ଆଜି ମହାକୁମ୍ଭ ମେଳାକୁ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
·1 year ago

ଅର୍ଗସ ବ୍ୟୁରୋ : ଆଜି ମହାକୁମ୍ଭ ମେଳାକୁ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରୟାଗରାଜରେ ଦିନ ୧୧ଟା ୨୫ରେ ପହଞ୍ଚିବା ପରେ ସେ ସଂଗମରେ ସ୍ନାନ କରିବେ। ଏହାପରେ ସେ ବଡେ ହନୁମାନ ମନ୍ଦିର ଯାଇ ସେଟାରେ ପୂଜାର୍ଚ୍ଚନା କରିବେ।
ଏହାପରେ ଅମିତ ଶାହ ଜୁନା ଆଖାଡା ଯାଇ ସେଠାରେ ମହାରାଜଙ୍କୁ ଭେଟିବା ସହ ଆଖାଡାର ସାଧୁ ସନ୍ଥଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କ ସହ ଭୋଜନ ମଧ୍ୟ କରିବେ। ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁ ଶାରନଆନନ୍ଦ ଜୀଙ୍କ ଆଶ୍ରମ ଯିବା ସହିତ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: