Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଥିଲେ, ପଖାଳ କଥା ଭୁଲିଲେନି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ଦିଲ୍ଲୀରେ ଥିଲେ, ପଖାଳ କଥା ଭୁଲିଲେନି

Key Points

  • ଦିଲ୍ଲୀରେ ଥିଲେ, ପଖାଳ କଥା ଭୁଲିଲେନି
  • ଅତିଥିଙ୍କୁ ଡାକି ପଖାଳ ଖୁଆଇଲେ ଧର୍ମେନ୍ଦ୍ର
  • ଓଡ଼ିଆଙ୍କ ଅସ୍ମିତା ପ୍ରତି ଥିବା ଭଲପାଇବାର ଦେଲେ ଉଦାହରଣ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଥିଲେ ବି ଓଡ଼ିଆଙ୍କ ଖାଇବା କଥା ସେ ଆଦୌ ଭୁଲିନାହାନ୍ତି । ସତେ ଯେମିତି ପଲ୍ଲୀରେ ରହିଯାଇଛି ତାଙ୍କରି ମନ । ସେଇଥି ଲାଗି ତ ଦିଲ୍ଲୀ ଟେବୁଲ ଉପରେ କଂସେ ପଖାଳ ସହ ବଢିଚୁରା, ଭଜା ଆଜି କେତେ ତିଅଣ ଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ନିଜେ ନୁହେଁ ବରଂ ଅତିଥିଙ୍କୁ ବି ଖୁଆଇଲେ ପଖାଳ ।   

ମାର୍ଚ୍ଚ ୨୦ ତାରିଖ, ବିଶ୍ୱ ପଖାଳ ଦିବସ । ଆମେ ଓଡ଼ିଆ ଭାରି ବଢିଆ... ପଖାଳ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖରା ଦିନ ଆସିଲେ ସଭିଏଁ ଖୋଜିଥାନ୍ତି କଂସାଏ ପଖାଳ । ପଖାଳ ଦିମୁଠା ଓ ତୋରାଣି ଟିକେ ପିଇଦେଇ ଚଷା ପୁଅ ବାହାରିଯାଏ କ୍ଷେତକୁ । ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ହେଉଛି ପଖାଳ । ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ଏହାର ପ୍ରମାଣ । ଯେଉଁଠି ଆମ ଇଷ୍ଟ ଦେବତାଙ୍କ ମନ ପଖାଳରେ ସେଇଠି ଆମ ମନ ରହିବନି ବା କେମିତି ?

ଦିଲ୍ଲୀରେ ରାଜ୍ୟସଭା ଉପାଧକ୍ଷ ହରିବଂଶ, ପୂର୍ବତନ କୂଟନୈତିଜ୍ଞ ତରନଜିତ ସିଂହ ସାଧୁ ଓ ପ୍ରଫେସର କିଶୋର ବାସାଙ୍କ ପରି ଅତିଥିଙ୍କ ସହ ଏକାଠି ପଖାଳ ଖାଇଥିଲେ ଧର୍ମେନ୍ଦ୍ର । କେବଳ ଖାଇଥିଲେ ତାହା ନୁହେଁ ବରଂ ପଖାଳ ହେଉଛି ଓଡିଆ ସଂସ୍କୃତି ଓ ଐତିହର ପରିଚୟ ବୋଲି ନିଜ ଏକ୍ସ ପେଜ୍‌ରେ ଲେଖିଥିଲେ ଧର୍ମେନ୍ଦ୍ର । ଆଉ ଧର୍ମେନ୍ଦ୍ରଙ୍କ ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବା ଦେଖି ବେଶ୍ ଖୁସି ହେଉଛନ୍ତି ୟୁଜର୍ସ । ଆଉ କହୁଛନ୍ତି, ଓଡ଼ିଆ ପୁଅର ମନ ସେଇ ମୁଠାଏ ପଖାଳରେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

 

Sponsored
Union Minister Dharmendra Pradhan | Argus News