Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମ ସଂକଳ୍ପ ବିକଶିତ ଭାରତ ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚିତ କଲେ ଅନୁରାଗ ଠାକୁର

National

ଆମ ସଂକଳ୍ପ ବିକଶିତ ଭାରତ ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚିତ କଲେ ଅନୁରାଗ ଠାକୁର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆମ ସଂକଳ୍ପ ବିକଶିତ ଭାରତ ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚିତ କଲେ ଅନୁରାଗ ଠାକୁର

ଅର୍ଗସ ବ୍ୟୁରୋ:  ଭାରତ ସରକାରଙ୍କ ୨୦୨୪ କ୍ୟାଲେଣ୍ଡର ଉନ୍ମୋଚିତ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଆମ ସଂକଳ୍ପ ବିକଶିତ ଭାରତ ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚିତ କରିଛନ୍ତି । କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ ,  ଯୋଜନା ଓ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ସମ୍ବନ୍ଧରେ ସୂଚନା ରହିଛି । ସରକାରଙ୍କ ପଦକ୍ଷେପ ଯୋଗୁ ଜନସାଧାରଣଙ୍କ ଜୀବନରେ ଆସିଥିବା ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ କ୍ୟାଲେଣ୍ଡରରେ ଦର୍ଶାଯାଇଛି।

୨୦୨୪ ଭାରତ ପାଇଁ ଏକ ନୂଆ ସୁଯୋଗ ଆଣିଛି। ସାରା ବିଶ୍ୱ ଆଶାର ସହ ଭାରତ ଆଡକୁ ଚାହିଁ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଆୟୋଜିକ ଆମ ସଂକଳ୍ପ ବିକଶିତ ଭାରତ ଶୀର୍ଷକ  ପ୍ରଦର୍ଶନୀ ଉଦଘାଟନ କରି ମୋଦି ସରକାରଙ୍କ ଯୁଗାନ୍ତକାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ କେନ୍ଦ୍ରମନ୍ତ୍ରୀ । ଆତ୍ମନିର୍ଭର ହେବା ଦିଗରେ ଭାରତ ଦ୍ରୁତଗତିରେ ଅଗ୍ରଗତି କରୁଛି । ମୋବାଇଲ ଫୋନ୍ ର ଦ୍ବିତୀୟ ବୃହତ୍ତମ ଆମଦାନୀକାରୀ ଦେଶ ଆଜି ଦ୍ବିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ ହୋଇପାରିଛି । ଭାରତ ଆଜି ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାବେ ପରିଚିତ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Anurag Singh Thakur launches Government of India Calendar for year 2024 | Argus News