Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା

Smruti Parija
Browse all articles by Smruti Parija
·1 year ago
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା

ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇଁ ପୂର୍ବରୁ ଏସଏସବି କମାଣ୍ଡୋ ନିୟୋଜିତ ହୋଇଥିବା ବେଳେ ଏବେ ସିଆରପିଏଫ ସୁରକ୍ଷା ଦେବ । ଆଇବିର ଧମକ ରିପୋର୍ଟ ପରେ ଏପରି ନିଷ୍ପତି ନେଇଛି ଗୃହ ମନ୍ତ୍ରଣାଳୟ । 

ଚିରାଗ ପାସୱାନଙ୍କ ସୁରକ୍ଷା ପାଇଁ Z ବର୍ଗରେ ମୋଟ ୩୩ନ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏମାନଙ୍କ ସହିତ ୧୦ ଜଣ ସଶସ୍ତ୍ର ଷ୍ଟାଟିକ ଗାର୍ଡ ମଧ୍ୟ ମୁତୟନ ହେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ଚିରାଗ ପାସୱାନ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ, ଚିରାଗଙ୍କ ବିରୋଧରେ ଆଇବି ଏକ ଧମକପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଦାଖଲ କରିଥିଲା । 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Union minister Chirag Paswan to get Z category security | Argus News