Videos
|
National

ଦିଦିଙ୍କ ଉପରେ ଆକ୍ସନ ନେବେ ରାଜ୍ୟପାଳ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଦିଦିଙ୍କ ଉପରେ ଆକ୍ସନ ନେବେ ରାଜ୍ୟପାଳ ?

Key Points

  • ମନ୍ତବ୍ୟ ଦେଇ ଫଶିଗଲେଣି ଦିଦି
  • ପ୍ରତିଶୋଧ ଟିପ୍ପଣୀ ସୃଷ୍ଟି କଲା ବିବାଦ
  • ରାଜ୍ୟପାଳଙ୍କୁ ଚିଠି ଲେଖିଲେ ଆନନ୍ଦ

ଅର୍ଗସ ବ୍ୟୁରୋ :  କୋଲକତା ଦୁଷ୍କର୍ମ ଓ ହତ୍ୟାକୁ ନେଇ ବିବାଦ ଥମିନଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ପ୍ରତିଶୋଧ’ ଟିପ୍ପଣୀକୁ ନେଇ ଝଡ ସୃଷ୍ଟି ହେଲାଣି । କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଦିଦିଙ୍କ ଏମିତି ହୀନ ବୟାନକୁ ନେଇ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଚିଠି ଲେଖିଛନ୍ତି । କେବଳ ଚିଠି ଲେଖିଛନ୍ତି ତାହା ନୁହେଁ ବରଂ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ ବି କରିଛନ୍ତି । ଏବେ ଆକ୍ସନକୁ କେବଳ ଅପେକ୍ଷା ବୋଲି ଚର୍ଚ୍ଚା ଜୋର ।
ଦିଦି କରୁଛନ୍ତି ପ୍ରତିଶୋଧମୂଳକ ରାଜନୀତି । 

କୋଲକତା ଦୁଷ୍କର୍ମ ମାମଲାରୁ ନେଇ ଯେତିକି ଚର୍ଚ୍ଚା, ଦିଦିଙ୍କ ବୟାନକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ସରକାର ଯିବା ଭୟରେ ଦିଦି କଣ କହୁଛନ୍ତି ବୋଧହୁଏ ସେ ନିଜେ ଜାଣିପାରୁନାହାନ୍ତି । ଖାସ୍‌ କରି ମାମଲାରେ ଦେଇଥିବା ପ୍ରତିଶୋଧକୁ ନେଇ ଏବେ ରାଜନୀତି ଜୋର ।  ସୂଚନା ଅନୁସାରେ, ମମତା ଟିଏମ୍‌ସି ଛାତ୍ର ଶାଖା ପ୍ରତିଷ୍ଠା ଦିବସ ରାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ଅଶାନ୍ତ ସ୍ଥିତି ସୃଷ୍ଟି କରିବାପାଇଁ ତାଙ୍କ ଦଳକୁ ବ୍ୟବହାର କରୁଛନ୍ତି ବୋଲି ମମତା ଅଭିଯୋଗ କରିଥିଲେ ଏବଂ  ଚେତାବନୀ ଦେଇ କହିଥିଲେ ଯେ ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଓଡ଼ିଶା, ଆସାମ, ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ଉତ୍ତରପୂର୍ବ ବି ଜଳିବ । ବାସ୍‌ ମମତାଙ୍କ ଏହି ବୟାନ ପରେ ପୁରା ଦେଶରେ ଅସନ୍ତୋଷ ଦେଖାଦେଇଥିଲା । ଆଉ ଏବେ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିବା ପରେ ଚର୍ଚ୍ଚା ଜୋର ଧରିଲାଣି ।

ମମତାଙ୍କ ଜଳିବା ଟିପ୍ପଣୀକୁ ଜୋରଦାର ବିରୋଧ କରାଯାଇଛି ।  ମମତାଙ୍କ ଏହି ଟିପ୍ପଣୀ ପାଇଁ ସୁକାନ୍ତ ମଜୁମଦାର ତାଙ୍କ ଇସ୍ତଫା ଦାବି କରିବା ସହିତ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା ଲାଗି ସେ  ଯୋଗ୍ୟ ନୁହନ୍ତି ବୋଲି ମଜୁମଦାର କହିଛନ୍ତି । ଅନ୍ୟପକ୍ଷେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମମତାଙ୍କ ଟିପ୍ପଣୀ ପାଇଁ ତାଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶା‌ସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହ ତୁଳନା କରି କହିଛନ୍ତି, ମମତା ବାନାର୍ଜୀ ଏବଂ କିମ୍‌ ଜଙ୍ଗ ଉନ୍‌ଙ୍କର ଗୋଟିଏ କଥା ସମାନ ଏବଂ ସେମାନେ ବିରୋଧୀଙ୍କୁ ଆଦୌ ସହ୍ୟ କରନ୍ତିନି । 

ସେପଟେ, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ  ହତ୍ୟା ଘଟଣାକୁ ବିରୋଧ କରି ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।   କଂଗ୍ରେସ ଘଟଣାକୁ ବିରୋଧ କରି ରାଲି ବି କରିଛି । କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦଳୀୟ ରାଲିର ନେତୃତ୍ଵ ନେଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ ଧମକ ଦେବା ପ୍ରସଙ୍ଗରେ ଟିପ୍ପଣୀ ଦେଇ ଅଧୀର କହିଛନ୍ତି, ସେମାନେ ଧମକ ଦେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଲୋକେ ଏଭଳି ଧମକକୁ ଖାତିର କରୁନାହାନ୍ତି । ଅନେକ ସିଭିଲ୍‌ ସୋସାଇଟି ଅନୁଷ୍ଠାନ ମଧ୍ୟ ଉକ୍ତ ଘଟଣାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି।  ସେହିପରି ଆଜି ଶତାଧିକ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି କୋଲକାତାରେ ‘ଅଗ୍ନିକାର ଯାତ୍ରା’ କରିଛନ୍ତି। ତେବେ ଏବେ ଅପେକ୍ଷା ରାଜ୍ୟପାଳଙ୍କ ଆକ୍ସନ ଉପରେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: