Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୩ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, LoCରେ ଯବାନଙ୍କୁ ଭେଟିବେ

Sushanta Sahoo
Browse all articles by Sushanta Sahoo
·1 year ago·1 min read
୩ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, LoCରେ ଯବାନଙ୍କୁ ଭେଟିବେ

ନକ୍ସଲଙ୍କ ପରି ଆତଙ୍କବାଦୀଙ୍କ ସମୂଳେ ବିନାଶ ପାଇଁ ଶାହଙ୍କ ରଣନୀତି । ଛତିଶଗଡ଼ରେ ଶେଷ ନିଶ୍ଵାସ ନେଉଥିବା ନକ୍ସଲଙ୍କୁ ଚେତାବନୀ ଶୁଣାଇବା ପରେ ଆଜି ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ପହଞ୍ଚିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସୁରକ୍ଷା ବ୍ୟବସ୍ଥା ସହ ଜମ୍ମୁ କାଶ୍ମୀରର ବିକାଶ କାର୍ଯ୍ୟର ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ।


ରବିବାର ସନ୍ଧ୍ୟାରେ ଜମ୍ମୁରେ ପହଞ୍ଚିବା ପରେ ବିମାନବନ୍ଦରରେ ଶାହଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା ସ୍ଵାଗତ କରିଛନ୍ତି । ଦଳୀୟ କର୍ମୀଙ୍କୁ ଭେଟିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶାହ । ଆସନ୍ତାକାଲି ଆନ୍ତର୍ଜାତିକ ସୀମା ସ୍ଥିତି ସମୀକ୍ଷା ସହ ସୀମା ସୁରକ୍ଷା ବଳ ସହିତ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ରାଜଭବନରେ ସହିଦ ପରିବାର ବର୍ଗଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି ।


ଗତ ମାର୍ଚ୍ଚ ୨୧ରେ ଜମ୍ମୁ କାଶ୍ମୀର ସ୍ଥିତି ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ ଅମିତ ଶାହ । ୨୦୦୪ରୁ ୨୦୧୪ ମଧ୍ୟରେ ୭ ହଜାର ୨୧୭ଟି ଆତଙ୍କବାଦୀ ଘଟଣା ଘଟିଥିବା ବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ସଂଖ୍ୟା ହ୍ରାସ ପାଇ ୨ ହଜାର ୨୪୨ରେ ପହଞ୍ଚିଥିଲା । ୨୦୨୪ ପରେ ଗୋଟଏ ବି ପଥରମାଡ଼ ଘଟଣା ଘଟି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Amit Shah On 3 Days Jammu Kashmir Visit | Argus News