Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆତଙ୍କୀସ୍ଥାନର ମୁଖା ଖୋଲିଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

National

ଆତଙ୍କୀସ୍ଥାନର ମୁଖା ଖୋଲିଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଆତଙ୍କୀସ୍ଥାନର ମୁଖା ଖୋଲିଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Key Points

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ପୁଣି ପ୍ରହାର
କହିଲେ ଆତଙ୍କବାଦ, ମାଓବାଦ ବିରୋଧରେ ଜିରୋ ଟଲରାନ୍ସ ନୀତି
ସେପଟେ ଆତଙ୍କୀସ୍ଥାନର ମୁଖା ଖୋଲିଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କହିଲେ, ତିନି ସେନାର ଅପୂର୍ବ ସମନ୍ବୟରେ ଧ୍ବଂସ ହୋଇଥିଲା ଆତଙ୍କୀ ଆଡ୍ଡା
କେବଳ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରାଯାଇ ହୋଇଥିଲା ଆକ୍ରମଣ
ସାରା ବିଶ୍ବ ଦେଖିଲା ପାକ ସେନାର ଆତଙ୍କବାଦୀଙ୍କ ପ୍ରତି ସମର୍ଥନ


ଗତକାଲି ରାଜସ୍ଥାନ ମାଟିରୁ ଆତଙ୍କୀସ୍ତାନକୁ ମୋଦିଙ୍କ କଡା ପ୍ରହାର ପରେ ଆଜି ପ୍ରଧାନମନ୍ତ୍ରୀ ପୁଣି ଥରେ ଚେତାବନୀ ଦେଇଛନ୍ତି। କୌଣସି ପରିସ୍ଥିତିରେ ଆତଙ୍କବାଦ ଓ ନକ୍ସଲବାଦ ବିରୋଧରେ ଜିରୋ ଟଲରାନ୍ସ ବୋଲି ନୂଆଦିଲ୍ଲୀରେ ନର୍ଥ ଇଷ୍ଟ ରାଇଜିଂ ସମିଟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେ କୌଣସି ଅଂଚଳର ବିକାଶ ପାଇଁ ଶାନ୍ତି ଓ ଆଇନ ବ୍ୟବସ୍ଥାର ଆବଶ୍ୟକ ରହିଛି । ଆତଙ୍କବାଦ ଓ ନକ୍ସଲବାଦ ଏଥିରେ ମୁଖ୍ୟ ପ୍ରତିବନ୍ଧକ । ଏଗୁଡିକୁ କେବେ ବି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଅମିତ ଶାହା କହିଛନ୍ତି, ଅପରେସନ୍ ସିନ୍ଦୂରରେ ସେନାର ଶୌର୍ଯ୍ୟ ଓ ପରାକ୍ରମ , ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି, ଗୁଇନ୍ଦା ବିଭାଗର ସଠିକ ସୂଚନାର ଥିଲା ଅପୂର୍ବ ସମନ୍ବୟ । ଲସ୍କର ଇ ତୋଇବା, ଜୈସ ଇ ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ୍ ସଂଗଠନର ଆଡ୍ଡାକୁ ମାଟିରେ ମିଶାଇ ଦେଇଥିଲା ଭାରତୀୟ ସେନା । ଯେଉଁଠାରୁ ସେମାନେ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିଲେ ତା ଉପରେ ହୋଇଥିଲା ଆକ୍ରମଣ । ଆତଙ୍କବାଦୀଙ୍କ ଶୋକସଭାରେ ଯୋଗ ଦେଇଥିଲେ ପାକର ବରିଷ୍ଠ ନେତା ଓ ସେନା କର୍ମଚାରୀ । ଏଥିରୁ ସାରା ବିଶ୍ବ ଆଗରେ ପାକିସ୍ତାନର ପୁରା ମୁଖା ଖୋଲିଯାଇଥିଲା ବୋଲି କହିଛନ୍ତି ଅମିତ ଶାହ ।

ପୂର୍ବରୁ ମଧ୍ୟ ଆତଙ୍କୀ ସଂଗଠନ ଭାରତକୁ ଟାର୍ଗେଟ କରିଛନ୍ତି । କିନ୍ତୁ ଦୃଢ ନେତୃତ୍ବର ଅଭାବ ଯୋଗୁଁ ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନିଆଯାଇନାହିଁ । କିନ୍ତୁ ମୋଦି ସରକାର ଆସିବା ପରେ ଆତଙ୍କୀ ସଂଠଗଠନକୁ ମୁହଁତୋଡ ଜବାବ ଦିଆଯାଇଛି । ଉରି ଆତଙ୍କୀ ଆକ୍ରମଣର ଜବାବ ସର୍ଜିକାଲ ଷ୍ଟ୍ରାଇକ ଜରିଆରେ ଦିଆଘଲା । ପୁଲଓ୍ମାମା ଆତଙ୍କୀ ଆକ୍ରମଣର ଜବାବ ଥିଲା ଏୟାର ଷ୍ଟ୍ରାଇକ । ଏ ସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ବ ଯୋଗୁ ସମ୍ଭବ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Home Minister Amit Shah exposes terror Places | Argus News