Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Pahalgam Terrorist Attack; କୋହ ଓ କ୍ରୋଧରେ ଜର୍ଜିରିତ ଭାରତୀୟ

National

Pahalgam Terrorist Attack; କୋହ ଓ କ୍ରୋଧରେ ଜର୍ଜିରିତ ଭାରତୀୟ

Smruti Parija
Browse all articles by Smruti Parija
·1 year ago·2 min read
Pahalgam Terrorist Attack; କୋହ ଓ କ୍ରୋଧରେ ଜର୍ଜିରିତ ଭାରତୀୟ

ପହଲଗାମରେ ଆତଙ୍କୀ ହମଲା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । କୋହ ଓ କ୍ରୋଧରେ ଜର୍ଜିରିତ ଭାରତୀୟ । କାଶ୍ମୀରରୁ ଆସୁଥିବା ଭିଡିଓ ଦେଖିଲେ ଛାତି ଥରି ଉଠୁଛି । ଘଟଣାକୁ ଦୃଢ ନିନ୍ଦା କରିବା ସହ ବସୁଛି ଘନ ଘନ ବୈଠକ । କାହାରିକୁ ଛଡାଯିବନି ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ଏହାରି ମଧ୍ୟରେ ସର୍ଜିକାଲ ଷ୍ଟ୍ରାଇକ୍ କୁ ମନେ ପକାଇଛନ୍ତି ଭାରତୀୟ । ଦିନେ ଏହି ଆତଙ୍କୀଙ୍କ ଆକ୍ରମଣରେ ଉରି ସାମରିକ ଘାଟି ଉପରେ 19 ଯବାନ ସହିଦ ହୋଇଯାଇଥିଲେ । ଯାହାର କଡା ଜବାବ୍ ଦେଇଥିଲା ଭାରତ । ପିଓକେରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ ଭାରତୀୟ ସେନାବାହିନୀ ।


ଆଜି ପୁଣି ସେହି ଦିନ ଦେଖିବାକୁ ମିଳିଛି । ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣରେ 26 ଜଣଙ୍କର ମୃତ୍ୟୁ ହୋଇଛି । ଖୋଜି ଖୋଜି ହିନ୍ଦୁମାନଙ୍କ ଗୁଳି କରିଛନ୍ତି ଆତଙ୍କୀ । ତାହା ବି ଛଦ୍ମ ବେଶରେ । ଖାଲି ସେତିକି ନୁହେଁ ସେନା ପୋଷାକରେ ଆସିଥିଲେ ଆତଙ୍କୀ । ହେଲମେଟ୍ ପିନ୍ଧିଥିଲେ । ଆଉ ହେଲମେଟ୍ ରେ ଲଗାଇଥିଲେ କ୍ୟାମେରା । ଫଳରେ ଏହି ନାରକୀୟ କାଣ୍ଡ ଭିଆଇ ଘଟଣାର ପୁରା ଭିଡିଓ କରି ସେଠାରୁ ଖସି ଯାଇଥିଲେ ଆତଙ୍କବାଦୀମାନେ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯାଇଥିବା ନୀରିହ ପର୍ଯ୍ୟଟକ ଚିର ଦିନ ପାଇଁ ଶୋଇଯାଇଛନ୍ତି ସତ । ହେଲେ ଏବେ ବୁକୁ ଫଟେଇ କାନ୍ଦୁଛନ୍ତି ପରିବାର । ବନ୍ଧୁ...ବାନ୍ଧବ..ସମ୍ପର୍କୀୟ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମେ ତାଙ୍କୁ ଛାଡିବାନି । ଜବାବ ଦେବା । ଏ ଆତଙ୍କୀ କେଡେ ନିଷ୍ଠୁର । ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରଶ୍ନ କଣ ପୁଣି ଥରେ ହେବ କି ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ । ଏହି ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।



ସେପଟେ ଶ୍ରୀନଗରରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କାହାକୁ ଛଡ଼ାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ । ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ସେପଟେ ପେହେଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ । ନୂଆଦିଲ୍ଲୀରେ ଚାଲିଥିବା ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଉପସ୍ଥିତ ଅଛନ୍ତି । ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।

Argus Whatsapp Channel Mobile Top
Sponsored
union-home-minister-amit-shah-and-jandk-lg-manoj-sinha-meet-the-families-of-pahalgam-terror-attack-victims | Argus News