Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜ୍ୟସଭାରେ ବିଲ୍ ମୁଭ୍ କରିବେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ

Smruti Parija
Browse all articles by Smruti Parija
·2 years ago·1 min read
ରାଜ୍ୟସଭାରେ ବିଲ୍ ମୁଭ୍ କରିବେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ: ଆଜି ରାଜ୍ୟସଭାରେ ପାରିତ ହୋଇପାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ଦ୍ବିତୀୟ ସଂଶୋଧନ ବିଲ୍ 2023 । ରାଜ୍ୟସଭାରେ ଏହି ବିଲ୍ ମୁଭ୍ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଡିସେମ୍ବର 12ରେ ଜମ୍ମୁ-କଶ୍ମୀର ସଂକ୍ରାନ୍ତ ଦୁଇଟି ବିଲ୍ ରାଜ୍ୟସଭାରେ ଉପସ୍ଥାପିତ କରାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେହି ବିଲ୍‌ ଦୁଇଟି ହେଲା ଜମ୍ମୁ କାଶ୍ମୀର ପୁର୍ନଗଠନ (ସଂଶୋଧନ) ବିଲ୍‌ ଏବଂ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍‌ । 

ଗତ ସପ୍ତାହରେ ଲୋକସଭାରେ ଏହି ବିଲ୍‌ ଦୁଇଟି ଗୃହୀତ ହୋଇଥିବାବେଳେ ବହୁମତରେ ପାସ୍ ହୋଇଛି । ଗୃହୀତ ହୋଇଥିବା ବିଲ୍‌ ଦୁଇଟି ଦ୍ବାରା ଶାସନରେ କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ରହିବ । ଏଥିସହିତ ବିଧାନସଭାରେ ୨ ଜଣଙ୍କୁ ମନୋନୀତ କରିବା ବ୍ୟବସ୍ଥା ରହିବ । ଜଣଙ୍କୁ କାଶ୍ମୀର ପ୍ରବାସୀ ସମୁଦାୟରୁ ଏବଂ ଅନ୍ୟଟି ପିଓକେର ବିସ୍ଥାପିତ ବ୍ୟକ୍ତିଙ୍କ ମଧ୍ୟରୁ ଗଣତନ୍ତ୍ରରେ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିବ । 

ଗତ ୭୫ ବର୍ଷ ହେଲା ଅଧିକାରରୁ ବଞ୍ଚିତ ହୋଇଥିବା ଲୋକମାନଙ୍କୁ ଏହାଦ୍ବାରା ନ୍ୟାୟ ମିଳିବ । ବିସ୍ଥାପିତ ଲୋକଙ୍କୁ ସଂରକ୍ଷଣ ସୁବିଧା ଦ୍ବାରା ବିଧାନସଭାରେ ସେହି ବର୍ଗର ସ୍ବର ଶୁଣିବାକୁ ମିଳିବ ବୋଲି କହିଥିଲେ ଗୃହମନ୍ତ୍ରୀ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
Union Home Minister Amit Shah will move the bill in the Rajya Sabha | Argus News