Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏଥର ଓଡ଼ିଶାରେ ବାଜି ମାରିବ ବିଜେପି

National

ଏଥର ଓଡ଼ିଶାରେ ବାଜି ମାରିବ ବିଜେପି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଏଥର ଓଡ଼ିଶାରେ ବାଜି ମାରିବ ବିଜେପି

Key Points

  • ୫ ବର୍ଷରେ ୨୨ ପ୍ରତିଶତ ଭୋଟ ବଢିଛି ବିଜେପିର
  • ଲୋକସଭାରେ ବିଜେଡି ପାଇଥିଲା ୪୨, ବିଜେପି ପାଇଥିଲା ୩୮ %
  • ବିଧାନସଭାରେ ବିଜେଡି ପାଇଥିଲା ୪୪ ବିଜେପି ପାଇଥିଲା ୩୨ %

ଅର୍ଗସ ବ୍ୟୁରୋ: ରାଜନୀତିରେ ୩ ମାସରେ ସବୁ ଖେଳ ଖତମ ହୋଇପାରେ । ଏହି ସମୟରେ ଭୋଟରଙ୍କ ମୁଡ ବଦଳେ । ତେଣୁ ଓଡ଼ିଶାରେ ଏବେ ମୋଦି ସବୁଠୁ ଲୋକପ୍ରିୟ ନେତା । ବିଗତ ୧୦ ବର୍ଷ ଭିତରେ ମୋଦି ୮୦ ପ୍ରତିଶତ ଓଡ଼ିଆଙ୍କ ମନ ଜିଣିଛନ୍ତି । ତେଣୁ ଆମେ ନିଶ୍ଚୟ ଭଲ କରିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅବସର ଥିଲା ଜାତୀୟ ଗଣାମାଧ୍ୟମକୁ ସାକ୍ଷାତକାର ଦେବା । ଟାଣୁଆ ନେତା ଧର୍ମେନ୍ଦ୍ରଙ୍କ ସାକ୍ଷାତକାରକୁ ସତେ ଯେମିତି ଚାହିଁ ରହିଥିଲେ ଓଡ଼ିଶାବାସୀ । ସେଇଥି ଲାଗି ତ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେଲାଣି । କାରଣ ଧର୍ମେନ୍ଦ୍ର ସିଧାସିଧା କହିଛନ୍ତି, ୨୦୧୪ ନିର୍ବାଚନ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବଢିଛି । ୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଲୋକସଭାରେ ୪୨ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା ୩୮ ପ୍ରତିଶତ ଭୋଟ ।

କେନ୍ଦ୍ରରେ ବିଜେପି ସରକାର କରିବା ଦିନଠୁ ମୋଦିଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । ବିଜେପି ପ୍ରତି ଜନସମର୍ଥନ ବି ବଢୁଛି । ତେଣୁ ଆଗାମୀ ନିର୍ବାଚନରେ ବିଜେପିର ବିଜୟ ଏକ ପ୍ରକାର ସୁନିଶ୍ଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପୂର୍ବ ସରକାରରେ ଓଡ଼ିଶାକୁ ଯେବେ ୩ ଲକ୍ଷ କୋଟି ଅନୁଦାନ ମିଳୁଥିଲା ଏବେ ତାହା ପହଞ୍ଚିଲାଣି ୧୮ ଲକ୍ଷ କୋଟିରେ । ତେଣୁ ବିଜେପି ସରକାର ଓଡ଼ିଶାକୁ କେତେ ମାତ୍ରାରେ ଅନୁଦାନ ଦେଉଛି ? (DATA) ମୋଦି ଓଡ଼ିଆଙ୍କୁ କେତେ ଭଲପାଆନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ ମାସ ରହିଥିବା ବେଳେ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ସାକ୍ଷାତକାର ଦେଇ ଯେପରି ଦମ୍ଭୋକ୍ତି ଦେଖାଇଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
 


 

Painting
Sponsored
24 Jeneral Election | Argus News