Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧର୍ମେନ୍ଦ୍ରଙ୍କ ନିର୍ବାଚନ ରଣନୀତି, କେନ୍ଦ୍ର ନେତୃତ୍ଵଙ୍କ ଅଗାଧ ବିଶ୍ଵାସ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଧର୍ମେନ୍ଦ୍ରଙ୍କ ନିର୍ବାଚନ ରଣନୀତି, କେନ୍ଦ୍ର ନେତୃତ୍ଵଙ୍କ ଅଗାଧ ବିଶ୍ଵାସ

Key Points

  • ଧର୍ମେନ୍ଦ୍ରଙ୍କ ନିର୍ବାଚନ ରଣନୀତି, କେନ୍ଦ୍ର ନେତୃତ୍ଵଙ୍କ ଅଗାଧ ବିଶ୍ଵାସ
  • ହରିୟାଣାରେ ବିଜୟର ସାରଥୀ ଭାବରେ ଧର୍ମେନ୍ଦ୍ରଙ୍କୁ ଗୁରୁଦାୟିତ୍ଵ
  • ଲୋକସଭାରେ ହ୍ୟାଟ୍ରିକ୍ ବିଜୟ ପରେ ୪ ରାଜ୍ୟ ପାଇଁ ବଡ଼ ରଣନୀତି

ଅର୍ଗସ ବ୍ୟୁରୋ: ଧର୍ମେନ୍ଦ୍ରଙ୍କ ରାଜନୈତିକ ଗୋଟି ଚାଳନା ଉପରେ କେନ୍ଦ୍ର ନେତୃତ୍ଵଙ୍କ ଦୃଢ ବିଶ୍ଵାସ । କାରଣ ଧର୍ମେନ୍ଦ୍ର ଯେଉଁଠି ମଙ୍ଗ ଧରିଛନ୍ତି, ସେଇଠି ବିଜୟ ହୋଇଛି ବିଜେପି । ତେଣୁ ଏବେ ପୁଣି ଥରେ ତାଙ୍କୁ ଦିଆଯାଇଛି ଗୁରୁଦାୟିତ୍ଵ । ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ୍ ବିଜୟ ସହ ଇତିହାସ ରଚିବା ପରେ ଏବେ ବିଜେପିର ଫୋକସରେ ଆଗକୁ ହେବାକୁ ଥିବା ୪ ରାଜ୍ୟ ବିଧାନସଭା ନିର୍ବାଚନ । ଖାସ୍‌ କରି ହରିୟାଣାରେ କେମିତି ବିଜେପିର ବିଜୟ ହେବ ସେନେଇ ଏବେଠୁ ଆରମ୍ଭ ହେଲାଣି ମାନସମନ୍ଥନ । 

ଜମ୍ମୁରେ ଧାରା ୩୭୦ ହଟିବା ପରେ ପ୍ରଥମଥର ଲାଗି ବିଧାନସଭା ଭୋଟ୍ ହେବାକୁ ଯାଉଛି । ଖାଲି ଜାମ୍ମୁ କାହିଁକି ବରଂ ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିଆଣାରେ ବି ଆଗକୁ ଅଛି ବିଧାନସଭା ନିର୍ବାଚନ । ଚଳିତବର୍ଷ ଶେଷ ଆଡ଼କୁ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ବିଜେପି ପାଇଁ ବଡ଼ ଗୁରୁତ୍ଵ ବହନ କରୁଛି । ପୂର୍ବ ନିର୍ବାଚନରେ ବିଜେପି ସେଠାରେ ବାଜି ମାରିଥିଲା । ତେଣୁ ଲଗାତାର ତୃତୀୟ ଥର କ୍ଷମତା ବଜାୟ ରଖିବା ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କଲାଣି । ସେଥିପାଇଁ ଦଳର ସବୁଠୁ ଭରସା ଯୋଗ୍ୟ ନିର୍ବାଚନ ରଣନୀତିକାର ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ତେଣୁ ହରିୟାଣା ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ ବିଜେପି ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହାସହ ସହ ପ୍ରଭାରୀ ଭାବେ ଦାୟିତ୍ଵ ମିଳିଛି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ । 

ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଜଣେ ଦକ୍ଷ ନିର୍ବାଚନ ରଣନୀତିକାର ଭାବେ ବିଜେପିରେ ରହିଛି ବଡ଼ ନାଁ । ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଜେପିକୁ ଜିତାଇବାରେ ସେ ବନିଛନ୍ତି ବାଜିଗର । ନିର୍ବାଚନ ଜିତାଇବାରେ ଧର୍ମେନ୍ଦ୍ରଙ୍କ ଷ୍ଟ୍ରାଇକ୍ ରେଟ୍ ଖୁବ ବେଶୀ । ୟୁପି, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡ ପରି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ରାଜ୍ୟରେ ବିଜେପିର ନିର୍ବାଚନ ପ୍ରଭାରୀ ଭାବେ ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ସମ୍ବଲପୁରରେ ନିର୍ବାଚନରେ ବିଜୟ ହେବା ପରେ ମୋଦି କ୍ୟାବିନେଟ୍‌ରେ ତାଙ୍କୁ ମିଳିଛି ଗୁରୁଦାୟିତ୍ଵ । ଆଉ ଏବେ ପୁଣି ଥରେ ବଡ଼ ଦାୟିତ୍ଵ ମିଳିଥିବାରୁ ଚର୍ଚ୍ଚା ଜୋର ଧରିଛି ।
 

Sponsored
Dharmendra Pradhan | Argus News