Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦେଶବ୍ୟାପୀ ପ୍ରତିଷ୍ଠା ଦିବସ ପାଳିଲା ବିଜେପି

National

ଦେଶବ୍ୟାପୀ ପ୍ରତିଷ୍ଠା ଦିବସ ପାଳିଲା ବିଜେପି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦେଶବ୍ୟାପୀ ପ୍ରତିଷ୍ଠା ଦିବସ ପାଳିଲା ବିଜେପି

ଦେଶବ୍ୟାପୀ ବିଜେପି ପ୍ରତିଷ୍ଠା ଦିବସ ପାଳନ । ସଫଳତାର ସ୍ବର୍ଣ୍ଣିମ ୪୬ ବର୍ଷ । ଦଳୀୟ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଦୁନିଆର ସର୍ବବୃହତ୍ତ ରାଜନୈତିକ ଦଳର ପ୍ରତିଷ୍ଠା ଦିବସ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ୪୬ ତମ ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତୋଳନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରି ବରପୁତ୍ର ଭାରତୀୟ ଜନସଂଘରୁ ପ୍ରତିଷ୍ଠା କରି ରାଷ୍ଟ୍ର ପୁନଃନିର୍ମାଣ ସଂକଳ୍ପର ବୀଜ ବୁଣିଥିଲେ ଯାହା ୧୯୮୦ରେ ଭାରତୀୟ ଜନତା ପାର୍ଟି ଭାବେ ପରିଚିତ ହୋଇଥିଲା।

ବିଜେପି ପ୍ରତିଷ୍ଠା ହେବା ପରେ ହୋଇଥିବା ପ୍ରଥମ ଲୋକସଭା ନିର୍ବାଚନରେ ଦଳ ମାତ୍ର ୨ ଟି ଆସନରେ ହିଁ ବିଜୟ ହାସଲ କରିପାରିଥିଲା। ୨ରୁ ଆରମ୍ଭ ହୋଇଥିବା ଦଳ ଦେଶରେ ଲଗାତାର ୩ ଥର ସରକାର ଗଠନକରି ଭାରତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ପାଲଟିଛି । ଏପରିକି ଏବେ ଦେଶର ୨୧ ଟି ରାଜ୍ୟରେ ବିଜେପି ଓ ତାର ସହଯୋଗୀମାନେ ଚଳାଉଛନ୍ତି ସରକାର।

ପ୍ରତିଷ୍ଠା ଦିବସ ଅବସରରେ ବିଜେପିର ଏହି ସର୍ବକାଳୀନ ସଫଳତା ବିଷୟରେ କହିଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ପ୍ରତିଷ୍ଠା ଦିବସରେ ଦଳର ବୟସ୍କ ସଦସ୍ୟ ଦିଲ୍ଲୀର ପୂର୍ବତନ ମେୟର ଶ୍ରୀମତି ଶକୁନ୍ତଳା ଆର୍ଯ୍ୟାଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି ନଡ୍ଡା ।

ବିଜେପି ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦଳ ପ୍ରତିଷ୍ଠାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶ୍ୱର ସର୍ବ ବୃହତ୍ତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ସହ ଦଳ ପାଇଁ ଅତୁଳନୀୟ ଅବଦାନ ରଖିଥିବା ସମସ୍ତ କର୍ମୀ ତଥା ମହାପୁରୁଷଙ୍କ ଦୃଢ଼ ନିଷ୍ଠା, ତ୍ୟାଗକୁ ସ୍ମରଣ କରି ଏକ ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୬ ଏପ୍ରିଲ ୧୯୮୦ରୁ ୬ ଏପ୍ରିଲ ୨୦୨୫ ଲମ୍ବା ଯାତ୍ରାରେ ଭାରତୀୟ ରାଜନୀତିକୁ ସଶକ୍ତ କରିବା ସହ ଦଳୀୟ କର୍ମୀଙ୍କ ନିଃସ୍ୱାର୍ଥପର ସେବା ମନୋଭାବ, ଦଳକୁ ଦେଶର ସବୁଠାରୁ ବିଶ୍ୱସ୍ତ ରାଜନୈତିକ ଦଳ ଭାବରେ ଉଭା କରିବାରେ ସଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପବିତ୍ର ରାମନବନୀ ତିଥିରେ ଦଳର ପ୍ରତିଷ୍ଠା ଦିବସ ପାଳନ ସହ ଚଳିତବର୍ଷ ୨ ଦିନ ପାଇଁ ଉତ୍ସବ ପାଳନ ଲାଗି ଦଳ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । ବିଜେପି ଶାସିତ ସମସ୍ତ ରାଜ୍ୟରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଭୁବନେଶ୍ବର, କଟକ, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, କୋରାପୁଟ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟ ପାଳନ ହୋଇଛି ବିଜେପି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union minister & BJP national President JP Nadda hoists BJP's flag on the occasion of BJP Foundation Day. | Argus News