀଙ୍କ ବ୍ୟାବହାରିକ ପରାମର୍ଶକୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ଭାବେ ଗ୍ରହଣ କରିଛନ୍ତି। ଯାହାଦ୍ୱାରା ସେମାନଙ୍କ ଦ୍ୱାରା ଏକ ବାଧାମୁକ୍ତ ଓ ଚାପମୁକ୍ତ ସର୍ବୋତ୍ତମ ପରୀକ୍ଷା ପ୍ରଦର୍ଶନ ସୁନିଶ୍ଚିତ ହୋଇଛି। ପ୍ରକୃତ ନେତୃତ୍ୱର ଏକ ଉଦାହରଣ ସ୍ୱରୂପ ଆମେ ଭାରତୀୟମାନଙ୍କ ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଦେଖୁଛୁ, ଯାହା ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିଥାଏ ଏବଂ ପ୍ରଗତି ଦିଗରେ ରାଷ୍ଟ୍ରର ଅବିସ୍ମରଣୀୟ ଯାତ୍ରାକୁ ସୁନିଶ୍ଚିତ କରିଥାଏ। ପିତାମାତା ଓ ନାଗରିକ ସମାଜ ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ।


‘ପରୀକ୍ଷା ପେ ଚର୍ଚ୍ଚା’ ମାନସିକ ସ୍ୱାସ୍ଥ୍ୟ ଓ ସହାୟକ ଶିକ୍ଷଣ ପରିବେଶର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆଲୋକପାତ କରିବାରେ ପରିବର୍ତ୍ତନଶୀଳ ପ୍ରଭାବ ପକାଇଛି। ଏହା ଏପରି ଏକ ମାନସିକତା, ଯାହାକୁ କେବଳ ଦଶମ ଓ ଦ୍ୱାଦଶ ବୋର୍ଡ ନୁହେଁ, ବରଂ ସବୁ ଶ୍ରେଣୀଗୃହ ଓ ସବୁ ବୟସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ଓ ପରିବ୍ୟାପ୍ତ କରିବାର ଆବଶ୍ୟକତା ରହିଛି। ଶିକ୍ଷଣର ସମସ୍ତ ପର୍ଯ୍ୟାୟରୁ ପରୀକ୍ଷାର ଚାପ ଓ ବୋଝ ଦୂର ହେବା ଆବଶ୍ୟକ। ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ, ଧନ୍ଦାମୂଳକ ତାଲିମ କେନ୍ଦ୍ରଠାରୁ ଆରମ୍ଭ କରି ଗବେଷଣାଗାର ପର୍ଯ୍ୟନ୍ତ, ଆମକୁ ଏପରି ଏକ ସ୍ଥାନ ସୃଷ୍ଟି କରିବାକୁ ହେବ, ଯେଉଁଠାରେ ବିବିଧ ପ୍ରତିଭାର ବିକାଶ ହୋଇପାରିବ। ବ୍ୟକ୍ତିଗତ ସାମର୍ଥ୍ୟକୁ ସ୍ୱୀକୃତି ଓ ପୋଷଣ କରୁଥିବା ଏକ ଅଧିକ ସୂକ୍ଷ୍ମ, ପ୍ରତିକ୍ରିୟାଶୀଳ ପ୍ରଣାଳୀକୁ ରାସ୍ତା ଦେବା ପାଇଁ ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲିବାର ପୁରୁଣାକାଳିଆ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Sponsored
Union Education Minister's write on the occasion of Prime Minister 'Pariksha Pe Charcha' | Argus News