Videos
|
National

ପତଞ୍ଜଳି ବିଶ୍ୱବିଦ୍ୟାଳୟ ଚିକିତ୍ସା ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବିଶ୍ୱକୁ ସମାଧାନ ପ୍ରଦାନ କରିବ: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପତଞ୍ଜଳି ବିଶ୍ୱବିଦ୍ୟାଳୟ ଚିକିତ୍ସା ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବିଶ୍ୱକୁ ସମାଧାନ ପ୍ରଦାନ କରିବ: ଧର୍ମେନ୍ଦ୍ର ପ୍ରଧାନ

‘ପତଞ୍ଜଳି ରିସର୍ଚ୍ଚ ସେଣ୍ଟର’ ପ୍ରତିଷ୍ଠା କରି ପତଞ୍ଜଳି ସମାଜ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ଏହି ଗବେଷଣା ଓ ବିକାଶ କେନ୍ଦ୍ର ପତଞ୍ଜଳି ବିଶ୍ୱବିଦ୍ୟାଳୟକୁ ଶିକ୍ଷା ଓ ଗବେଷଣା ତଥା ଉଦ୍ଭାବନର କେନ୍ଦ୍ରରେ ପରିଣତ କରିବ । ପତଞ୍ଜଳି ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ଚିକିତ୍ସା ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବିଶ୍ୱକୁ ସମାଧାନ ପ୍ରଦାନ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ରବିବାର ଦେବଭୂମି ଉତ୍ତରାଖଣ୍ଡରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ "ଅଭ୍ୟୁଦୟ"ରେ ଯୋଗଦେବା ଅବସରରେ କହିଛନ୍ତି, ପତଞ୍ଜଳି ବିଶ୍ୱବିଦ୍ୟାଳୟର ଏହି ଉତ୍ସବ ଭାରତର ଶାଶ୍ୱତ ଜ୍ଞାନ ପରମ୍ପରାର ଏକ ନୂତନ ଯୁଗର ଆରମ୍ଭର ପ୍ରତୀକ । ଋଷି ପତଞ୍ଜଳି ଯୋଗକୁ ବ୍ୟବସ୍ଥିତ କରି ମାନବତାକୁ ସମଗ୍ର କଲ୍ୟାଣର ମାର୍ଗ ଦେଖାଇଥିଲେ, ଯାହା ଆଜି ପତଞ୍ଜଳି ନାମରେ ଏକ ବଟ୍ଟବୃକ୍ଷର ରୂପ ନେଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୋଗକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ବାବା ରାମଦେବ ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି । ଭାରତକୁ ପୁଣି ଥରେ ଜାଗ୍ରତ କରିବା ପାଇଁ ସେ କଠିନ ତପସ୍ୟା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗକୁ ବିଶ୍ୱସ୍ତରୀୟ ମାନ୍ୟତା ଦେଇ ଭାରତୀୟ ଶିକ୍ଷା ବୋର୍ଡ ଗଠନ କରିଛନ୍ତି । ଭାରତୀୟ ଭାଷା ଓ ଶିକ୍ଷାକୁ ବିଭ୍ରାନ୍ତ କରିବାର ପ୍ରୟାସକୁ ପରିବର୍ତ୍ତନ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଲାଗୁ କରିଛନ୍ତି ।


ଭାରତୀୟ ଜ୍ଞାନ ପରମ୍ପରାକୁ ଆଧୁନିକ ଗବେଷଣା ସହ ଯୋଡ଼ିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ଏକ ମଜଭୁତ୍ ଭିତ୍ତିଭୂମି ପ୍ରଦାନ କରୁଛି ଏବଂ ପତଞ୍ଜଳି ମଧ୍ୟ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି । ଆଜି ଜାତୀୟ ଶିକ୍ଷା ନୀତିର ସବୁଠାରୁ ବଡ଼ ପରୀକ୍ଷାଗାର ହେଉଛି ପତଞ୍ଜଳି ଯୋଗ ବିଦ୍ୟାପୀଠ । ଭାରତର କାଳଜୟୀ ଐତିହ୍ୟକୁ ଆଗକୁ ବଢ଼ାଇବା ଆମର ସାମୂହିକ ସଂକଳ୍ପ ହେବା ଉଚିତ ।


ବିକଶିତ ଭାରତର ପରିଚୟ ଏକ ଭୌତିକବାଦୀ ଆଭିମୁଖ୍ୟ ଦ୍ୱାରା ନୁହେଁ, ବରଂ ବିକଶିତ ବ୍ୟକ୍ତିତ୍ୱଙ୍କ ଦ୍ୱାରା ନିର୍ଦ୍ଧାରଣ ହେବ । ବୈଷୟିକ ଜ୍ଞାନକୌଶଳ, ସାମାଜିକ ନୀତି ଏବଂ ଅର୍ଥନୈତିକ ନୀତିରେ ଦେଶକୁ ଆଗେଇ ନେବା ପାଇଁ ଆମକୁ ବ୍ୟକ୍ତିଗତ ଓ ସାମାଜିକ ଭାବେ ସଂଗଠିତ ପ୍ରୟାସ କରିବାକୁ ପଡ଼ିବ ଏବଂ ପତଞ୍ଜଳି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।


ହରିଦ୍ୱାର ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡର ଶିକ୍ଷା, ସ୍ୱାସ୍ଥ୍ୟ ଓ ସହକାରିତା ମନ୍ତ୍ରୀ ଡା. ଧନ ସିଂହ ରାଓ୍ୱତଙ୍କ ସହ ସାକ୍ଷାତ୍ କରିବା ସହ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଏବଂ ସମଗ୍ର ଜନସାଧାରଣଙ୍କୁ ଗୁଣାତ୍ମକ ଶିକ୍ଷାର ସୁଯୋଗ ସହିତ ଯୋଡ଼ି ସଶକ୍ତ କରିବା ଉପରେ ଆଲୋଚନା କରିଥିଲେ ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ରାଜ୍ୟର ଶିକ୍ଷାଗତ ପ୍ରାଥମିକତା ପୂରଣ କରିବା ଏବଂ ଦେବଭୂମି ଉତ୍ତରାଖଣ୍ଡର ପ୍ରଗତି ପାଇଁ ରାଜ୍ୟକୁ ଏକ ଅଗ୍ରଣୀ ଜ୍ଞାନ ଭିତ୍ତିକ ଅର୍ଥନୀତିରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ରମନ୍ତ୍ରୀଙ୍କ ସହ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ଶିକ୍ଷା, ସ୍ୱାସ୍ଥ୍ୟ ଓ ସହକାରିତା ମନ୍ତ୍ରୀ ଡା. ରାଓ୍ୱତ, ଯୋଗଗୁରୁ ରାମ ଦେବ ଏବଂ ପତଞ୍ଜଳି ଆୟୁର୍ବେଦର ଏମଡି ଆଚାର୍ଯ୍ୟ ବାଲକୃଷ୍ଣ ପ୍ରମୁଖ ଯୋଗଦେଇଥିଲେ । ଏହି ଗସ୍ତକାଳରେ ଋଷିମାନଙ୍କ ଭୂମି ହରିଦ୍ୱାରରେ ଧର୍ମେନ୍ଦ୍ର ପ୍ରଧାନ ମା' ଗଙ୍ଗାଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।