Argus News - ଏଥର ଓଡ଼ିଶାରେ ବାଜି ମାରିବ ବିଜେପି
ଏଥର ଓଡ଼ିଶାରେ ବାଜି ମାରିବ ବିଜେପି
By: Sarbeswar Mohapatra
National, Odisha, Politics| Thu, Dec 14 | 9:05 am
Highlights
- ୫ ବର୍ଷରେ ୨୨ ପ୍ରତିଶତ ଭୋଟ ବଢିଛି ବିଜେପିର
- ଲୋକସଭାରେ ବିଜେଡି ପାଇଥିଲା ୪୨, ବିଜେପି ପାଇଥିଲା ୩୮ %
- ବିଧାନସଭାରେ ବିଜେଡି ପାଇଥିଲା ୪୪ ବିଜେପି ପାଇଥିଲା ୩୨ %
ଅର୍ଗସ ବ୍ୟୁରୋ: ରାଜନୀତିରେ ୩ ମାସରେ ସବୁ ଖେଳ ଖତମ ହୋଇପାରେ । ଏହି ସମୟରେ ଭୋଟରଙ୍କ ମୁଡ ବଦଳେ । ତେଣୁ ଓଡ଼ିଶାରେ ଏବେ ମୋଦି ସବୁଠୁ ଲୋକପ୍ରିୟ ନେତା । ବିଗତ ୧୦ ବର୍ଷ ଭିତରେ ମୋଦି ୮୦ ପ୍ରତିଶତ ଓଡ଼ିଆଙ୍କ ମନ ଜିଣିଛନ୍ତି । ତେଣୁ ଆମେ ନିଶ୍ଚୟ ଭଲ କରିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅବସର ଥିଲା ଜାତୀୟ ଗଣାମାଧ୍ୟମକୁ ସାକ୍ଷାତକାର ଦେବା । ଟାଣୁଆ ନେତା ଧର୍ମେନ୍ଦ୍ରଙ୍କ ସାକ୍ଷାତକାରକୁ ସତେ ଯେମିତି ଚାହିଁ ରହିଥିଲେ ଓଡ଼ିଶାବାସୀ । ସେଇଥି ଲାଗି ତ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେଲାଣି । କାରଣ ଧର୍ମେନ୍ଦ୍ର ସିଧାସିଧା କହିଛନ୍ତି, ୨୦୧୪ ନିର୍ବାଚନ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବଢିଛି । ୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଲୋକସଭାରେ ୪୨ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା ୩୮ ପ୍ରତିଶତ ଭୋଟ ।
କେନ୍ଦ୍ରରେ ବିଜେପି ସରକାର କରିବା ଦିନଠୁ ମୋଦିଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । ବିଜେପି ପ୍ରତି ଜନସମର୍ଥନ ବି ବଢୁଛି । ତେଣୁ ଆଗାମୀ ନିର୍ବାଚନରେ ବିଜେପିର ବିଜୟ ଏକ ପ୍ରକାର ସୁନିଶ୍ଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପୂର୍ବ ସରକାରରେ ଓଡ଼ିଶାକୁ ଯେବେ ୩ ଲକ୍ଷ କୋଟି ଅନୁଦାନ ମିଳୁଥିଲା ଏବେ ତାହା ପହଞ୍ଚିଲାଣି ୧୮ ଲକ୍ଷ କୋଟିରେ । ତେଣୁ ବିଜେପି ସରକାର ଓଡ଼ିଶାକୁ କେତେ ମାତ୍ରାରେ ଅନୁଦାନ ଦେଉଛି ? (DATA) ମୋଦି ଓଡ଼ିଆଙ୍କୁ କେତେ ଭଲପାଆନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଛି ।
ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ ମାସ ରହିଥିବା ବେଳେ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ସାକ୍ଷାତକାର ଦେଇ ଯେପରି ଦମ୍ଭୋକ୍ତି ଦେଖାଇଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
Sponsored By!
No ad found
Related Articles :