Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମେଂଟକୁ ନେଇ ପୁଣି ମୁହଁ ଖୋଲିଲେ ଶାହ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମେଂଟକୁ ନେଇ ପୁଣି ମୁହଁ ଖୋଲିଲେ ଶାହ

Key Points

  • ମେଂଟକୁ ନେଇ ପୁଣି ମୁହଁ ଖୋଲିଲେ ଶାହ
  • କହିଲେ, କିଛି ବି ହୋଇପାରେ 
  • ଏକାଠି କି ଏକାକୀ ଲଢିବୁ ହୋଇନି ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ବିଜେପି-ବିଜେଡି ଭିତରେ ମେଂଟ ହେବ କି ନାହିଁ ସେନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି । ଆଉ ଏହାରି ଭିତରେ ଦିଲ୍ଲୀରେ ଶାହ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ସ୍ପଷ୍ଟ ଭାବରେ ଶାହ କହିଛନ୍ତି,  ଓଡ଼ିଶାରେ କିଛି ବି ହୋଇପାରେ। ମେଣ୍ଟ ହେଲେ ଏକାଠି ଲଢ଼ିବୁ । ଆଉ ମେଣ୍ଟ ନହେଲେ ଏକାକୀ ଲଢ଼ିବୁ । ହେଲେ ଓଡ଼ିଶାରେ ବିଜେପିର ସ୍ଥିତି ବଦଳିବ । ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ । ଏକାକୀ ଲଢ଼ିଲେ ବି ଆମେ ସରକାର ଗଠନ କରିବା ପାଇଁ ଲଢେଇ କରିବୁ ବୋଲି କହିଛନ୍ତି ଶାହ ।

ମେଂଟ ଚର୍ଚ୍ଚାରେ ଶାହ ପକାଇଲେନି ପୂର୍ଣ୍ଣଚ୍ଛେଦ । କାରଣ ସିଧାସିଧା ରୋକଠୋକ କହିଛନ୍ତି, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ । ଆସନ ସଂଖ୍ୟା ବି ବଢ଼ିବ । ଓଡ଼ିଶାରେ ବିଜେପି ଶକ୍ତିରେ ବଡ଼ ଅଭିବୃଦ୍ଧି ଘଟିବ । ହେଲେ ମେଂଟ ହେବକି ନାହିଁ ସେନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି । କିନ୍ତୁ ତାଙ୍କର ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

୧୫ ଦିନ ହେଲା ଯାହା ତ ଚର୍ଚ୍ଚା ହେଉଥିଲା ହେଉଥିଲା ହେଲେ ଗତକାଲିଠୁ ପୁଣି ମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଲା । କାରଣ ଗତକାଲି ଜାତୀୟ ଗଣମାଧ୍ୟମକୁ ଯେମିତି ସାକ୍ଷାତକାର ଦେଲେ ପାଣ୍ଡିଆନ ତାହା ଆହୁରି ଚର୍ଚ୍ଚାକୁ ଖୁରାକ ଯୋଗାଇଲା । ପାଣ୍ଡିଆନ କହିଥିଲେ, ରାଜ୍ୟର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମେଂଟ ବି ହୋଇପାରେ । ମୋଟ୍‌ ଉପରେ ଦିଲ୍ଲୀରେ ଏବେ ରାଜ୍ୟର ତୁଙ୍ଗ ନେତା ଅଛନ୍ତି । କୁହାଯାଉଛି କି କେଉଁଠୁ କିଏ ପ୍ରାର୍ଥୀ ହେବ ସେନେଇ ଆଲୋଚନା ଚାଲିଛି । ଆଉ ଏତିକିବେଳେ ମେଂଟକୁ ନେଇ ଶାହ ଯେଉଁ ମନ୍ତବ୍ୟ ଦେଲେ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Union Minister Amit Shah | Argus News