Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଲକତା ମାମଲା : ଦିଦିଙ୍କୁ ଘେରିଲେ ଧର୍ମେନ୍ଦ୍ର

National

କୋଲକତା ମାମଲା : ଦିଦିଙ୍କୁ ଘେରିଲେ ଧର୍ମେନ୍ଦ୍ର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କୋଲକତା ମାମଲା : ଦିଦିଙ୍କୁ ଘେରିଲେ ଧର୍ମେନ୍ଦ୍ର

Key Points

  • ଦିଦିଙ୍କୁ ଘେରିଲେ ଧର୍ମେନ୍ଦ୍ର
  • ଆଇନଶୃଙ୍ଖଳା ସ୍ଥିତି ଉପରେ ଦିଦିଙ୍କ କାବୁ ନାହିଁ
  • ଅପରାଧୀଙ୍କୁ ଶାସ୍ତି ଦେବା ବଦଳରେ ହୀନ ରାଜନୀତି କରୁଛି ବଙ୍ଗ ସରକାର

ଅର୍ଗସ ବ୍ୟୁରୋ : କୋଲକତା ଦୁଷ୍କର୍ମକୁ ନେଇ ଦିଦିଙ୍କୁ ଘେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଅପରାଧ ଉପରେ ମମତାଙ୍କର ଆଉ ନିୟନ୍ତ୍ରଣ ନାହିଁ । ଭୟଙ୍କର ଘଟଣା ଘଟିବାକୁ ୭ ଦିନ ହେଲାଣି ଏଯାଏଁ କେଉଁମାନେ ଘଟଣାରେ ଦାୟୀ ସେମାନଙ୍କୁ ନଧରିବା ପରିବର୍ତ୍ତେ ହାସ୍ପାସ୍ପଦ ମନ୍ତବ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏମିତି ସ୍ଥିତି ହେଲେ ରାଜ୍ୟରେ ଆଗାମୀ ଦିନରେ ଭୟଙ୍କର ସ୍ଥିତି ଉପୁଜିପାରେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ନିଜ ଏକ୍ସ ପେଜ୍‌ରେ କୋଲକତା ଦୁଷ୍କର୍ମ ଉପରେ ଏମିତି ବୟାନ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ସାରା ଦେଶରେ ଏବେ କ୍ରୋଧର ନିଆଁ ଜଳୁଛି । ସ୍ଥିତି ଏମିତି ହେଲାଣି ଯେ ପଶ୍ଚିମବଙ୍ଗରେ ରାଜନୈତିକ ହଲଚଲ ବି ହେଲାଣି । ହେଲେ ପୁରା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁପରି ଭାବରେ ‘ବାମ ଏବଂ ରାମ’ କଥା କହିଲେ ତାହା ଆହୁରି ସ୍ଥିତି ବିଗାଡି ଦେଇଛି । ଦିଦିଙ୍କ ବୟାନକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ମମତା ଦିଦିଙ୍କ ଠାରୁ ସମ୍ପୂର୍ଣ୍ଣ ଘୃଣ୍ୟ, ଲଜ୍ଜାଜନକ ଏବଂ ନିନ୍ଦନୀୟ ବକ୍ତବ୍ୟ ଗ୍ରହଣ ଯୋଗ୍ୟ ନୁହେଁ ।  ଆଗାମୀ ଦିନରେ ଦିଦି ନିଜ ସରକାରର ଦୁର୍ନୀତି ପାଇଁ ଏଲିୟନ ଏବଂ ବିଦେଶୀମାନଙ୍କୁ ଦାୟୀ କରିବେ ।  ରାଜନୀତିର ମୂଳଦୁଆ ଭାବରେ ମମତା ଦିଦିଙ୍କୁ ତାଙ୍କର ଅବସାଦ ବିଫଳତାକୁ ଘୋଡାଇବା ପାଇଁ ପ୍ରଭୁ ରାମଙ୍କ ଆଶ୍ରୟ ନେବାକୁ ପଡିବ । ହେଲେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାର ଆବଶ୍ୟକ । ଜୁନିୟର ଡାକ୍ତରଙ୍କ ଭୟାନକ ଦୁଷ୍କର୍ମ ଓ ହତ୍ୟାକୁ ଘଟା ରାଜନୀତିରେ ସ୍ଥାନ ନାହିଁ । ମହିଳାଙ୍କ ସୁରକ୍ଷା, ଶୀଘ୍ର ବିଚାର, ନ୍ୟାୟ ଏବଂ ନିରପେକ୍ଷତା କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି । ତୁରନ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ, କୋଲକତା ଡାକ୍ତର ଦୁଷ୍କର୍ମ ପଛରେ ମମତାଙ୍କ ଦଳର ସଂପୃକ୍ତି ରହିଛି । କେମିତି ମେଡ଼ିକାଲରୁ କୌଣସି ପ୍ରମାଣ ନମିଳିଳେ ସେଇଥି ଲାଗି ପଶ୍ଚିମବଙ୍ଗ ସରକାର ଭରପୁର ପ୍ରୟାସ କରୁଛନ୍ତି । ସେଇଥି ଲାଗି ମାମଲାର ତଦନ୍ତ କରୁଥିବା ସିବିଆଇକୁ ବି ପୋଲିସ ସାହାଯ୍ୟ କରିବନି । କିଛି ଏମିତି କହି ଦିଦିଙ୍କୁ ଘେରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ । ଅଧୀରଙ୍କ ଏମିତି ବିସ୍ଫୋରକ ବୟାନ ଏବଂ ଗତକାଲି ରାତିର ଘଟଣା ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି ମାମଲାକୁ ଚାପି ଦେବାକୁ କେଉଁଠି ନା କେଉଁଠି ଚେଷ୍ଟା କରୁଛନ୍ତି ଦିଦି । ହେଲେ ଏବେ ଧର୍ମେନ୍ଦ୍ର ବି ଟ୍ଵିଟ କରି ସମାନ କଥା କହିଛନ୍ତି । ତେବେ ସମୟ କହିବ ଦୁଷ୍କର୍ମ ମାମଲାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କି ଆକ୍ସନ ନେଉଛନ୍ତି ଦିଦି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
dharmendra-pradhan | Argus News