Videos
|
National

ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ

Key Points

ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ

ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ

ସେହି ଗଛକୁ ବଡ଼ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ

`ଏକ ପେଡ୍ ମା କେ ନାମ୍ ' କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଲଗାଇଲେ ଗଛ ।ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ , ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ । ସେହି ଗଛକୁ ବଡ଼ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ “ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେଶବାସୀଙ୍କ ସଫଳ ପ୍ରଚେଷ୍ଟା ଯୋଗୁଁ “ମା’ଙ୍କ ନାମରେ ଗୋଟିଏ ଗଛ” ଏକ ବଡ ଅଭିଯାନରେ ପରିଣତ ହୋଇଛି ।


ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ ସାଢେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି । ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଏକ ନିଚ୍ଛକ ପ୍ରମାଣ । ଏହା ମାଟି ମାଆ ପ୍ରତି ଆମର ପ୍ରେମ ଏବଂ ନିବିଡ଼ତାର ପ୍ରତୀକ । ଛତିଶଗଡ଼ରେ ଶିଶୁ ଏବଂ ମାଆ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଡ୍ ବଲ୍, ତ୍ରିପୁରାରେ ଗଛ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରାଜସ୍ଥାନରେ ୧.୫ କୋଟିର ଚାରାରୋପଣ ଏହି ଅଭିଯାନକୁ ନୂଆ ପରିଚୟ ଦେଇଛି । ଓଡ଼ିଶା ପ୍ରଦେଶ ସମେତ ସମଗ୍ର ଦେଶବାସୀଙ୍କ ପ୍ରଚେଷ୍ଟା ଏହି ରାଷ୍ଟ୍ରୀୟ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ।

union-minister-dharmendra-pradhan-plants-trees-at-residence-in-new-delhi | Argus News