Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·2 years ago
କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ:  ଡିପ୍ ଫେକ୍ ଭିଡିଓକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚରମ ସୀମାରେ ପହଞ୍ଚିଛି କଂଗ୍ରେସର ହତାଶା । ଏଥିପାଇଁ ସେମାନେ ଫେକ୍ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡୁଛନ୍ତି । ଏନେଇ କଂଗ୍ରେସର ଜଣେ ପ୍ରମୁଖ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଏଥିସହ ବିଜେପି ସବୁବେଳେ ସଂରକ୍ଷଣ ସପକ୍ଷରେ ରହିଛି । ଏସସି, ଏସଟି ଓ ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯିବା ଦରକାର । କିନ୍ତୁ ଧର୍ମ ଆଧାରରେ ସଂରକ୍ଷଣ ସମ୍ବିଧାନ ବିରୋଧୀ । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଅତ୍ୟନ୍ତ ତରବରିଆ ଭାବେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏଥିସହ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ବିଜେପିକୁ ୧୦୦ରୁ ଅଧିକ ସିଟ୍ ମିଳିଥିବା ଦୃଢୋକ୍ତି କରିଛନ୍ତି ଅମିତ ଶାହ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Home Minister Amit Shah lashed out at the Congress over the Deep Fake video | Argus News